Cancer Cancer Remedies

Flax Oil and Cheese Act as Miracle in Cancer

Flax Oil and Cheese Act as Miracle in Cancer
  • PublishedFebruary 22, 2024
Spread the love

ଅଳସୀ (ଫ୍ଲାକ୍ସ ତେଲ) ଓ ଦେଶୀ ଗାଇ ଛେନାର ଏ ମିଶ୍ରଣ କ୍ୟାନସର ରୋଗୀଙ୍କ ପାଇଁ ହେଉଛି ଅମୃତ ସଞ୍ଜିବନୀ !!!

ଆଜି ଆପଣଙ୍କୁ କ୍ୟାନସର ପାଇଁ ଏକ ଜବରଦସ୍ତ ଡାଏଟ ଏଠାରେ ଦିଆଗଲା, ଯଦି ଏହାକୁ ନିୟମିତ ଖିଆଯାଏ ତେଵେ କ୍ୟାନସରରେ ବହୁତ ଶୀଘ୍ର ପରିଣାମ ମିଳିବ l ଏହି ଖାଦ୍ୟ କ୍ୟାନସରର ହେଉଥିବା ଗ୍ରୋଥକୁ ଅଟକେଇବା ସହିତ ଶରୀରରେ ରକ୍ତ ସପ୍ଲାଏକୁ ବଢ଼ାଇଥାଏ l

ଏହା ପାଇଁ ଆପଣଙ୍କୁ ଦରକାର ଘରେ ତିଆରି ଦେଶୀ ଗାଇ ଛେନା ଓ ଅଳସି ତେଲ l ଛେନା ଯେଉଁ ଗାଇ ବା ଛେଳି ଠାରୁ ତିଆରି କରିବେ ସେ ପଶୁ ଘାସ ପତ୍ର  ଖାଉ ଥିବ ବା ଚରିବୁଲି ଗଛ ପତ୍ର ଖାଉଥିବ, ଆଣ୍ଟି ବାଇଓଟିକ ବା ହର୍ମୋନ, ଷ୍ଟେରୋଇଏଡ଼ ଖାଉନଥିବ, ସେହି ସୁସ୍ଥ ଦେଶୀ ଗାଇ ବା ଛେଳି ର କ୍ଷୀର ରୁ ଛେନା  ତିଆରି କରିବେ l

କ୍ୟାନସର ରୋଗୀଙ୍କ ପାଇଁ ଏହି ଖାଦ୍ୟ ରାମବାଣ ଅଟେ

କିପରି ତିଆରି କରିବେ ?

30ml flax oil ରେ 60ml+ ଛେନା

——————————————-

ଅଳସି ତେଲ (Flax Oil) ୩୦ ମିଲି + ଦେଶୀଗାଇ ଛେନା ୬୦ ମିଲି ଏକତ୍ର ଭଲ ଭାବେ ବ୍ଲେଣ୍ଡରରେ  ବ୍ଲେଣ୍ଡିଙ୍ଗ କରି ସକାଳ ଓ ସନ୍ଧ୍ୟା ଖାଆନ୍ତୁ I ଯେଉଁ ଠିପି ରେ ଫ୍ଲାକ୍ସ oil ନେବେ ସେଥିରେ ଦେଶୀ ଗାଈ ଛେନା ଚିପୁଡ଼ି ଦୁଇ  ଠିପି ନେବେ l ତେଲ ଓ ଛେନା ର ଅନୁପାତ 1:2  ହେବା ଦରକାର I ଏହି ଦୁଇଟି କୁ  hand blender ରେ ଭଲ ଭାବେ ମିଶାଇ ବେ ଯେପରି ତେଲ ମିଶିଛି ବୋଲି ଜଣା ପଡିବ ନାହିଁ,  ମହୁ ବା ଷ୍ଟିଭିଆ ବା ଫଳ ଟିକେ ପକେଇ ଖାଇ ପାରିବେ l ହାତରେ ମିଶାଇବେ ନାହିଁ ଏହା କାମ ଦେବ ନାହିଁ l

ଦେଶୀ ଗାଈ ଯିଏ କେବଳ ଚରି ବୁଲି ଘାସ,  କୁଟl ଖାଉଥିବ,  ଆଣ୍ଟିବାଈଓଟିକ, ହର୍ମୋନ ଖାଉ ନଥିବ l

କ୍ଷୀର ଗରମ କରି, ଥଣ୍ଡା କରି ସର କାଢି ଦେବେ,  ପୁଣି ଫ୍ରିଜ ରେ ରଖିଲେ ସର ପଡିବ,  ସେ ସର କୁ  ପୁଣି କାଢ଼ିଦେବେ, ବା ରାତିରେ ଦହି ମାରି ସକାଳୁ ଲହୁଣି କାଢି, ବାକି ଦହିକୁ ଛେନା ମାରିବେ l ଫ୍ୟାଟ ଫ୍ରି କ୍ଷୀର 2% ରୁ କମ ଫ୍ୟାଟ ଥିବ ସେଇ କ୍ଷୀର କୁ ଛେନା କରିଲେ ଫ୍ଲାକ୍ସ ତେଲ ଭଲ ଭାବେ ମିଶି ପାରିବ l ଛେଳି କ୍ଷୀର ମଧ୍ୟ ହେବ କିନ୍ତୁ ମଇଁଷି କ୍ଷୀର ହେବ ନାହିଁ କାରଣ ସେଥିରେ ବହୁତ ଫ୍ୟାଟ ଅଛି l କ୍ଷୀର ରୁ ଘିଅ ଅଂଶ କାଢ଼ିଦେଲେ ତାହା ଫ୍ଲାକ୍ସ oil କୁ ଶୋଷି ପାରିବ ଫଳରେ ଏହା water soluble ହୋଇପାରିବ ଓ  ରକ୍ତ ରେ ମିଶି ପାରିବ

ଫ୍ଲାକ୍ସ ମଞ୍ଜି ମାର୍କେଟ ରୁ କିଣି ଧୋଇ ଶୁଖେଇ,  ପେଡ଼ିବାକୁ ଦେବେ l  ପବନ କି ଖରା ବାଜିବନି l ସାଙ୍ଗେ ସାଙ୍ଗେ କାଚ ବୋତଲରେ ପୁରେଇ ଠିପି ମାରି,  ଫ୍ରିଜ ରେ ରଖିବେ, ଦରକାର ବେଳେ ବ୍ୟବହାର କରି ପୁଣି ସାଙ୍ଗେ ସାଙ୍ଗେ ଠିପି ମାରିଦେବେ l ଅତି କମରେ ସକାଳେ ଥରେ,  ଦିପହରେ/ସନ୍ଧ୍ୟାରେ ଥରେ,  ନିହାତି ଖାଇବେ, କାଠ ଚାମୁଚରେ ଖାଇବେ l ଖାଇସାରି ଅଧଘଣ୍ଟା ସକାଳ ଖରାରେ ବସିବେ l ଏହା ଏକ ରାମବାଣ ପରି କାମ କରେ l

ଏହାକୁ ପ୍ରଥମେ ଯୋହାନା ବଡୱିଗ୍ ନିଜର କ୍ୟାନସର ରୋଗୀଙ୍କ ପାଇଁ  ପ୍ରୟୋଗ କରିଥିଲେ l ଏହା ମାଧ୍ୟମରେ ସେ ଦଶହଜାରରୁ ଅଧିକ ରୋଗୀ, ଯାହଙ୍କୁ ଡକ୍ଟର ବଞ୍ଚିବାର ଆଶା ନାହିଁ ବୋଲି ମନା କରିଦେଇଥିଲେ, ସେମାନଙ୍କୁ ଠିକ୍ କରି ଦେଇଥିଲେ l ଆଉ ଗୋଟିଏ କଥା ସେ ସମସ୍ତ କ୍ୟାନସର ରୋଗୀଙ୍କୁ କେବଳ ଡାଏଟ ମାଧ୍ୟମରେ ଭଲ କରି  ଦେଇଥିଲେ l ତାଙ୍କର ସଫଳତା ହାର 90 ପରସେଣ୍ଟରୁ ଅଧିକ ଥିଲା l ସେ କହିଥିଲେ ପନିର ର ପ୍ରୋଟିନ ଓ ଅଳସି ତେଲର ଓମେଗା 3-6-9 ମିଶି କ୍ୟାନସର ର ଗ୍ରୋଥକୁ ତୁରନ୍ତ ରୋକି ଦିଅନ୍ତି ଓ ତାକୁ ଶେଷ କରିବାକୁ ଲାଗି ପଡନ୍ତି l ସେ ଅଳସି ତେଲ କୁ ଶୁଦ୍ଧ ଓ ଥଣ୍ଡାବିଧିରେ ନେବା ପାଇଁ ବତାଇଥିଲେ l ତେଣୁ ଆପଣ ଏହି ବିଧିକୁ ନିଶ୍ଚିତ ଆପଣାନ୍ତୁ ଓ ଏହାର ଫାଇଦା ନିଅନ୍ତୁ l

Johanna Budwig – କ୍ୟାନସର ର ହଜାର ହଜାର ରୋଗୀଙ୍କୁ ବିନା ଔଷଧରେ କେବଳ ଡାଏଟ ମାଧ୍ୟମରେ ଓ ଘରୋଇ ଚିକିତ୍ସା ରେ ଭଲ କରିଦେଇଥିଲେ l ଆସନ୍ତୁ ଜାଣିବା ତାଙ୍କର ଚିକିତ୍ସା ପଦ୍ଧତି l

Budwig Protocol – Cancer Lady

Dr. Johanna Budwig (1908 – 2003) ଜଣେ ବିଶ୍ୱବିଖ୍ୟାତ ଜର୍ମାନ ଜୈବରସାୟନ ବିଶେଷଜ୍ଞ ଓ ଚିକିତ୍ସକ ଥିଲେ l ସେ Physics, Organic Chemistry, Medical Science ରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ଓ ପ୍ରାକୃତିକ ବିଜ୍ଞାନରେ PHD କରିଥିଲେ l

ସେ ଜର୍ମାନ ସରକାରଙ୍କର ଖାଦ୍ୟ ଓ ମେଡ଼ିସିନ ବିଭାଗରେ ସର୍ବୋଚ୍ଚ ପଦରେ କାର୍ଯ୍ୟରତ ଥିଲେ ଓ ବିଶେଷ ଉପଦେଷ୍ଟା ମଧ୍ୟ ଥିଲେ l ସେ ୟୁରୋପରେ ବିଖ୍ୟାତ ଖାଦ୍ୟତୈଳ ବିଶେଷଜ୍ଞ ଥିଲେ l ସେ କ୍ୟାନସର ପାଇଁ ଏଥିରେ ବହୁତ ଗବେଷଣା କରିଥିଲେ l ତାଙ୍କ ନାମ 7 ଥର ନୋବେଲ ପୁରସ୍କାର ପାଇଁ ମନୋନୀତ ହୋଇଥିଲା l ସେ ଆଜୀବନ ଶାକାହାରୀ ଥିଲେ l ତେଣୁ ସେ ବହୁତ ବର୍ଷ ନିରୋଗରେ ବଞ୍ଚିପାରିଥିଲେ l ସେ saturated fat ଓ unsaturated fat ଉପରେ ବହୁତ ଗବେଷଣା କରିଥିଲେ  l ସେ ପ୍ରଥମ ଥର ଓ଼ମେଗା 3 ଓ ଓ଼ମେଗା 6 ଫେଟି ଏସିଡକୁ ଚିହ୍ନିଥିଲେ ଓ ପେପର କ୍ରୋମୋଟୋଗ୍ରାଫି ଟେକନିକକୁ ବିକଶିତ କରିଥିଲେ l ସେ ଗବେଷଣା ମାଧ୍ୟମରେ ଜାଣିଲେ ଯେ ଓ଼ମେଗା 3, 6 ଆଦି ଶରୀରକୁ ବିଭିନ୍ନ ରୋଗରୁ ବଞ୍ଚାଇଥାନ୍ତି l ତେଣୁ ତାଙ୍କୁ “ଓ଼ମେଗା 3 ଲେଡି” ନାମରେ ମଧ୍ୟ୍ୟ ଜଣା ଯାଏ l ସେ ଟ୍ରାନ୍ସ ଫ୍ୟାଟ ଓ ରିଫାଇନତେଲ  ଆମ ସ୍ୱାସ୍ଥ୍ୟ ଉପରେ କିପରି କ୍ଷତି କରୁଛି ତାହା ଜାଣିବାକୁ ପାଇଲେ l ସେ ହାଇଡ୍ରୋଜେନେଟେଡ଼ ଓ  ରିଫାଇନ ତେଲକୁ ପ୍ରତିବନ୍ଧିତ କରିବାକୁ ଚାହିଁଲେ ସେହି କାରଣରୁ ଖାଇବା ତେଲ ତିଆରି କରୁଥିବା ସଂସ୍ଥାମାନେ ଟେନସନ ହେଲେ l

ଆହାର ବିହାର

ସକାଳେ ବନ୍ଧା କୋବି ଜୁସ ଓ ଭିଟାମିନ C  ଜାତୀୟ ଜୁସ, ପିଅନ୍ତୁ

ପନିର ଓ ଅଳସି ତେଲ ର ମିଶ୍ରଣ ପରେ ଏଥିରେ ବିଭିନ୍ନ ପ୍ରକାର ବେରି ମିଶେଇ ପାରିବେ ବା ଅନ୍ୟାନ୍ୟ ଫଳ ନେଇ ପାରିବେ ଅଖରୋଟ, କିସମିସ, ମୁନକେ ଆଦି ମିଶାଇ ସଜାଇ ପାରିବେ ଓ 1 ଚାମଚ ତାଜା ଅଳସି ମଞ୍ଜି ପେଷି ପକାଇ ପାରିବେ l ପେଷିବାର 15 ମିନିଟ ଭିତରେ ଖାଇବା ଆବଶ୍ୟକ l

ଦିନ ଭିତରେ 3/4 ଚାମୁଚ ପ୍ରାକୃତିକ ମହୁ ଖାଇ ପାରିବେ l ଭିଟାମିନ B17 ଵାଲା ମଞ୍ଜି ଖାଇପାରିବେ l ଟମାଟୋ, ମୂଳା, କାକୁଡି, ଆଦି ସାଲାଡ଼ ଖାଇପାରିବେ l  କୁଟୁ ର ଅଟା ଖାଇପାରିବେ, ଗହମ ଅଟା ଖାଇବେ ନାହିଁ, ଏଥିରେ ଗ୍ଲୁଟେନ ଅଛି, ହଜମ ହେବାରେ ଅସୁବିଧା ହୁଏ l କୁଟୁ କୁ ସେ ସବୁଠାରୁ ଭଲ ବୋଲି କହିଥିଲେ l

10 ଟା ବେଳେ ଗାଜର, ମୂଳା, ଲୋକି, ବିଟ ଆଦିର ତାଜା ରସ ଖାଇପାରିବେ l

ଦିପହରେ ଖାଇବା ଅଧଘଣ୍ଟା ପୂର୍ବରୁ ଗରମ ହର୍ବଲ ଚା ପିଇବେ, ବିଟ ଶାଲଗମ, ବନ୍ଧାକୋବି, ଫୁଲକୋବି, ବ୍ରାକୋଲି, ଆଦିର ସାଲଡ଼ ଖାଇପାରିବେ, ଅଳସି ତେଲରେ ଡ୍ରେସିଂ ବା ଗାରନିସିଂ କରିପାରିବେ,  ମିଠା କରିବା ପାଇଁ ଅଙ୍ଗୁର, କମଳା, ସେଓ, ବା ମହୁ ମିଶେଇ ପାରିବେ l ନଡ଼ିଆ ତେଲ, ପିଆଜ,  ରସୁଣ, ଅଳସି ତେଲ, ମସଲା ଖାଇପାରିବେ, ପ୍ରତିଦିନ 1 ଚାମଚ କଲୋଞ୍ଜି ତେଲ ଖାଆନ୍ତୁ l ଭୋଜନକୁ ଚୋବେଇ ଚୋବେଇ ଖାଆନ୍ତୁ l ଅପରାହ୍ନ ରେ ସପୁରି, ଚେରି, ଅଙ୍ଗୁର, ସହ ଅଳସି ମଞ୍ଜି ପେଷି ଚୋବାଇ ଖାଆନ୍ତୁ l

ପପେୟା, ବ୍ଲୁ ବେରି ଅଳସି ମଞ୍ଜି 1 ଚାମଚ ଚୋବେଇ ଖାଆନ୍ତୁ, ପପେୟାରେ ଭରପୁର ଏନଜାଇମ ଥାଏ, ପାଚନ ଶକ୍ତି କୁ ଠିକ କରେ l ସନ୍ଧ୍ୟାରେ ବିନା ତେଲ ତରକାରୀ ମସଲା ପକାଇ ଖାଇବେ l ରନ୍ଧା ସରିଲା ପରେ  ତେଲରେ ଡ୍ରେସିଂ କରିପାରିବେ l କୋବି, ଗାଜର ଟମାଟୋ, ସିମଲା ମିର୍ଚ୍ଚ, ବ୍ରାକୋଲି, ବିଟ, ବନ୍ଧାକୋବି,  ପିଆଜ, ମସୁର, ଆଳୁ, ଗ୍ରୀନ  ମଟର ଆଦି ଖାଇ ପାରିବେ l

ତାଙ୍କର ନିଷେଧାବଳୀ ଓ ଉପଦେଶ

1) କେମୋଥେରାପି, ରେଡିଓଥେରାପି, ବନସ୍ପତି ଘିଅ, ଟ୍ରାନସଫେଟ, ଘିଅ, ଚିନି, ମିଶ୍ରି, ଗୁଡ଼, ରିଫାଇନ ତେଲ, ପ୍ରିଜରବେଟିଭ, କେମିକାଲ, କୀଟନାଶକ, ଜଙ୍କ ଫୁଡ, ପେକେଟ ବନ୍ଦ ଥିବା ଖାଦ୍ୟ, ଅଣ୍ଡା, ମାଂସ, ମାଛ, ମଇଦା, ସନ ସ୍କ୍ରିନ ଲୋଶନ ଆଦି କୁ ମନା କରିଥିଲେ l

2) ସେ ଏଥିରେ ପ୍ରୟୋଗ ହେବାକୁ ଥିବା ସବୁ ଖାଦ୍ୟ ପଦାର୍ଥକୁ ତାଜା ଓ ଅର୍ଗାନିକ ନେବାକୁ କହିଥିଲେ, ବଳିଥିବା ଜିନଷ ବ୍ୟବହାର ନ କରିବାକୁ କହିଥିଲେ l

3) ଅଳସିର ଯେତେବେଳ ଆବଶ୍ୟକ ସେତେବେଳେ ପେଶିକି ରଖିବେ ଓ 42°C ରୁ ଅଧିକ ହେଲେ ତାହା ଖରାପ ହୋଇଯାଏ l ତାକୁ ଅକ୍ସିଜେନ (ପବନ) ଓ ସୂର୍ଯ୍ୟ କିରଣ ନ ବାଜିବା ପାଇଁ ଅସ୍ଵଛ କାଚ ବୋତଲରେ ପୁରାଇ ଫ୍ରିଜରେ ରଖିବେ l

4) ଦିନରେ ଅତି କମରେ 3 ଥର ଗ୍ରୀନ ଟି ବା ହର୍ବଲ ଚା ପିଇବେ l

5) ଏହି ଉପଚାରରେ ସକାଳ ଖରା ରେ ନିହାତି ବସିବେ ବା ବୁଲାବୁଲି କରିବେ, ସେଥିରେ ଭିଟାମିନ D ଓ ସୂଯ୍ୟରୁ ଶକ୍ତି ମିଳିବ l

6) ହାଲକା ବ୍ୟାୟାମ, ପ୍ରାଣାୟାମ କରିବେ l

7) ଟେନସନ ମୁକ୍ତ ରହିବେ, ସକାରାତ୍ମକ ଚିନ୍ତା, ମଧୁର ସଂଗୀତ, ହସଖୁସି ରହିବେ, କ୍ରୋଧ କରିବେ ନାହିଁ l

8) ସପ୍ତାହରେ ଥରେ ଦୁଇଥର ଷ୍ଟିମ ବାଥ, ସୋନା ବାଥ ନେବା ଉଚିତ l

9) ସଫା ପାଣି ପିଇବେ l

10) ଏହି ଉପଚାର ରେ ଧୀରେ ଧୀରେ ଲାଭ ମିଳେ ଓ ପ୍ରାୟ 1 ବର୍ଷ ବା କମ ସମୟ ଭିତରେ ସମ୍ପୂର୍ଣ୍ଣ ଠିକ ହୋଇଯାଏ, ରୋଗ ଭଲ ହେଲା ପରେ ମଧ୍ୟ ଏହାକୁ ଆଉ ଦୁଇ ତିନି ବର୍ଷ ବା ଜୀବନ ସାରା ନେବା ଉଚିତ l

11) ଏହି ଉପଚାର ରେ ଯେମିତି ବିସ୍ତାର ପୂର୍ବକ ବତାଇ ଦିଆ ଯାଇଛି ସେହିପରି କରିବାକୁ ପଡେ, ଅନ୍ୟଥା ଲାଭ ମିଳେ ନାହିଁ, ବା ଧୀରେ ଧୀରେ ମିଳେ l

ଆପଣ ଭାବୁଥିବେ ଯେ Dr Johanna ଙ୍କ  ଉପଚାର ଯଦି ଏତେ ପ୍ରଭାବୀ ଅଟେ ଏହା ଏତେ ପ୍ରଚଳିତ କାହିଁକି ନୁହେଁ ! ଏହା ବାସ୍ତବରେ ମଣିଷର ଲୋଭର ପରକାଷ୍ଠା l ଭାବନ୍ତୁ ଯଦି ସବୁ କ୍ୟାନସର ରୋଗୀ ଅଳସି ତେଲ ଓ ଛେନା ଖାଇ ଠିକ ହୋଇଯିବେ ତେଵେ କ୍ୟାନସର ର ଦାମିକା କେମୋ ଔଷଧ ଓ ରେଡ଼ିଓଥେରାପି ଯନ୍ତ୍ରପାତି ତିଆରି କରୁଥିବା ବହୁ ରାଷ୍ଟ୍ରୀୟ କମ୍ପାନୀ ମାନଙ୍କର କେତେ ବଡ଼ ଆର୍ଥିକ କ୍ଷତି ହେବ l ଏଥିପାଇଁ ସେମାନେ Dr Johana Budwig ଙ୍କ ଉପଚାର ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଦେଲେ ନାହିଁ ତା ସହିତ ମେଡିକାଲ ପାଠ୍ୟକ୍ରମରେ (Syllabus)ରେ ମଧ୍ୟ ସାମିଲ କରିବାକୁ ଦେଲେ ନାହିଁ l

ତାଙ୍କ ସାମ୍ନାରେ ସର୍ତ୍ତ ରଖିଥିଲେ କି ନୋବେଲ ପୁରସ୍କାର ନେବା ପାଇଁ ଯଦି ଚାହୁଁଛନ୍ତି ତେଵେ ରେଡ଼ିଓ ଥେରାପି ଓ କେମୋଥେରାପି କୁ ମଧ୍ୟ ତାଙ୍କ ଉପଚାରରେ ସାମିଲ କରିବା ପାଇଁ, ଏହା ତାଙ୍କୁ ମଂଜୁର ନ ଥିଲା l ଆମ ପୃଥିବୀ ବାସିଙ୍କ ଦୁର୍ଭାଗ୍ୟ ଯେ ଶରୀର ପାଇଁ ଘାତକ ରୋଗ ଜନ୍ମାଉଥିବା ବନସ୍ପତି ଘିଅକୁ  ତିଆରି କରିବା ଵାଲା ପଲ ସେବେଟିଅର  ଓ ଭିକ୍ଟର ଗ୍ରୀଗନାଡ଼ ଙ୍କୁ 1912 ମସିହାରେ ନୋବେଲ ପୁରସ୍କାର ଦିଆଗଲା ଓ କ୍ୟାନସର ପରି ଭୟଙ୍କର ରୋଗର ଉପଚାର ଖୋଜି ପାଇଥିବା Dr Johanna ଙ୍କୁ 7 ଥର ନୋବେଲ ପୁରସ୍କାର ରୁ ବଞ୍ଚିତ କରାଗଲା l

କିନ୍ତୁ ଆଜି ଏହି ସନ୍ଦେଶକୁ ପ୍ରତି କ୍ୟାନସର  ରୋଗୀଙ୍କ ପାଖରେ ପହଞ୍ଚାଇବା ଆମର କର୍ତ୍ତବ୍ୟ l ତାଙ୍କର ଏହି ଉପଚାର ଭଗବାନଙ୍କ ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ର ପରି,  ଯେଉଁଥିରେ କୌଣସି ପ୍ରକାର କ୍ୟାନସର ନିହାତି ବିନଷ୍ଟ ହୋଇଯାଏ l

ଅଧିକ ଜାଣିବା ପାଇଁ Google ରେ “Budwig Center” ସର୍ଚ୍ଚ କରନ୍ତୁ ଓ ଏହି ବହି ଗୁଡିକ ପଢନ୍ତୁ

Testimony https://www.youtube.com/watch?v=6Sgf8REL1gw

Written By
admin@Arogyaodisha.Org

Leave a Reply

Your email address will not be published. Required fields are marked *

Need Help?
Call Now Button