Ayurveda Naturopathy Product Treatments

ରୋଗ ଅନେକ, ଉପାୟ ଏକ – ପାଞ୍ଚ ପ୍ରକାର ତୁଳସୀର ଅର୍କ

ରୋଗ ଅନେକ, ଉପାୟ ଏକ – ପାଞ୍ଚ ପ୍ରକାର ତୁଳସୀର ଅର୍କ
  • PublishedJanuary 26, 2024
Spread the love

ତୁଳସୀ ରସ

ନିୟମିତ କେତେ ବୁନ୍ଦା କରନ୍ତୁ ସେବନ

ଜିଅନ୍ତୁ ନୀରୋଗ ଓ ସୁସ୍ଥ ଜୀବନ

ତୁଳସୀ ମୁଖ୍ୟତଃ ପାଞ୍ଚ ପ୍ରକାରର – ଶ୍ୟାମ ତୁଳସୀ, ରାମ ତୁଳସୀ, ଶ୍ୱେତ ତୁଳସୀ, ବଣ ତୁଳସୀ, ନିମ୍ବୁ ତୁଳସୀ

ଏହି ପାଞ୍ଚ ପ୍ରକାର ତୁଳସୀର ଅର୍କ ବିଶେଷ ବିଧି ଦ୍ୱାରା ବାହାର କରି ପଞ୍ଚ ତୁଳସୀର ନିର୍ମାଣ କରାଯାଇଛି l ଏହା ସଂସାରର ଏକ ଅତି ଉତ୍ତମ ଆଣ୍ଟି ଅକ୍ସିଡେଣ୍ଟ, ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଭାଇରଲ, ଏଣ୍ଟି ଫ୍ଲୁ, ଏଣ୍ଟି ବାଇଓଟିକ, ଏଣ୍ଟି ଇନଫ୍ଲାମେଟରୀ ଅଟେ l

1) ପଞ୍ଚ ତୁଳସୀ ର କିଛି ବୁନ୍ଦା ପାଣିରେ ମିଶାଇ ପାଞ୍ଚ ମିନିଟ ପରେ ସେହି ପାଣିକୁ ସେବନ କରିବା ଉଚିତ, ଏହା ଦ୍ୱାରା ପାନୀୟ ଜଳ ଜୀବାଣୁ ଭୁତାଣୁ ମୁକ୍ତ ହୋଇ ସ୍ୱାସ୍ଥ୍ୟ ବର୍ଦ୍ଧକ ହୋଇଥାଏ

2) ପଞ୍ଚ ତୁଳସୀ 200 ରୁ ଅଧିକ ରୋଗ ପାଇଁ ଲାଭଦାୟକ ଅଟେ, ଯେପରିକି ଫ୍ଲୁ, ସ୍ୱାଇନ ଫ୍ଲୁ, ଡେଙ୍ଗୁ, ଜର ସର୍ଦ୍ଦି କାଶ, ପ୍ଲେଗ, ମେଲେରିଆ, ପଥୁରୀ, ମେଦବହୁଳତା, ରକ୍ତଚାପ, ମାଡ଼ୁବୁମେହ, ଏଲର୍ଜୀ, କୃମି, ହେପାଟାଇଟିସ, ଜଳାପୋଡା, ମୂତ୍ର ସମ୍ବନ୍ଧୀୟ ରୋଗ, ଶ୍ୱାସ, ଅତିସାର, ଆଖିବିନ୍ଧା, କାଛୁ କୁଣ୍ଡିଆ, ମୁଣ୍ଡବ୍ୟଥା, ପାଇରିଆ, ଅଲସର, ଟିବି, ବୀର୍ଯ୍ୟହୀନତା, ହାର୍ଟ ବ୍ଳକେଜ ଇତ୍ୟାଦି l

3) ଶ୍ୱାସ ଓ କାଶ ହେଉଥିଲେ ପଞ୍ଚ ତୁଳସୀର ଦୁଇବୁନ୍ଦା ଅଳ୍ପ କିଛି ଅଦା ରସ ତଥା ମହୁ ସହିତ ମିଶାଇ ଦିନକୁ 3 ଥର ସେବନ କରନ୍ତୁ l

4) ମୁଖରୁ ବାହାରୁଥିବା ଦୁର୍ଗନ୍ଧକୁ ଦୂର କରିବା ପାଇଁ ପାଟିରେ କିଛି ବୁନ୍ଦା ପଞ୍ଚ ତୁଳସୀ ପକାନ୍ତୁ

5) ଦାନ୍ତ ଦରଜ ଦାନ୍ତ ପୋକ ଲାଗିବା ମାଢ଼ିରୁ ରକ୍ତ ବାହାରିବା ଇତ୍ୟାଦି ଅସୁବିଧା ହୋଇଥିଲେ ପଞ୍ଚ ତୁଳସୀର 4 ବୁନ୍ଦା ଉଷୁମ ପାଣିରେ ମିଶାଇ କୁଳୁ କୁଳୁ କଲେ ଆରାମ ଲାଗେ l

6) କାନ ଦରଜ, କାନ ପାଚିବା କ୍ଷେତ୍ରରେ ପଞ୍ଚ ତୁଳସୀକୁ ଉଷୁମ କରି ଦୁଇବୁନ୍ଦା କାନରେ ପକାନ୍ତୁ l

7) ନାକରେ କିଛି ରୋଗ ହୋଇଥିଲେ ଏବଂ ମୁହଁରେ ବ୍ରଣ ବଢିବା ଦ୍ୱାରା ଅତ୍ୟଧିକ ଯନ୍ତ୍ରଣାରୁ ଆରାମ ପାଇବା ପାଇଁ ପଞ୍ଚ ତୁଳସୀକୁ ଉଷୁମ କରି ଦୁଇ ବୁନ୍ଦା ନାକରେ ପକାନ୍ତୁ ଓ ମୁହଁରେ ଲଗାନ୍ତୁ

8) ଗଳା ଦରଜ ଏବଂ ମୁହଁରେ ଭାଙ୍ଗ ପଡ଼ିଥିଲେ ପଞ୍ଚ ତୁଳସୀକୁ କିଛି ବୁନ୍ଦା ଅଧ ଗ୍ଲାସ ଗରମ ପାଣିରେ ପକାଇ କୁଳି କରିବା ଉଚିତ

9) ମୁଣ୍ଡ ବଥା, କେଶ ଉପୁଡିବା ଓ ଚୁଟି ପାଚିବାରୁ ବଞ୍ଚିବା ପାଇଁ ପଞ୍ଚ ତୁଳସୀର 8/10 ବୁନ୍ଦା ଓ 10 ml କେଶ ତୈଳ ମିଶାଇ ମୁଣ୍ଡ ତଥା କାନମୁଣ୍ଡରେ ଲଗାନ୍ତୁ

10) ମଶା କାମୁଡ଼ିବାରୁ ବଂଚିବା ପାଇଁ ପଞ୍ଚ ତୁଳସୀ ରୁ 8/10 ବୁନ୍ଦା ଶରୀରରେ ମାଲିସ କରନ୍ତୁ

11) ଘରର ଜୀବାଣୁ ରୋଗାଣୁ ମୁକ୍ତ କରିବା ପାଇଁ ପଞ୍ଚ ତୁଳସୀର 8/10 ବୁନ୍ଦା କୁଲର ପାଣିରେ ମିଶାଇ କୁଲର ଚାଲୁ କରନ୍ତୁ ଓ କିଛି ସମୟ ପରେ ମୁଣ୍ଡ ବଥାରୁ ରକ୍ଷା ପାଆନ୍ତୁ

12) ଉକୁଣୀ ଏବଂ ନିଖ ରୁ ରକ୍ଷା ପାଇଁ ପଞ୍ଚ ତୁଳସୀ ଓ ଲେମ୍ବୁ ରସର ସମାନ ମାତ୍ରାରେ ମିଶାଇ କେଶରେ ଲଗାନ୍ତୁ, 3/4 ଘଣ୍ଟା ଲଗାଇ ରଖି ଧୋଇବେ, ବା ରାତିରେ ଲଗାଇ ସକାଳେ ମୁଣ୍ଡ ଧୋଇଲେ ଉକୁଣୀ ସମସ୍ୟା ରୁ ମୁକ୍ତି ମିଳେ

13) ତ୍ୱଚା ର କୌଣସି ସମସ୍ୟା ଥିଲେ ଲେମ୍ବୁ ରସ ସହିତ ପଞ୍ଚ ତୁଳସୀ 4/5 ବୁନ୍ଦା ମିଶାଇ ପ୍ରୟୋଗ କରନ୍ତୁ

14) ଚର୍ମ ରୋଗରୁ ରକ୍ଷା ପାଇଁ 1 ବାଲତି ପାଣିରେ ପଞ୍ଚ ତୁଳସିରୁ 8/10 ବୁନ୍ଦା ମିଶାଇ ସ୍ନାନ କରନ୍ତୁ

15) ପଞ୍ଚ ତୁଳସୀର ଦୁଇ ବୁନ୍ଦା ଯେକୌଣସି ଭଲ କ୍ରିମ ସହିତ ମିଶାଇ ମୁହଁରେ ସକାଳେ ଓ ରାତି ଶୋଇବା ବେଳେ ଲଗାଇଲେ ତ୍ୱଚା ସୁନ୍ଦର ଓ କୋମଳ ହୋଇଥାଏ ତଥା ମୁହଁରୁ ପ୍ରତ୍ୟେକ ପ୍ରକାରର କଳାଦାଗ, ବ୍ରଣ ନଷ୍ଟ ହୋଇଯାଏ

16) ଧଳା ଦାଗରୁ ମୁକ୍ତି ପାଇବା ପାଇଁ 10ml ନଡ଼ିଆ ତେଲରେ 20ବୁନ୍ଦା ପଞ୍ଚ ତୁଳସୀ ପକାଇ ସକାଳେ ଓ ରାତିରେ ଶୋଇବା ପୂର୍ବରୁ ଭଲ ଭାବରେ ମାଲିସ କରନ୍ତୁ

17) ପଞ୍ଚ ତୁଳସୀର ନିୟମିତ ସେବନ କରିବା ଦ୍ୱାରା କୋଲେଷ୍ଟେରୋଲ ସ୍ତର କମିବାକୁ ଲାଗେ, ରକ୍ତ ପତଳା ହୁଏ ଓ ହୃଦରୋଗ ଓ କୋଲେଷ୍ଟେରଲ କମିଥାଏ

18) ପ୍ରସବ ପରେ ହୋଇଥିବା ଷ୍ଟ୍ରେଚ ମାର୍କ ଦୁର କରିବା ପାଇଁ ପଞ୍ଚ ତୁଳସୀକୁ କୌଣସି ଭଲ କ୍ରିମ ସହିତ ମିଶାଇ ଲଗାନ୍ତୁ

19) ନିଆଁ ରେ ଜଳିଥିଲେ କିମ୍ବା ବିଷାକ୍ତ ପୋକ କାମୁଡ଼ିଲେ ପଞ୍ଚ ତୁଳସୀ ଲଗାଇ କରି ସୁସ୍ଥ ଅନୁଭବ କରନ୍ତୁ

20) ମହିଳା ମାନଙ୍କର ଗର୍ଭାବସ୍ଥାରେ ହେଉଥିବା ବାରମ୍ବାର ବାନ୍ତି ରୁ ମୁକ୍ତି ପାଇବା ପାଇଁ ପଞ୍ଚ ତୁଳସୀ କୁ 4/5 ବୁନ୍ଦା 1 ଗ୍ଲାସ ପାଣିରେ ମିଶାଇ ପିଅନ୍ତୁ

21) ପଞ୍ଚ ତୁଳସୀ ଶରୀରର ଲୋହିତ ରକ୍ତ କୋଷକୁ ବଢାଇବାରେ ଅତ୍ୟନ୍ତ ସହାୟକ ଅଟେ

22) ଭୋଜନର ଏକ ଘଣ୍ଟା ପୂର୍ବରୁ ଦୁଇ ବୁନ୍ଦା ପଞ୍ଚ ତୁଳସୀକୁ 1 ଗ୍ଲାସ ପାଣିରେ ମିଶାଇ ସେବନ କଲେ ପେଟ ସମ୍ବନ୍ଧୀୟ ରୋଗରୁ ମୁକ୍ତି ମିଳେ l

23) ପଞ୍ଚ ତୁଳସୀ ଏକ ବିଷନାଶକ ଆୟୁର୍ବେଦିକ ଔଷଧ ଅଟେ ତଥା ଶରୀରର ବିଷକୁ ବାହାର କରି ଶରୀରକୁ ନୀରୋଗ ରଖିବାରେ ସାହାଯ୍ୟ କରେ

24) ପଞ୍ଚ ତୁଳସୀର ସେବନ ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ପାଏ l

ଦୁଗ୍ଧ ସହିତ ତୁଳସୀ ପାନ, ବିଷ ସମାନ

Written By
subhashreed69@gmail.com

Leave a Reply

Your email address will not be published. Required fields are marked *

Need Help?
Call Now Button