Diseases Kidney

କିଡ଼ନୀ ଫେଲ୍ୟୁଅର ଚିକିତ୍ସା – ୟୁରିଆ, କ୍ରିଏଟିନିନ୍ କମେଇବା ପାଇଁ ଘରୋଇ ଉପଚାର

କିଡ଼ନୀ ଫେଲ୍ୟୁଅର ଚିକିତ୍ସା – ୟୁରିଆ, କ୍ରିଏଟିନିନ୍ କମେଇବା ପାଇଁ ଘରୋଇ ଉପଚାର
  • PublishedJanuary 23, 2024
Spread the love

ରକ୍ତ ରେ ୟୁରିଆ କ୍ରିଏଟିନିନ ପୋଟାସିୟମ ମାତ୍ରା ବଢିବା କିଡ଼ନୀ ରୋଗ ର ସଂକେତ ଅଟେ l ଲିଭରରେ ପ୍ରୋଟିନ ର ମେଟାବୋଲିଜିମ ଫଳରେ ୟୁରିଆ ନିର୍ମାଣ ହୋଇଥାଏ l ଯଦି କିଡନୀ ରେ କୌଣସି ପ୍ରକାର ରୋଗ ନଥାଏ ତେଵେ କିଡନୀ ଠିକ ଭାବରେ ଛାଣିବା (Filtration) କାର୍ଯ୍ୟ କରିଥାଏ l କିନ୍ତୁ ଯଦି କିଡନୀ ରେ କିଛି ସମସ୍ୟା ଥାଏ ତେବେ କିଡନୀ ରକ୍ତରେ ଥିବା ୟୁରିଆ, କ୍ରିଏଟିନିନ, ପୋଟାସିୟମ କୁ ଫିଲଟର କରିପାରେ ନାହିଁ ଫଳରେ ରକ୍ତରେ ଏହାର ମାତ୍ରା ବଢିଯାଏ l ରକ୍ତ ପରୀକ୍ଷାରେ ଏହାର ମାତ୍ରା ଅଧିକ ହେଲେ ରୋଗୀ ଏକ୍ୟୁଟ କିଡନୀ ରୋଗ ବା କ୍ରୋନିକ କିଡ଼ନୀ ରୋଗରେ (CKD) ପୀଡିତ ହୁଏ l

Kidney Function Test

ଏହାକୁ ଚେକ କରିବା ପାଇଁ ବ୍ଲଡ଼ ୟୁରିଆ ନାଇଟ୍ରୋଜେନ, କ୍ରିଏଟିନିନ, ପୋଟାସିୟମ  ମାତ୍ରା ଦେଖାଯାଏ l

Blood Urea Level 7 – 25 mg/dl

Potassium Level 3.5 – 5.3 mmol/L

Creatinine Level 0.6 – 1.3 mg/dl

ୟୁରିଆ କମ କରିବା ପାଇଁ ଉପାୟ –

1)ପ୍ରୋଟିନ କମ ଖାଇବେ, କ୍ଷୀର ଓ କ୍ଷୀର ରୁ ତିଆରି ଜିନିଷ ଯେପରି ଛେନା ଜାତୀୟ ଜିନିଷ କମ ଖାଇବେ, ଅଣ୍ଡା, ମାଂସ, ଶସ୍ୟ, ଡାଲି ଆଦି ପୁଷ୍ଟିସାର ଜାତୀୟ ଖାଦ୍ୟ କମ ଖାଇବେ କାରଣ ୟୁରିଆ ର ନିର୍ମାଣ ଲିଭରରେ ପ୍ରୋଟିନ ର ମେଟାବୋଲିଜିମ ପାଇଁ ହୋଇଥାଏ l

2)ଭିଟାମିନ C ମାଧ୍ୟମରେ ୟୁରିଆ କମେଇବା କିପରି? – ଭିଟାମିନ C ଏକ ଭଲ ଆଣ୍ଟି ଅକ୍ସିଡେଣ୍ଟ ଅଟେ l ଯାହା କିଡନୀକୁ ଫ୍ରି ରେଡ଼ିକାଲ ରୁ ରକ୍ଷା କରେ ଓ ଶରୀରରେ ଆଇରନ ମାତ୍ରା କୁ ଠିକ ରଖେ, ଫଳରେ ହିମୋଗ୍ଲୋବିନ ଠିକ ରହେ, ଏନିମିଆ ସମସ୍ୟା ରହେ ନାହିଁ l ଭିଟାମିନ C କିଡନୀ କୁ ଅଧିକ ମୂତ୍ର ତିଆରି କରାଇବା ପାଇଁ ଉତ୍ତେଜିତ କରେ ଯାହାଦ୍ୱାରା ୟୁରିଆ ଓ କ୍ରିଏଟିନିନ ସହଜରେ ଫିଲଟର ହୋଇଯାଏ l

ୟୁରିଆ କମାଇବା ପାଇଁ ଆହୁରି କେତକ ଉପାୟ

3) କଲରା ଜୁସ ଶରୀରକୁ detoxify କରିବା ସହିତ କିଡନୀ ଓ ଡାଇବେଟିସ ରୋଗୀଙ୍କ ପାଇଁ ଲାଭଦାୟକ

4) ଆଲକାଲାଇନ ପରିବା ଯେପରି କୋବି, ଗାଜର, କାକୁଡି, ସିମଲା ମିର୍ଚ୍ଚ, ଡାଳଚିନି, ଲେମ୍ବୁ  ଆଦି ଖାଇବା ଦ୍ୱାରା ରକ୍ତରେ ୟୁରିଆ ମାତ୍ରା କମିଥାଏ l

5) ଅଧିକ ପାଣି ପିଇବା ଲାଭଦାୟକ

6) ପୋଟାସିୟମ ମାତ୍ରା ରକ୍ତରେ ଠିକ ରହିଲେ ତାହା ୟୁରିଆକୁ ଫିଲଟର କରିବା ପାଇଁ ସାହାଯ୍ୟ କରେ l

7) ମଦ୍ୟପାନ ନ ଛାଡିଲେ କିଡନୀ ଉପରେ ଚାପ ପଡେ l

କ୍ରିଏଟିନିନ କମାଇବାକୁ ଉପାୟ

1) ବ୍ଲଡ଼ ପ୍ରେସର ବଢିଲେ କ୍ରିଏଟିନିନ ବଢିବ ତେଣୁ ରକ୍ତ ଚାପକୁ ନିୟନ୍ତ୍ରଣ ରଖିବେ l ରକ୍ତ ଚାପ ଚେକ କରୁଥିବେ ଓ ତାକୁ ନର୍ମାଲ କରିବାକୁ ବ୍ୟବସ୍ଥା କରିବେ l

2) ଧୂମପାନ ତ୍ୟାଗ କରିବେ ନହେଲେ ରକ୍ତ ବାହିନୀ ସଂକୁଚିତ ହୋଇ ବ୍ଲଡ଼ ପ୍ରେସର ବଢେ ଫଳରେ କିଡ଼ନୀ ଉପରେ କ୍ଷତି କରେ l

3) ରକ୍ତରେ କୋଲେଷ୍ଟେରୋଲ ମାତ୍ରା ବଢି ରକ୍ତ ଚାପ ବଢି ଲେ କ୍ରିଏଟିନିନ ବଢେ ତେଣୁ ଏହାକୁ ନିୟନ୍ତ୍ରଣ ରଖିବେ

4) ଯାହାର କ୍ରିଏଟିନିନ ବଢି ରହିଛି ପ୍ରୋଟିନ ଜାତୀୟ ଖାଦ୍ୟ କ୍ଷୀର, ଛେନା, ଡାଲି, ଶସ୍ୟ, ଅଣ୍ଡା, ମାଂସ ଆଦି କମ ଖାଇବେ

5) ପାଣି ଅଧିକ ପିଇବେ

6) ଅଧିକ ବ୍ୟାୟାମ ବା ଭାରୀ କାମ ନକରି ବିଶ୍ରାମ ନେବେ l

7) ନିଜ ଖାଦ୍ୟରେ ଫାଇବର ବା ତନ୍ତୁ ଜାତୀୟ ଖାଦ୍ୟ ସାମିଲ କରିବେ l ଏହି ଖାଦ୍ୟ କ୍ରିଏଟିନିନ କମାଇ ଥାଏ କିନ୍ତୁ ଯାହାର ପୋଟାସିୟମ ଓ ଫସଫରସ ବଢି କରି ଥାଏ ସେମାନେ ଏହି ଉପାୟ କରିବା ପୂର୍ବରୁ ନିଜ ଡକ୍ଟର ଙ୍କୁ ପଚାରି ନେବେ l

8) କେତକ ଔଷଧ କ୍ରିଏଟିନିନ ବଢ଼ାଇ ଦିଏ, ସେହି ଔଷଧ କୁ ଖାଇବେ ନାହିଁ କାରଣ ତାହା କିଡନୀ କୁ ଡେମେଜ କରିଦିଏ l ଯେପରିକି ପେନ କିଲର, Vancomycin, Amikasin, Gentamicin and Cefoxitin ଏଗୁଡ଼ିକୁ ନେଫ୍ରୋ ଟକ୍ସିକ (Nephro Toxic) drugs କହନ୍ତି l

9) ଆଲଫା ଲିପୋଲିକ ଏସିଡ (ALA) କିଡନୀ ଡେମେଜକୁ ରୋକି ଥାଏ, କିଡନୀ ଫୁଲାରୁ ବଞ୍ଚାଇଥାଏ l ଏହା ସାଧାରଣତ କୋବି, ପାଳଙ୍ଗ, ଆଳୁ, ଇତ୍ୟାଦିରେ ମିଳେ l

ପୋଟାସିୟମ

ପୋଟାସିୟମ ମାତ୍ରା ବଢିଲେ କିଡନୀ ରୋଗୀଙ୍କର ହାର୍ଟ ସମସ୍ୟା ଆସିପାରେ l ତେଣୁ ରକ୍ତରେ ପୋଟାସିୟମ ବଢିଗଲେ ଲେମ୍ବୁ, କମଳା, କଦଳୀ ଆଦି ପୋଟାସିୟମ ଥିବା ଖାଦ୍ୟ ବନ୍ଦ କରିଦେବେ ଓ ଡାକ୍ତର ଙ୍କ ପରାମର୍ଶ କରିବେ l ଏହାକୁ ନିୟନ୍ତ୍ରଣ ରଖିବେ l

ପୁନର୍ଣ୍ଣଭା ଓ ଭୂମି ଆମଲା ମାଧ୍ୟମରେ କିଡନୀ ର କ୍ରିଏଟିନିନ ଆଦିରୁ ରକ୍ଷା ପାଇଁ ପାରିବେ l

Written By
subhashreed69@gmail.com

Leave a Reply

Your email address will not be published. Required fields are marked *

Need Help?
Call Now Button