About Us

ଆମ ବିଷୟରେ ପଦେ

ଆୟୁର୍ବେଦ ଓଡିଶାର ଉଦ୍ଦେଶ୍ୟ

ଏଠାରେ ବଡ଼ ବଡ଼ ରୋଗରେ,  ଲୋକମାନେ କିପରି ନିଜର ଖାଦ୍ୟପେୟକୁ ବଦଳାଇ ଓ କିଛି ଘରୋଇ ଉପାୟ ଆପଣେଇ ନିଜର ହଜି ଯାଇଥିବା ସ୍ୱାସ୍ଥ୍ୟକୁ ପୁଣି ଥରେ ହାସଲ କରିପାରିବେ ସେହି ବିଷୟରେ ଆଲୋଚନା କରାଯାଇଛି l  ଆମ ଓଡିଶାର ବହୁତ ଓଡିଆ ଲୋକ ତଥା ଆମ ରାଜ୍ୟର ଆଖପାଖ ଲୋକ ଏଥିରୁ ବହୁତ ଫାଇଦା ଉଠାଉଛନ୍ତି l ଏପରି କିଛି ରୋଗ ଅଛି ଯାହାକୁ ଆଧୁନିକ  ଚିକିତ୍ସା ବିଜ୍ଞାନ ମଧ୍ୟ ହାତ ଟେକି ଦେଇଛି, ସେହି ରୋଗ ପାଇଁ କିଛି ଘରୋଇ ଉପଚାର ଓ କିଛି ଦେଶୀ ଔଷଧ ମାଧ୍ୟମରେ ବହୁତ ଲୋକ ଲାଭ ଉଠାଇଛନ୍ତି l ଯଥା କ୍ୟାନସର, ହାର୍ଟ, କିଡନୀ, ଡାଇବେଟିସ, ଲିଭର ରୋଗ, ଆଖିରୋଗ,    ଇତ୍ୟାଦିରେ ରୋଗୀ ମାନେ ଉପକୃତ ହୋଇଛନ୍ତି l କିନ୍ତୁ ଏବେ ବି ଆମେ ବହୁତ ଲୋକ ମାନଙ୍କ ପାଖରେ ପହଞ୍ଚି ପାରିନାହୁଁ I ସେହି କାରଣରୁ ଏହି ଉପଚାର ଗୁଡିକ ତାଙ୍କ ପାଖରେ କିଭଳି ପହଞ୍ଚା ଯାଇପାରିବ ସେଥିଲାଗି ବିଭିନ୍ନ ଔଷଧ ଓ ସମୟର ଆବଶ୍ୟକତା କୁ ଦୃଷ୍ଟିରେ ରଖି ଏହାକୁ ଉପଲବ୍ଧ କରାଯାଇଛି l ଆମେ ଆଶା କରୁଛୁ ଆମର  Followers/ ପାଠକମାନେ ଏହି ଉଦ୍ଦେଶ୍ୟକୁ ପୂରଣ କରିବାରେ ସହଯୋଗ କରନ୍ତୁ ଓ ଏହାକୁ ଆଗକୁ ବଢ଼ାନ୍ତୁ l ଏଥିରେ ସବୁ ବର୍ଗର ଲୋକଙ୍କ ପାଇଁ କିଛି କିଛି ଉତ୍ପାଦ ନିହାତି ଦିଆଯାଇଛି ଯାହାଦ୍ୱାରା ସେମାନେ ଉପକୃତ ମଧ୍ୟ ହୋଇପାରିବେ l

ଆମ ସଂଗଠନର ମୁଖ୍ୟ କାର୍ଯ୍ୟ ହେଉଛି ଆମ ଦେଶର ଆୟୁର୍ବେଦିକ ଔଷଧ ପ୍ରଣାଳୀକୁ ଘରକୁ ଘର ପହଞ୍ଚାଇବା | ଆଜି, ଯେଉଁଠାରେ ସମଗ୍ର ବିଶ୍ୱ ଆୟୁର୍ବେଦରେ ଜୀବନ ଖୋଜୁଛି, ଭାରତୀୟ ଲୋକମାନେ ଏହାକୁ ଏକ ତିରଷ୍କୃତ ଦୃଷ୍ଟିରେ ଦେଖୁଛନ୍ତି |ଆମ ସମସ୍ତଙ୍କୁ ଏକାଠି ଏହି ପ୍ରୟାସ କରିବାକୁ ହେବ ଏବଂ ଏହାର ପୁରୁଣା ସମ୍ମାନକୁ ଫେରାଇବାକୁ ପଡିବ | ଆମ ସଂଗଠନ ମାଧ୍ୟମରେ, ଲୋକଙ୍କୁ ସୂଚନା ଦିଆଯାଉଛି ଯେ ଖାଦ୍ୟ ଏବଂ ଜୀବନ ଶୈଳୀ (lifestyle) ର ପରିବର୍ତ୍ତନ କରି ଆମେ କିପରି ସହଜରେ ସବୁଠାରୁ ବଡବଡ ରୋଗରୁ ଦୂରେଇ ରହିପାରିବା |

ଦ୍ୱିତୀୟରେ ଆଉ କେତକ ମୁଖ୍ୟ ସମସ୍ୟା

୧) କିଛି ଲୋକଙ୍କ ପାଖରେ ଯଦିଓ ପଇସା ଅଛି ସେମାନେ ଭଲ ଆୟୁର୍ବେଦିକ ଉପାୟ ଆପଣେଇବାକୁ ଚାହୁଁଛନ୍ତି କିନ୍ତୁ ଠିକ୍ ଜାଗାରେ ପହଞ୍ଚି ପାରୁନାହାନ୍ତି I

୨) କେତକ ଲୋକଙ୍କର ପଇସାପତ୍ର ସମସ୍ୟା ଅଛି, ସେମାନେ କିଛି ଘରୋଇ ଉପଚାର ମାଧ୍ୟମରେ ଓ ଖାଦ୍ୟପେୟର ପରିବର୍ତ୍ତନ କରି ବା ଜୀବନ ଶୈଳୀର ପରିବର୍ତ୍ତନ କରି ସୁସ୍ଥ ହୋଇପାରିବେ I

୩) କିଛି ଲୋକଙ୍କ ପାଖରେ ପଇସା ଅଛି ଓ ସେମାନେ କେବଳ ଏଲୋପାଥି ପଛରେ ପଡିଛନ୍ତି I କିନ୍ତୁ ସେମାନେ ଜାଣିବା କଥା କେତକ ରୋଗ ଜୀବନସାରା ଔଷଧ ଖାଇଲେ ମଧ୍ୟ ଏଲୋପାଥିରେ ଭଲ ହୁଏନାହିଁ (ଯେପରି ବ୍ଲଡ ପ୍ରେସର, ଆଣ୍ଠୁଗଣ୍ଠି, କିଡନୀ, ଲିଭର, ଡାଇବେଟିସ୍ ଇତ୍ୟାଦି ପୂରାଲିଷ୍ଟ ଦେଖନ୍ତୁ) କେବଳ ସମୟ ନଷ୍ଟ, ଅର୍ଥହାନୀ ଓ ଦେହପୀଡା I ସେତିକିରୁ କମ୍ ସମୟ ରେ ଆୟୁର୍ବେଦିକ ଆପଣେଇ ରୋଗମୁକ୍ତ ହୋଇ ଜୀବନକୁ ଉପଭୋଗ କରିବା କଥା I କାରଣ ସମୟ ଓ ଜୀବନ ମୂଲ୍ୟବାନ ଅଟେ I କାରଣ ସେମାନେ ଜାଣିବା କଥା ପଇସା ସେମାନେ କାହା ପାଇଁ ରୋଜଗାର କରୁଛନ୍ତି – ନିଜପାଇଁ ନା ହସପିଟାଲ ମାନଙ୍କପାଇଁ ?

https://www.youtube.com/watch?v=uLAF8I_fIxw

https://www.youtube.com/watch?v=V8dZW4k4Eks

ଏହି ସବୁ ଲୋକମାନଙ୍କର ସମସ୍ୟାର ସମାଧାନ ପାଇଁ ଏହି ସଂସ୍ଥାର ଜନ୍ମ I ତେଣୁ ଏଥିରେ ଆପଣ ମାନଙ୍କ ସହଯୋଗ ଆମେ ଆଶାକରୁଛୁ ଓ ଏହାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଆମ ସମସ୍ତଙ୍କର ଦାୟିତ୍ୱ I

ଯଦି ଆପଣଙ୍କର ରୋଗ ପାଞ୍ଚ ଦଶ ବର୍ଷ ହେଲା ପୁରୁଣା ହୋଇଗଲାଣି, ଆପଣ ସବୁ ବଡ ବଡ ହସ୍ପିଟାଲରେ ବୁଲି ବୁଲି କେତେ ଡାକ୍ତରଙ୍କୁ ଦେଖାଇ ଦୁଇ ତିନି ଲକ୍ଷ ରୁ ଅଧିକ ଖର୍ଚ୍ଚ କରିସାରିଲେଣି, ତଥାପି ରୋଗ ଭଲ ହେଉନାହିଁ ତେବେ ଆମକୁ ନିଶ୍ଚିତ ଯୋଗାଯୋଗ କରନ୍ତୁ, ଡାକ୍ତର ଫେରାଇଦେଇଥିବା ରୋଗୀ ନିହାତି ଦେଖା କରନ୍ତୁ I   (ଘରେ ମଧ୍ୟ ଔଷଧ ପହଞ୍ଚାଇ ଦିଆଯାଏ)

ଜାଣିବା କଥା

 

1) ଆମେ ଆୟୁର୍ବେଦ ସହିତ ନ୍ୟୁଟ୍ରିସନ ଥେରାପି (Nutrition Therapy) ଓ ଡାଏଟ ଥେରାପି (Diet Therapy) ମଧ୍ୟ ଦେଇଥାଉ, ତେଣୁ ଆମର ରୋଗ ଭଲ ହେବାର ସଫଳତା ଅଧିକ ଆସିଥାଏ l

2) ଏଠାରେ ବିଭିନ୍ନ ସଂସ୍ଥାର ଉତ୍ତମ ଗୁଣସମ୍ପନ୍ନ Product କୁ ସ୍ଥାନ ଦିଆଯାଇଥାଏ l

3) ଆମର ଅଧିକାଂଶ ଔଷଧ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଣଳୟ ଦ୍ୱାରା (AYUSH) ସାର୍ଟିଫାଏଡ ଅଟେ I

4) ଓଡିଶା ଆୟୁର୍ବେଦ କେବଳ କ୍ରୋନିକ ବା ପୁରୁଣା ରୋଗ  ନ୍ୟୁଟ୍ରିସନ ପାଇଁ ଉପଲବ୍ଧ l

5) ଆମେ ହାତ ତିଆରି ଚେରମୂଳି, ଜଡିବୁଟି ଦେଇ ନଥାଉ, କେବଳ ରେଡ଼ିମେଡ଼ ଜିନିଷ ଦେଇଥାଉ l

6) ଯେଉଁମାନେ ଆସି ପାରୁନାହାନ୍ତି ସେମାନେ ରିପୋର୍ଟ What’s App ରେ ପଠାଇଲେ, ସେହି ଅନୁସାରେ ଔଷଧ ବସରେ ବା କୋରିଅରରେ ବା ସ୍ପିଡ୍ ପୋଷ୍ଟରେ ପଠାଇବାର ବ୍ୟବସ୍ଥା କରାଯାଏ l

7) ଏଥିରେ ଯଦିଓ କିଛି Product ବିଷୟରେ ବର୍ଣ୍ଣନା କରାଯାଇଛି, କିନ୍ତୁ ଆପଣ ଭଲ Result ପାଇବା ପାଇଁ ପରାମର୍ଶ କରି Order କରିନେଲେ ଭଲ l ନିଜ ଇଛାରେ ମଧ୍ୟ ଅର୍ଡର କରିପାରିବେ I

8) ଆପଣ ଘରେ ବସି କିଛି ଉପଚାର କରି ପାରିବେ ଓ ଫୋନରେ ଅର୍ଡ଼ର କରି ଔଷଧ ନେଇପାରିବେ l

9) ଆମର କେତକ ନ୍ୟୁଟ୍ରିସନ ସମ୍ବନ୍ଧୀୟ ଉତ୍ପାଦ ମଧ୍ୟ PDR Listed ଅଟେ

10) ଯଦି ଲେଖାଜନିତ ବା ପ୍ରାଥମିକ ଉପଚାର ଜନିତ ବା ଅନ୍ୟାନ୍ୟ କୌଣସି ବିଷୟରେ କିଛି ତ୍ରୁଟି ଥାଏ, ତେବେ ଆମକୁ ଜଣାଇଲେ ଆମେ ନିହାତି ତାହାକୁ ସଂଶୋଧନ କରିବୁ l ଆପଣଙ୍କ ଦ୍ୱାରା କିଛି ନୂଆ ପ୍ରସ୍ତାବ ଯଦି ଆମକୁ ଭଲ ଲାଗେ, ଆମ କୁ ଜଣାଇଲେ, ଆମେ ଗ୍ରହଣ କରିବୁ I

Need Help?
Call Now Button