Blog Diseases Other

ଥାଇରଏଡ ପାଇଁ ରାମବାଣ ଘରୋଇ ଉପଚାର – ଜୀବନ ସାରା ବଟିକା ଖାଇବା ଦରକାର ନାହିଁ

ଥାଇରଏଡ ପାଇଁ ରାମବାଣ ଘରୋଇ ଉପଚାର – ଜୀବନ ସାରା ବଟିକା ଖାଇବା ଦରକାର ନାହିଁ
  • PublishedJanuary 23, 2024
Spread the love

ଏହି ରୋଗରେ ଅଧିକାଂଶ ସ୍ତ୍ରୀ ଲୋକ ମାନେ ପୀଡିତ ହୋଇଥାନ୍ତି, ସେଥିପାଇଁ ସେମାନେ ମୋଟା ହେଇଯିବା, କାହାର କାହାର ପିଲାଛୁଆ ନ ହେବା, ଅନିୟମିତ ମାସିକ ଋତୁସ୍ରାବ ହେବା, ଗର୍ଭାଶୟ କ୍ୟାନସର ଆଦି ରୋଗ ହୋଇଥାଏ, ଆପଣ ଏହି ସବୁ ରୋଗରୁ ବଞ୍ଚିବା ପାଇଁ କିଛି ଔଷଧି ଓ କିଛି ଘରୋଇ ତୁଟୁକା ଆପଣେଇ ପାରିବେ l

ଘରୋଇ ତୁଟୁକା

1) ତିଳ ତେଲ 10 ml ନେଇ 10/15 ମିନିଟ କୁଳୁ କୁଳୁ ଓ ଗାରଗଲ (ଗାର୍ଗେଲିଂ) କରି ପକାଇ ଦିଅନ୍ତୁ

2) ତିଳ ତେଲ ରେ ଗଳା ରେ ମାଲିସ କରନ୍ତୁ, ଗଳାର ତଳୁ ନେଇ ଉପର ଆଡକୁ 5 ମିନିଟ ପର୍ଯ୍ୟନ୍ତ ମାଲିସ କରନ୍ତୁ l

3) ହାଲକା ଉଷୁମ ପାଣିରେ ଲୁଣ ପକାଇ କୁଳୁ କୁଳୁ ଓ ଗାର୍ଗେଲ କରନ୍ତୁ

ଏହା ସହିତ କିଛି ଆୟୁର୍ବେଦିକ ଔଷଧ ଦିଆଯାଇଥାଏ ଯେପରିକି କାଞ୍ଚନାର ଗୁଗୁଲ, ପୁନର୍ଣ୍ଣଭା ମଣ୍ଡୁର, ଏହି ଔଷଧ ବ୍ୟତୀତ ଆୟୁର୍ବେଦ ଓଡିଶା ଆପଣଙ୍କ ପାଇଁ ଏକ ବହୁତ ବଢିଆ ଟନିକ ଆଣିଛି,  ଯାହାର ପ୍ରୟୋଗରେ ଆପଣଙ୍କ ର ଜୀବନ ସାରା ଚାଲିଥିବା ବଟିକା ବନ୍ଦ ହେଇଯାଇପାରେ ତାହା ବି ପୁଣି କୌଣସି ସାଇଡ ଏଫେକ୍ଟ ବିନା l

ଏହି ଔଷଧ ର ଫାଇଦା

ଏହା ଏପରି ଏକ ଔଷଧ ଯାହା ଥାଇରଏଡ଼ ହର୍ମୋନ କୁ ଠିକ କରିବା ସହିତ ଏଥିରୁ ହେଉଥିବା ଦୁଃସ୍ପ୍ରଭାବ ଯଥା ମୋଟାପଣ,  ବାଞ୍ଝପଣ, ଆଣ୍ଠୁଗଣ୍ଠି ବଥା, ରକ୍ତ ହୀନତା, ହୃଦୟ ରୋଗ,  ବାଳ ଝଡ଼ିବା, ଟେନସନ, ଇତ୍ୟାଦିକୁ ଠିକ କରିବାର କ୍ଷମତା ରଖିଥାଏ l ଅତି କମରେ 3 ମାସରୁ 6 ମାସ ଖାଇବାକୁ ପଡିଥାଏ ଓ ଆଶ୍ଚର୍ଯ୍ୟଜନକ ପରିଣାମ ମିଳିଥାଏ l

ଏଥିରେ ଏପରି ଔଷଧ ମିଶିଛି ଯାହା ଥାଇରଏଡ ଗ୍ଲାଣ୍ଡ କୁ ଉତ୍ତେଜିତ କରିଥାଏ ଯାହାଦ୍ୱାରା ଏଥିରେ ଥିବା ଥାଇରଏଡ ହର୍ମୋନ କୁ ଏକ୍ଟିଭ କରିଥାଏ  ଓ  T4 କୁ T3ରେ ବଦଳେଇବାରେ ସାହାଯ୍ୟ କରିଥାଏ l ଯଦି କାହାର ଆୟୋଡିନ କମ ଥାଏ ତ ଏହା ତାକୁ ପୂରା କରିଦେଇଥାଏ, ସମୁଦାୟ ଉପରେ ଏହା Thyroxin କୁ ବଢ଼ାଇ ଥାଏ l

ଏଥିରେ ଥିବା ଉପାଦାନ

ବ୍ରାହ୍ମୀ – ଏଥିରେ ଥିବା Cassic Acid T4 ହରମୋନ କୁ T3ରେ ପରିଣତ କରିବାରେ ସାହାଯ୍ୟ କରେ, ଫଳରେ ଶରୀରର କାର୍ଯ୍ୟ ସୁଚାରୁ ରୂପେ ହୋଇଥାଏ l

ଅଶ୍ଵଗନ୍ଧା – ଏହା ଥାଇରଏଡ ଗ୍ଲାଣ୍ଡ ର ଆକ୍ଟିଭିଟିରେ ସୁଧାର ଆଣିଥାଏ ଓ Anti Peroxidation କୁ ବଢ଼ାଇ ଥାଏ ଯାହା ଥାଇରଏଡ଼ ଗ୍ଲାଣ୍ଡ କୁ ବିଭିନ୍ନ ପ୍ରକାର ଦୁଃସ୍ପ୍ରଭାବ ରୁ ବଞ୍ଚାଇ ଥାଏ, ଏହା ବ୍ୟତୀତ ଅଶ୍ଵଗନ୍ଧା ଏକ ବହୁତ ଭଲ adoptogen ଅଟେ ଯାହା ଶରୀରର ସବୁ ପ୍ରକାର ହରମୋନ କୁ balance ରଖିଥାଏ l

ଗୁଗୁଲ – ଏଥିରେ Guggulosterone ଅଛି ଯାହା ହାଇପୋଥାଇରଏଡ଼ ରେ ଥାଇରଏଡ ଗ୍ରନ୍ଥିକୁ ଉତ୍ତେଜିତ କରିଥାଏ l

ଜଟାମାଂସୀ – ଏହା ଏକ ଇମ୍ୟୁନୋ-ମୋଡ଼ୁଲେଟର ଅଟେ, ଯାହା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇ ଥାଏ l

ପୁନର୍ଣ୍ଣଭା – ପୁନର୍ଣ୍ଣଭାର ଥାଇରଏଡ ରେ  ମୁଖ୍ୟ ଭୂମିକା Diuretic ପରି ହୋଇଥାଏ l Hypo-thyroidism ରେ  ଶରୀରରେ ପାଣି ଜମିବା କାରଣରୁ ଦେହ ଫୁଲି ଯାଇଥାଏ, ଏହାକୁ ଏହା ପରିସ୍ରା ମାଧ୍ୟମରେ ବାହାର କରି ଫୁଲା କମେଇବାରେ ସାହାଯ୍ୟ କରିଥାଏ l

Bladder Wrack– ଏହା ଏକ ପ୍ରକାର ସମୁଦ୍ର ଶୈବାଳ ଯାହା Iodine ର ଉତ୍ସ ଅଟେ, ଏହାର ସେବନରେ ଶରୀରରେ ଆଇଓଡିନ ର ଭରଣା ହୋଇଥାଏ ଓ Hypo-Thyroidism କୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ l

ଚିତ୍ରକ – ଏହା ଶୋଥ, ଶୂଳ, ଶ୍ୱସନୀକା, ଗଣ୍ଡମାଳା, ଗଳା ରେ ହେଉଥିବା କ୍ୟାନସର, ଇତ୍ୟାଦିରେ ବହୁତ ଲାଭ ଦାୟକ l

ଗୁଡ଼ୁଚି – ଏହା ତ୍ରିଦୋଷ ନାଶକ ହୋଇଥିବାରୁ ଶରୀରରେ କୌଣସି ପ୍ରକାର  ହୋଇଥିବା ଅସନ୍ତୁଳନ କୁ ସନ୍ତୁଳିତ କରିଥାଏ ଓ ସବୁ ପ୍ରକାର ସଂକ୍ରମଣରୁ ରକ୍ଷା କରେ l

କାଞ୍ଚନାର – ଏହା ଶରୀରରେ କୌଣସି ପ୍ରକାର ବଢିଥିବା mass (ଏକ୍ସଟ୍ରା growth) କୁ କମ କରିଥାଏ, ଏହା ଗଏଟର, ଟ୍ୟୁମର ଓ କୌଣସି ପ୍ରକାର ଗ୍ରୋଥ ପାଇଁ ହୋଇଥିବା Hypo Thyroidism କୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ

ତ୍ରିକୂଟ – ଏହାକୁ  ତିନି ଔଷଧ ର ମିଶ୍ରଣ କୁହାଯାଏ, ଯେଉଁଥିରେ ଶୁଣ୍ଠୀ, ଗୋଲମରିଚ ଓ ପିପଲ ଥାଏ, ବହୁତ ବର୍ଷରୁ ଏହା ଓଜନ କମେଇବା ପାଇଁ ଓ ଥାଇରଏଡ ପାଇଁ ସଫଳତା ପୂର୍ବକ କାମ କରୁଛି, ଏହା ଶୋଥ ହର ଓ ରକ୍ତଶୋଧକ ମଧ୍ୟ ଅଟେ, ଓ Hypo Thyroid ପାଇଁ ହେଉଥିବା ଓଜନ ବୃଦ୍ଧିକୁ କମାଇବାରେ ସାହାଯ୍ୟ କରେ

ରାସ୍ନା – ଏଥିରେ ଥିବା Boswellic Acid ଫୁଲା ଫୁଲି କମ କରିବାରେ ସହାୟକ ଅଟେ

ହାଇପୋ ଥାଇରଏଡ ହେଲେ ଶରୀର ମୋଟା ହୋଇଯାଏ ଓ ହାଇପର ଥାଇରଏଡ ହେଲେ ଏହାର ବିପରୀତ ଅର୍ଥାତ ଶରୀର ପତଳା ହେବାକୁ ଲାଗେ ଓ  ଏହାର ପ୍ରଭାବ ଅଧିକାଂଶ ମହିଳା ମାନଙ୍କ ଉପରେ ପଡିଥାଏ l

ବାଞ୍ଝପଣ – ଏହି ସମସ୍ୟା ହେଲେ ମହିଳା ମାନଙ୍କର ମାସିକ ବିକାର ସହିତ ବେଳେବେଳେ ସନ୍ତାନ ସନ୍ତତି ହେବାରେ ସମସ୍ୟା ଦେଖାଦିଏ l

କୋଷ୍ଠ କାଠିନ୍ୟ – ଖାଇବା ହଜମ ହେବାରେ ପ୍ରୋବ୍ଲେମ ହୁଏ, ଖାଦ୍ୟ ସହଜରେ ତଳକୁ ଯାଏ ନାହିଁ, ଶରୀରର ଓଜନ ଉପରେ ବି ପ୍ରଭାବ ପଡେ l

ହାତ ଗୋଡ଼ ଥଣ୍ଡା ହେବା – ମଣିଷ ଶରୀରର ତାପମାତ୍ରା 37°C ବା 98.4°F,  କିନ୍ତୁ ଏହି ରୋଗୀଙ୍କ ହାତ ଗୋଡ଼ ମଧ୍ୟ ବେଳେଳ ଥଣ୍ଡା ଥାଏ l

ପ୍ରତିରୋଧକ କ୍ଷମତା କମଜୋର – ଏଥିରେ ପୀଡିତ ଲୋକଙ୍କ ରୋଗ ପ୍ରତିରୋଧ କ୍ଷମତା କମ ହୋଇଯାଏ l ଇମ୍ୟୁନୁ ସିଷ୍ଟମ  ଦୁର୍ବଳ ହେବାରୁ ଏମାନଙ୍କୁ ସବୁବେଳେ କିଛିନା କିଛି ରୋଗ ଲାଗି ରହିଥାଏ l

ଥକା ଲାଗିବା – ଏମାନଙ୍କୁ ଶୀଘ୍ର ଥକା ଲାଗିଥାଏ, କେତକ ଙ୍କୁ ଅଳସୁଆ ଲାଗେ ଓ ବଳ ସରିଗଲା ପରି ଲାଗେ

ତ୍ୱଚା ଶୁଖିଲା ଲାଗେ – ଚର୍ମ ଶୁଖିଲା ଲାଗେ, ଚର୍ମର ଉପରି ଭାଗର କୋଷର କ୍ଷତି ହେବାରେ ଲାଗେ, ତେଣୁ ତ୍ୱଚା ଶୁଖିଲା ଶୁଖିଲା ଲାଗେ l

ଡିପ୍ରେସନ – ଏହି ସମସ୍ୟା ହେଲେ ରୋଗୀ ସବୁବେଳେ ଡିପ୍ରେସନରେ ରହେ, କୌଣସି  କମରେ ମନ ଲାଗେ ନାହିଁ, ବ୍ରେନର ଭାବିବା ଓ ବୁଝିବା ଶକ୍ତି କମଜୋର ହୋଇଯାଏ, ସ୍ମରଣ ଶକ୍ତି ବି କମିଯାଏ l

ଚୁଟି ଝଡ଼ିବା – ଚୁଟି ଝଡିଥାଏ

ମାଂସପେଶୀ ଓ ଗଣ୍ଠି ବଥା – ମାଂସ ପେଶୀ ଓ ଗଣ୍ଠି ବଥା ସହ ଶାରୀରିକ କମଜୋରୀ  ମଧ୍ୟ ଥାଇରଏଡ ସମସ୍ୟା ର ଲକ୍ଷଣ ହୋଇପାରେ l

ସକାଳେ ଖାଲି ପେଟ ରେ ଲୋକି ଜୁସ ପିଅନ୍ତୁ, ଗହମ ଘାସ ରସ କରି ପିଅନ୍ତୁ, ତା ପରେ ଏକ ଗ୍ଲାସ ପାଣିରେ 30ml ଏଲୋଭେରା ଜୁସ ଓ ତୁଳସୀ drop ପକାଇ ପିଅନ୍ତୁ l ଏଲୋଭେରା ରସ କୌଣସି ବଢିଆ କମ୍ପାନୀର ବ୍ୟବହାର କରିବାକୁ ପଡିବ ଯେଉଁଥିରେ ଫାଇବର ଅଂଶ ବେଶୀ ଥିବ ଓ ବଢିଆ କମ୍ପାନୀର ଅର୍ଗାନିକ ପାଞ୍ଚ ତୁଳସୀ drop ବ୍ୟବହାର କରିବେ, ଏସବୁ କରିବାର ଅଧଘଣ୍ଟା ପର୍ଯ୍ୟନ୍ତ କିଛି ଖିଆ ପିଆ କରିବେ ନାହିଁ, ପ୍ରାଣାୟାମ କରି ପାରିବେ l

ଅଖରୋଟ ଓ ବାଦାମ – ଏଥିରେ selenium ମିଳେ ଯାହା ଥାଇରଏଡ ପାଇଁ ବହୁତ ଲାଭଦାୟକ, ଏହାର ସେବନରେ ଥାଇରଏଡ କାରଣରୁ ଗାଲରେ ହେବାକୁ ଥିବା ଫୁଲା ଫୁଲି କୁ ମଧ୍ୟ କିଛି ପରିମାଣରେ କମ କରାଯାଇପାରେ l

ଅଶ୍ଵଗନ୍ଧା – ଏହା ସହିତ ରାତିରେ ଶୋଇବା ବେଳେ ଗାଇର ଗରମ କ୍ଷୀରରେ 1 ଚାମୁଚ ଅଶ୍ଵଗନ୍ଧା ଚୂର୍ଣ୍ଣ ମିଶାଇ ସେବନ କରନ୍ତୁ

ପ୍ରାଣାୟାମ – ଏହା ସହିତ ଉଜ୍ଜୟୀ ପ୍ରାଣାୟାମ କରିବେ l ଏଥିରେ ଗଳାକୁ ସଂକୁଚିତ କରି ପୂରା ଜୋରରେ ଉପର ଆଡକୁ ଶ୍ୱାସକୁ ଟାଣିବା ପାଇଁ ପଡିଥାଏ

ଧଳା ଲୁଣ ବହୁତ କ୍ଷତି କାରକ – ସର୍ବଦା ସୈନ୍ଧବ ଲୁଣ ବା କଳା ଲୁଣ ବ୍ୟବହାର କରିବେ

ଗୋଲମରିଚ – କଳାମାରିଚ କୌଣସି ପ୍ରକାର ପ୍ରତିଦିନ ଖାଇବେ, ଏହା ଥାଇରଏଡ଼ ପାଇଁ ବହୁତ ଉପଯୋଗୀ

ଅଳସୀ – 1ଚାମଚ ଅଳସୀ ମଞ୍ଜି କୁ ଅଳ୍ପ ଅଳ୍ପ ଦର ଦର କୁଟି କରି 5 ପତ୍ର ତୁଳସୀ ସହ ସେବନ କରନ୍ତୁ l

1) ଏକ ଚାମଚ ମେଥି ଦାନା, 1 ଚାମଚ ତ୍ରିଫଳା (1:2:3) ରାତିରେ 1 ଗ୍ଲାସ ଗରମ ପାଣିରେ ବତୁରେଇ, ସକାଳେ ଉଠି ଏହି ପାଣି ପିଇବେ ଓ ସବୁ ଚୋବାଇ ଚୋବାଇ ଖାଇବେ

2) ଧଣିଆ ପତ୍ର ଚଟଣି କରି ଉଷୁମ ପାଣିରେ ମିଶାଇ ପିଇଦିଅନ୍ତୁ l ଧଣିଆ ପତ୍ର ବା ଶୁଖା ଧଣିଆ ଦାନା ଦୁଇଟି ଯାକ ଥାଇରଏଡ ରେ ବହୁତ ଭଲ କାମ କରେ

3) ଧଣିଆ ପତ୍ର ନମିଳିଲେ ଶୁଖା ଧଣିଆ ଦାନା ରାତିରେ ପାଣିରେ ବତୁରାଈ ସକାଳେ ପାଣି ପିଅନ୍ତୁ ଓ ଦାନାକୁ ଚୋବେଇ ଖାଆନ୍ତୁ

ଯେଉଁ ଭାଇ ଭଉଣୀ ଏ ସବୁ ପ୍ରୟୋଗ କରିବେ ସେମାନେ ନିଜ ନିଜର ଉତ୍ତର ଓ ଏହାର ପରିଣାମ ଆମ ସହିତ ନିଶ୍ଚିତ ସେୟାର କରିବାକୁ ଅନୁରୋଧ, ଅପଣଙ୍କ  ପୁରୁଣା ସମସ୍ୟାର 1 ମାସରେ ଯେଉଁ ଆରାମ ମିଳିବ ଆପଣ ବି ଚିନ୍ତା କରି ନଥିବେ l

ଏହି ଔଷଧ ହାଇପୋଥାଇରଏଡ ରେ ରାମବାଣ ପରି କାମ କରେ, ଯଦି ଆପଣ ଥାଇରଏଡ଼ ବଟିକା ଖାଇ ଖାଇ ବିରକ୍ତ ହୋଇଗଲେଣି ତେଵେ ଆପଣ ଏହାକୁ ନିଶ୍ଚିତ ଥରେ ବ୍ୟବହାର କରିବା ଉଚିତ, ଏହା ଏକ ମାସରେ ବହୁତ ବଢିଆ ରେଜଲ୍ଟ ଦେଖାଇ ପାରେ l ଏହା ପରେ ଯେତେବେଳ ଆପଣଙ୍କ ଥାଇରଏଡ ନର୍ମାଲ ହୋଇଯିବ ସେତେବେଳେ ଏହାକୁ ନେବା ଦରକାର ନାହିଁ l ଏଲୋପାଥି ଔଷଧ ପରି ଏହାର ସାଇଡ ଏଫେକ୍ଟ ନଥାଏ l

ଏହି ଉପଚାର ରାତିରେ ଶୋଇବା ପୂର୍ବରୁ କରିବାକୁ ହୁଏ,  ଗୋଟିଏ ଲାଲ ପିଆଜ ନେଇ ତାକୁ ଦୁଇଭାଗ କରି କାଟି ଦେବେ ଓ ଗଳା ପାଖରେ ଥିବା Thyroid Gland ର ଆଖପାଖରେ ଗୋଲ ଗୋଲ କରି ମାଲିସ କରିବେ l

ମାଲିସ କରିବା ପାରେ ଗଳାକୁ ଧୋଇବେ ନାହିଁ, ରାତି ସାରା ଏପରି ଛାଡ଼ିଦେବେ, ଓ ପିଆଜ ରସ କୁ ତା କାମ କରିବାକୁ ଛାଡ଼ିଦେବେ l

ଏହି ଉପଚାର ବହୁତ ସହଜ ଓ ଆପଣ ଏହାକୁ ନିହାତି ଟ୍ରାଏ କରି ଦେଖନ୍ତୁ ନିଶ୍ଚିତ ଭଲ ପରିଣାମ ମିଳିବ l ଏହାକୁ 15 ଦିନରୁ 3 ମାସ ପର୍ଯ୍ୟନ୍ତ କରନ୍ତୁ, ଯଦି result ନ ମିଳେବି କିଛି ସାଇଡ ଏଫେକ୍ଟ ବି ତ ନାହିଁ l ତେଣୁ ଏହାକୁ ଟ୍ରାଏ କରିବା ଉଚିତ l କଞ୍ଚା ପିଆଜ ଖାଇଲେ ମଧ୍ୟ ଥାଇରଏଡ ରେ ବହୁତ ଲାଭ ମିଳେ l

ଖାଇବେ

ତୁଳସି ଅର୍କ, ଲସି, ଦହି, ପନିର୍, ହର୍ବାଲ୍ ଚା, ପିଆଜ, ପିଜୁଳି, ମୂଳା, ଫଳ, ସବୁଜ ପରିବା, ବିଟ୍, ହଲଦି, ଡାଳିମ୍ବ, ଅଁଳା, ଜାମୁ, ସପୁରୀ, କଲରା, ଟମାଟୋ, ଆଳୁ, ମଟର, ପୋଟଳ, ସୈନ୍ଧବ ଲୁଣ, ବ୍ରାହ୍ମି, ଆପେଲ୍, ନାଉ, କଳା ଲୁଣ, ଧଣିଆ, ମେଥି,

ତମ୍ବା ପାତ୍ରରେ ପାଣି ରଖି ସକାଳେ ପିଇବେ, ବଡ ଜୋର ହସିବାକୁ ଚେଷ୍ଟା କରିବ (ଲାଫ୍ଟର ଥେରାପି)

ମୋଟା ଥିଲେ – ଚା, ଚିନି, ଗୁଡ, କ୍ଷୀର, ମିଠାଇ, ଅଣ୍ଡା, ମାଂସ, ମଇଦା, ବିସ୍କୁଟ୍, ଘିଅ, ପୁରି, ପରଟା, ଫ୍ରାଏ, ଆଳୁ/ଚିପ୍ସ Carbohydrate ଖାଇବେ ନାହିଁ

ଖାଇବେ ନାହିଁ – ମକା, ସୋରିଷ/ଶାଗ, ଫୁଲକୋବି, ଫ୍ଲୋରାଇଡ୍ ଜିନିଷ, ମିଠାଆଳୁ, ଧଳାଲୁଣ, କଦଳୀ, କାଜୁ, ଗୁଆ, ବାଦାମ, ବନ୍ଧାକୋବି, ମଇଦା, ବ୍ରେଡ୍, ପାସ୍ତା, ଚା, କଫି,

Written By
subhashreed69@gmail.com

Leave a Reply

Your email address will not be published. Required fields are marked *

Need Help?
Call Now Button