Cancer Naturopathy Treatments

Benefit of Coconut Oil

Benefit of Coconut Oil
  • PublishedJanuary 26, 2024
Spread the love

ନଡ଼ିଆ ତେଲ ର ଉପଯୋଗ Obesity ଓ Insulin Resistance କୁ କମ କରିଥାଏ, ଏଥିରେ ଥିବା MCT(Medium Chain triglyceride)ପାଇଁ ପାଇଁ ଏହା ହୋଇଥାଏ l

ନଡ଼ିଆ ତେଲ ରେ ମୁଖ୍ୟତଃ ତିନି ପ୍ରକାର MCT ମିଳିଥାଏ, Caprylic acid, Lauric acid ଓ Capric acid

ନଡ଼ିଆ ତେଲ ରେ ଯେଉଁ MCT  ମିଳିଥାଏ ତା ତୁଳନାରେ ଅନ୍ୟାନ୍ୟ ତେଲ ଯେପରିକି ଅଲିଭ ତେଲ,  ସୋରିଷ ତେଲ ଓ ସୂର୍ଯ୍ୟମୁଖୀ ତେଲ ରେ କେବଳ LCT (Long Chain Triglyceride) ମିଳିଥାଏ l LCT ଦେହରେ ଚର୍ବି ଆକାରରେ ଜମା ହୋଇଯାଏ ଓ ଏହିପ୍ରକାର LCT ଦେହରେ ଫ୍ୟାଟ କୁ ବଢ଼ାଇ ଥାଏ କିନ୍ତୁ MCT ଦେହରେ ଜମା ନ ହୋଇ ଶୀଘ୍ର ଶକ୍ତି ରେ ପରିଣତ ହୁଏ, ତେଣୁ MCT ମେଟାବଲିଜିମ କୁ ବଢ଼ାଇଥାଏ ଫଳରେ ଦେହରେ ଫ୍ୟାଟର ପରିମାଣ କମିଥାଏ l

ନଡ଼ିଆ ତେଲରେ ଥିବା Capric acid ଭୋକର ପରିମାଣ ମଧ୍ୟ କମାଇ ଥାଏ,  ତେଣୁ ଡାଇବେଟିସ ର ଏକ ମୁଖ୍ୟ ଲକ୍ଷଣ Polyphagia (ଅଧିକ ଭୋକ ଲାଗିବା) କୁ କମ କରିଥାଏ l ନଡ଼ିଆ ତେଲ insulin resistance କୁ କମ କରିଥାଏ ଯାହା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ l

How to use Coconut Oil

କିପରି ନଡ଼ିଆ ତେଲ ବ୍ୟବହାର କରିବା

ଖାଇବା ପାଇଁ ଆପଣ କୌଣସି ବଢିଆ Virgin, Extra Virgin, Cold Pressed ନଡ଼ିଆ ତେଲ ବ୍ୟବହାର କରିପାରିବେ, ଏହାକୁ ରାନ୍ଧିବାରେ ମଧ୍ୟ ବ୍ୟବହାର କରିପାରିବେ, ଓ ଏହାକୁ ଡ଼ାଇରେକ୍ଟ ବି ଖାଇ ପାରିବେ ବା ସାଲାଡ଼ ରେ ପକାଇ ଖାଇପାରିବେ,  ଯେପରି ହେଉ ଦିନକୁ 15ml ରୁ 20ml ତେଲ ଓଜନ କମେଇବା ପାଇଁ ଓ ସୁଗାର ଦୂର କରିବା ପାଇଁ ଚାହୁଁଥିବା ଲୋକ ନିଶ୍ଚିତ ଖାଇବା ଦରକାର l

ଖାଇବା ତେଲ ଉପରେ Edible Oil ଲେଖାଥିବ, ସେହି ନଡ଼ିଆ ତେଲ ଖାଇପାରିବେ, ଯଦି Virgin ବା Cold Pressed ଲେଖାଥିବା ନଡ଼ିଆ ତେଲ ମିଳିଲା ତ ବେଷ୍ଟ – ଏହାକୁ ଆରମ୍ଭ କରନ୍ତୁ

ଡ଼ାଇବେଟିସ ସହିତ ହାର୍ଟ ସମସ୍ୟା ଥିଲେ

ଯେଉଁମାନଙ୍କର ଡାଇବେଟିସ ସହ ହାର୍ଟ ସମସ୍ୟା ଅଛି, ସେମାନେ ଏହି ତେଲକୁ ନିଶ୍ଚିନ୍ତରେ ଖାଇ ପାରିବେ, ସେମାନଙ୍କୁ ଏଥିରୁ ଡବଲ ଫାଇଦା ମିଳିବ, Saturated fat ଥିଲେ ମଧ୍ୟ ନଡ଼ିଆ ତେଲ Bad Cholesterol LDL କୁ କମ କରିଥାଏ ଓ HDL (Good Cholesterol) କୁ ବଢ଼ାଇଥାଏ, ସମୁଦାୟ ଉପରେ ଏହା Cholesterol ରେସିଓ ବା ଅନୁପାତକୁ କମ କରିଥାଏ l

ବିଶେଷ – ଯେଉଁ ଲୋକ ପତଳା ହେବା ପାଇଁ Fat (ତେଲ) ଖାଉ ନାହାନ୍ତି ବା ବନ୍ଦ କରିଦେଉଛନ୍ତି ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ହାନୀକାରକ ଅଟେ, କାରଣ ଭିଟାମିନ A, D, E, K, ଶରୀରରେ ସେତେବେଳ କାମ କରିପାରିବ ଯେତେବେଳ ଦେହରେ ଆବଶ୍ୟକ ଫ୍ୟାଟ ଥିବ, ଯଦି ଶରୀରରେ ଫ୍ୟାଟ ନଥିବ ଏହି ଭିଟାମିନ ଶରୀରରେ କାମ କରିପାରିବ ନାହିଁ ଓ ଏହା ଫଳରେ ଅନ୍ୟାନ୍ୟ ରୋଗ ଆପଣଙ୍କୁ ଘେରି ଯିବେ l

ଘରୋଇ ତୁଟୁକା

ସଦବିହାରୀ 5 ପତ୍ର ପ୍ରତିଦିନ ଖାଇବେ

ସୁଗାର ପାଇଁ ତୁଟୁକା

ପ୍ରତିଦିନ ସକାଳେ ନିତ୍ୟକର୍ମ ସାରି 2ଗ୍ରାମ ଡାଲଚିନି ଚୂର୍ଣ୍ଣ ଗରମ ପାଣି ସହ ସେବନ କରିବେ ଓ ଯେତେବେଳେ ଭୋଜନ କରିବେ, ଭୋଜନ କରି ସାରି 2 ଗ୍ରାମ ମେଥି ଦାନା ଗରମ ପାଣି ସହ ଚୋବେଇ ଖାଇ ଯିବେ, ଓ ରାତିରେ ଶୋଇଲା ବେଳେ 2 ଗ୍ରାମ କଲୋଞ୍ଜି ତେଲ ଗରମ ପାଣି ସହ ସେବନ କରନ୍ତୁ

ଡାଲଚିନି, ମେଥି, କଲୋଞ୍ଜି, ଏହି ତିନିଟିରୁ ମିଳୁଥିବା ମିନେରାଲ ଶରୀରର କୋଷଗୁଡ଼ିକୁ ସୁଗାରକୁ ଅବଶୋଷଣ କରିବା ପାଇଁ ପ୍ରେରିତ କରନ୍ତି, ଯାହା ଫଳରେ ଶରୀରରେ ବଢ଼ିଯାଇଥିବା ସୁଗାର ସ୍ତର କଣ୍ଟ୍ରୋଲ ହୋଇଯାଏ l

ଇନସୁଲିନ,  ରକ୍ତରେ ଥିବା ସୁଗାର କୁ କୋଷ ମାନଙ୍କ ପାଖକୁ ନେଇ ଯିବାର କାମ କରିଥାଏ କିନ୍ତୁ କୋଷକୁ ସୁଗାର ଶୋଷିତ କରିବା ପାଇଁ ଯେଉଁ ମିନେରାଲ (ଖଣିଜ) ଆବଶ୍ୟକ ତାହା ମୁଖ୍ୟତଃ ଏହି ତିନୋଟିରେ ଥାଏ l

ନୋଟ – ଯଦି ଏହି ଘରୋଇ ପ୍ରୟାଗରେ ଆପଣଙ୍କ ଶରୀରକୁ  ଅଧିକ ଗରମ ଲାଗେ  ଦୟାକରି ଆପଣ ଏହାର ମାତ୍ରା ଅଧା କରିପାରିବେ ବା ବନ୍ଦ କରିପାରିବେ l

ଯେଉଁମାନେ ପ୍ରୟୋଗ କରି Result ପାଇଲେ ସେମାନେ ଆମକୁ ନିହାତିଜଣାନ୍ତୁ l

Written By
admin@Arogyaodisha.Org

Leave a Reply

Your email address will not be published. Required fields are marked *

Need Help?
Call Now Button