Naturopathy Treatments

ଆୟୁର୍ବେଦରେ କେତୋଟି ସାଧାରଣ ନିୟମ  ନିହାତି ପାଳନ କରିବା ଆବଶ୍ୟକ

ଆୟୁର୍ବେଦରେ କେତୋଟି ସାଧାରଣ ନିୟମ  ନିହାତି ପାଳନ କରିବା ଆବଶ୍ୟକ
  • PublishedJanuary 23, 2024
Spread the love

1) ଖାଇବା 1ଘଣ୍ଟା ପରେ ପାଣି ପିଇବେ, ତୁରନ୍ତ ପିଇବେ ନାହିଁ l ଯଦି ନିହାତି ପିଇବା ଆବଶ୍ୟକ ହୁଏ ତେବେ ସକାଳେ 12 ଟା ପୂର୍ବରୁ ଜଳଖିଆ ପରେ ଫଳ ରସ ପିଇ ପାରିବେ, ଦିପହରେ ଖାଇସାରି ଘୋଳ ଦହି ପିଇ ପାରିବେ ଓ ରାତିରେ ଉଷୁମ କ୍ଷୀର ପିଇ ପାରିବେ l

2) ପାଣି ସବୁବେଳେ ଢୁକେ ଢୁକେ କରି ଅର୍ଥାତ ରହି ରହି ପିଇବେ, ଏକାଥରେ ବଟଲେ ପାଣି ବା ଗ୍ଲାସ ଗ୍ଲାସେ ପାଣି ପିଇବେ ନାହିଁ, ପାଣି ଏକାଥରେ ଢ଼କ ଢକ କରି ବା ଶୀଘ୍ର ଶୀଘ୍ର ପିଇଲେ କିଡନୀ ଉପରେ ପ୍ରେସର ପଡେ କାରଣ ଏହା ତାକୁ ଛାଣି ଥାଏ l

3) ଯେତେ ଗରମ ହେଲେବି ଥଣ୍ଡାପାଣି ବିଲକୁଲ ପିଇବେ ନାହିଁ, ଯଦି ନିହାତି ଦରକାର ମାଟି ହାଣ୍ଡି ପାଣି ପିଇବେ, ପିଇବା ପାଣିର ତାପମାତ୍ରା 27°C ରୁ 47°C ଭିତରେ (ଋତୂ ବା ମୌସୁମୀ ହିସାବରେ) ହେବା ଭଲ l ଲଗାତାର ଥଣ୍ଡା ପାଣି ପିଇଲେ ଜଠରାଗ୍ନି ମନ୍ଦ ହୋଇଯାଏ

4) ସକାଳୁ ବିଛଣାରୁ ଉଠି 2/3 ଗ୍ଲାସ ହାଲକା ଉଷୁମ ପାଣି ପିଇ ତାପରେ ଯାହା କାମ କରିପାରିବେ, ପେଟ ସଫା ରହିଲେ ଅଧା ବେମାରୀ ଭଲ ହୋଇଯିବ l

5) ଯଥା ସମ୍ଭବ ପାରିବେ ବାମ ନାକ ପୁଡାରେ ଶ୍ୱାସ ଚାଲୁଥିଲା ବେଳେ ପାଣି ପିଇବାକୁ ଚେଷ୍ଟା କରିବେ, ଯଦି ଡାହାଣ ପଟେ ଚାଲୁଥିବ ତାକୁ ବଦଳେଇ ପାରିବେ

6) ସକାଳେ ତମ୍ବା ପାତ୍ରରେ, ରାତିରେ ରଖାଯାଇଥିବା ପାଣି ପିଇ ପାରିବେ, କେବଳ ସକାଳେ l ପ୍ଲାଷ୍ଟିକ ଓ ଏଲୁମିନିୟମ ପାତ୍ରରେ ପାଣି କେବେ ପିଇବେ ନାହିଁ l

7) ପାଣି ସବୁବେଳେ ବସି କରି ପିଇବେ, ଠିଆ ହୋଇ ପିଇଲେ ବିଭିନ୍ନ ପ୍ରକାର ରୋଗ ହୋଇଥାଏ ଯଥା ହାର୍ନିଆ, ଏପେଣ୍ଡି ସାଇଟିସ, ହାଇଡ୍ରୋସିଲ, ଆଣ୍ଠୁଗଣ୍ଠି ଇତ୍ୟାଦି..

8) ମାନସିକ ରୋଗୀ ବା ମସ୍ତିଷ୍କ ରୋଗୀ ଓ କଫ, ସର୍ଦ୍ଦି, କାଶ, ଥଣ୍ଡା ରୋଗୀ ମାନେ ସୁନା ବାସନରେ ପାଣି ପିଇବା ଉଚିତ l ଜଣ୍ଡିସ ରୋଗୀ ପାଇଁ ବର୍ଷା ପାଣି ପିଇବା ଭଲ 

9) ଶୋଷକୁ ଅଟକେଇବେ ନାହିଁ, କିନ୍ତୁ ଶୋଷ ଲାଗିଲେ ବି ପାଣି ରହି ରହି ପିଇବେ, କେବଳ ସକାଳ ସମୟ, ଶୋଷ ନ ଲାଗିଲେ ବି ପାଣି ପିଇ ପାରିବେ, ଏହାକୁ ଉଷାପାନ କୁହାଯାଏ l

ଶରୀରରେ ବେଗ ପ୍ରାକୃତିକ ଅଟେ, ଏହାକୁ ଅଟକାଇବା ଉଚିତ ନୁହେଁ l

1) ନିଦକୁ ଅଟକାଇବେ ନାହିଁ

2) ହସକୁ ଅଟକେଇବେ ନାହିଁ, ମସ୍ତିଷ୍କ ରେ ଥିବା ପୀନିୟଲ ଗ୍ରନ୍ଥୀ ଏହା ପାଇଁ ବହୁତ ସାହାଯ୍ୟ କରିଥାଏ

3) ଛିଙ୍କକୁ ଅଟକେଇବାକୁ ଚେଷ୍ଟା କରିବେନାହିଁ, ଫଳରେ 23ପ୍ରକାର ରୋଗ ହୋଇପାରେ, ଜବରଦସ୍ତି ଛିଙ୍କିଲେ 13/14 ପ୍ରକାର ରୋଗ ହୋଇପାରେ

4) ଶୋଷ ଲାଗିଲେ ଅଟକେଇବେ ନାହିଁ, ଧୀରେ ଧୀରେ ପାଣି ପିଇବେ l ଏହାକୁ ଅଟକେଇଲେ 58 ପ୍ରକାର ରୋଗ ହୁଏ l

5) ଭୋକ ଲାଗିଲେ ନ ଅଟକେଇ ଖାଇବେ, ଏହାକୁ ଅଟକେଇଲେ 103 ପ୍ରକାର ରୋଗ ହୋଇ ପାରେ ଯେମିତିକି ପ୍ରଥମଟି ଏସିଡ଼ିଟି ଓ ଶେଷଟି ପେଟ କ୍ୟାନସର l

6) ହାଇ ଆସିଲେ ଅଟକେବେନି, କାରଣ ଏହାଦ୍ୱାରା ରକ୍ତକୁ ଅମ୍ଳଜାନ ଯାଇଥାଏ ଓ ଅଙ୍ଗାରକାମ୍ଳ ବାହାରି ଥାଏ

7) ମୂତ୍ର ବେଗ କେବେବି ରୋକିବେ ନାହିଁ

8) ଝାଡାର ବେଗ ମଧ୍ୟ ରୋକିବେ ନାହିଁ, ଦିନକୁ ଥରେ କିମ୍ବା ଦୁଇଥର ଗଲେ ଠିକ, ଅଧିକ ଥର ହେଲେ ନିହାତି ଡାକ୍ତରଙ୍କ ପରାମର୍ଶ କରିବେ

9)….

Written By
subhashreed69@gmail.com

Leave a Reply

Your email address will not be published. Required fields are marked *

Need Help?
Call Now Button