Diseases Other

ଆସ୍ଥମା– Asthma (ଆଜମା, ଶ୍ୱାସ, ଦମା) ର ଘରୋଇ ଉପଚାର

ଆସ୍ଥମା– Asthma (ଆଜମା, ଶ୍ୱାସ, ଦମା) ର ଘରୋଇ ଉପଚାର
  • PublishedJanuary 23, 2024
Spread the love

ସାଧାରଣତଃ ଆଜମା Specific ଓ Non Specific କାରଣ ତଥା ଜେନେଟିକ କାରଣ, ମୌସୁମୀ, ତଥା ଏଲର୍ଜୀ ପାଇଁ ମଧ୍ୟ ହୋଇଥାଏ l ଏହାକୁ ଆୟୁର୍ବେଦିକ ଉପାୟରେ ବହୁତ ଦୂର ପର୍ଯ୍ୟନ୍ତ ନିୟନ୍ତ୍ରଣ କରିଦିଆ ଯାଇପାରେ l

ଉପାୟ

ଫାଳେ ଲେମ୍ବୁ

3 ଟି ଲେମନଗ୍ରାସ

1 ଟି କାକୁଡି

ଲେମ୍ବୁ ରସ ସହ ସବୁ ମିଶାଇ ଗ୍ରାଇଡିଙ୍ଗ କରି ଦିଅନ୍ତୁ l ଏହି ଜୁସ କୁ ଦିନରେ 3 ଥର, ଖାଇବା ଆଗରୁ ସେବନ କରିବେ, ବହୁତ ଶୀଘ୍ର ପରିଣାମ ମିଳିବ l

2ଟି କଂସା ବାସନ

200gm ଅଦା ରସ

200gm ଦେଶୀ ଗାଇ ଘିଅ

ଦେଶୀ ଗାଇ ଘିଅ ଓ ଅଦା ରସ କୁ ଅଲଗା ଅଲଗା କଂସା ବେଲା ରେ ରଖି ଏକା ସମୟରେ ଧୀର ଆଞ୍ଚରେ ଗରମ କରନ୍ତୁ l ଯେତେବେଳ ଦୁଇଟିଯାକ ଫୁଟିବା ଆରମ୍ଭ କରିବ ସେତେବେଳେ ଅଦାରସ କୁ ଗରମ ଘିଅରେ ଢାଳି ଦିଅନ୍ତୁ ଓ ଭଲସେ ମିକ୍ସ କରନ୍ତୁ l ଏହି ମିଶ୍ରଣ କୁ ଏକ ଷ୍ଟିଲ ଥାଳିରେ ରଖନ୍ତୁ, ଥଣ୍ଡା ହେଲେ ଏହାକୁ କାଚ ବୋତଲରେ ରଖନ୍ତୁ l ଏହା ହେଲା ଔଷଧ l

ପ୍ରତି ରାତିରେ ଶୋଇଲା ବେଳେ 1 ଗ୍ଲାସ ଗାଇ କ୍ଷୀରରେ 1ଚାମଚ ମହୁ ଓ ଦୁଇ ଚାମଚ (10ଗ୍ରାମ ) ତିଆରି ହୋଇଥିବା ଔଷଧ ମିଶାଇ ଏହାକୁ ପିଇ ଦିଅନ୍ତୁ l ଏହା ଦ୍ୱାରା ଶରୀରରେ ଜମା ହୋଇଥିବା କଫ ବାହାରି ଯିବ ଓ ଦମା ଆସୁଥିଲେ ଶାନ୍ତ ହେବ l ଏହାକୁ 12/15 ଦିନ ପ୍ରୟୋଗ କଲେ ଶ୍ୱାସ ସମୂଳେ ନଷ୍ଟ ହୋଇଯାଏ l

ଆଜମା କୁ ମୂଳରୁ ନଷ୍ଟ କରିବା ପାଇଁ ନୋନି ରସ ମଧ୍ୟ ଅତ୍ୟନ୍ତ ସହାୟକ ଅଟେ l

ଆମର ସବୁ ପାଠକଙ୍କୁ ଅନୁରୋଧ ଯେ,  ଯେତେବେଳେ ଆପଣ ଏ ପ୍ରୟୋଗ କରୁଛନ୍ତି ତ ଏହାର ରେଜଲ୍ଟ ଆମକୁ ନିଶ୍ଚିତ ଜାଣନ୍ତୁ l

ଶରତ ପୂର୍ଣ୍ଣିମା – ଆଶ୍ୱିନ ଶୁକ୍ଳ ପ୍ରତିପଦା ଦିନ ଓସ୍ତ ଗଛ ର ତାଜା ଛାଲ ନେଇ ଛାଇରେ ଶୁଖାଇବେ,  ଅଧା ଛାଲକୁ ଭଲସେ ଚୂର୍ଣ୍ଣ କରନ୍ତୁ ଓ ଅଧା ଛାଲକୁ ଜଳେଇ କରି ପାଉଁଶ କରିଦେବେ, ଦୁଇଟିରୁ ଭାଗେ ଭାଗେ ମିଶାଇ ରଖନ୍ତୁ l

ଔଷଧି ସେବନ ବିଧି – ଶରତ ପୂର୍ଣ୍ଣିମା ରେ ସୂର୍ଯ୍ୟଦୋୟ ରୁ ରାତି 12 ଟା ପର୍ଯ୍ୟନ୍ତ ଉପବାସ କରିବେ, ଜଳ ଆଦି କିଛି ଗ୍ରହଣ କରିବେ ନାହିଁ l ପୂର୍ଣ୍ଣିମା ର ଆଗରୁ ବତାଯାଇଥିବା ବିଧି ଅନୁସାରେ କ୍ଷୀରି ତିଆରି କରି, ଚାନ୍ଦି ବା ମାଟି ପାତ୍ରରେ ରଖି,  ଛାତ ଉପରେ ଖୋଲା ଜହ୍ନ ଆଲୁଅରେ ରଖି ଦିଅନ୍ତୁ l ରାତି 12 ଟା ରେ,  ତିଆରି କରିଥିବା ଔଷଧ କୁ କ୍ଷିରରେ ମିଶାଇ ଖାଇ ଦିଅନ୍ତୁ l ଔଷଧ ସେତିକି ମିଶାଇବେ ଯେତିକି ଆପଣ ଖାଇ ପାରିବେ l

ଔଷଧି ସେବନର 2 ଘଣ୍ଟା ପର୍ଯ୍ୟନ୍ତ ପାଣି ବିଲକୁଲ ବି ପିଇବେ ନାହିଁ, କୁଳୁ କୁଳୁ କରିପାରିବେ କିନ୍ତୁ ଧ୍ୟାନ ରହେ ପାଣି ପେଟକୁ ନଯିବ ଯେପରି, ନିଜ ଶକ୍ତି ଅନୁସାରେ ଯେତିକି ଭ୍ରମଣ (ବୁଲାବୁଲି ) କରିପାରିବେ କରିବେ l କାର୍ତ୍ତିକ ଶୁକ୍ଳ 1 କୁ ଭୋକ ଲାଗିଲେ ହାଲୁକା ଭୋଜନ କରିବେ l

କ୍ଷୀରି ତିଆରି କରିବା ବିଧି – ଶରତ ପୂର୍ଣ୍ଣିମା ସନ୍ଧ୍ୟା 5 ରେ ଗାଈର ତାଜା ଓ ଶୁଦ୍ଧ କ୍ଷୀର, ମିଶ୍ରି ଓ ବଢିଆ ଚାଉଳ ଚାନ୍ଦି ବା ମାଟି ବାସନରେ ନେଇ ଯଥାବିଧି ଖିରୀ  କରିବେ l (ଯେପରି ଖିରୀ କରାଯାଏ ) କ୍ଷୀରି କଲା ପରେ ଚନ୍ଦ୍ର ଉଦୟ ହେଲା ମାତ୍ରେ ଚନ୍ଦ୍ର କିରଣରେ ରଖିଦେବେ l ଅଧା ରାତିରେ ଅଳ୍ପ କ୍ଷୀରି ରେ ଅଳ୍ପ ଔଷଧି ମିଶାଇ 4/5 ଚାମଚ ଖାଇ ଓ ଇଛା ଅନୁସାରେ ଆଉ କ୍ଷୀରି ଖାଇଦେବେ l

ଔଷଧିରେ ପୂର୍ଣ୍ଣ ବିଶ୍ୱାସ ରଖି ଓ ନିଜର ଇଷ୍ଟ ଦେବଙ୍କୁ ସ୍ମରଣ କରି ଔଷଧି ସେବନ କଲେ ବହୁତ ଲାଭ ହୁଏ l ନିୟମରେ ଗଡବଡ କରିବେ ନାହିଁ l ନିୟମ ଦିଆଗଲା –

ଔଷଧି ସେବନର ଦୁଇ ମାସ ପର୍ଯ୍ୟନ୍ତ ଲଙ୍କା, ତେଲ, ଖଟା, ମଦ, ଗୁଡ଼, ତେଲିଆ ଓ ଭଜା ପରି ଗରିଷ୍ଠ ପଦାର୍ଥ (ଯାହା ସହଜରେ ହଜମ ହୁଏନି ),  ଦହି, ଘୋଳଦହି, ଚା, ଇତ୍ୟାଦି ସେବନ କରିବେ ନାହିଁ, ବ୍ରହ୍ମଚର୍ଯ୍ୟ ରଖିବେ ଓ ଅଧିକ ପରିଶ୍ରମ କରିବେ ନାହିଁ l

1) ଅଙ୍ଗୁର ରସ 40ଗ୍ରାମ ବାହାର କରି ଟିକେ ଗରମ କରନ୍ତୁ ଓ ରୋଗୀଙ୍କୁ ପିଆନ୍ତୁ

2) କଫ ଅଧିକ ହେଲେ ଶ୍ୱାସରେ ଧଇଁ ସଇଁ ହେଲେ 50gm ଅଦାରସ ଓ 50gm ମହୁ ମିଶାଇ ଧୀରେ ଧୀରେ ଚଟାନ୍ତୁ l

3) Asthma treatment in Hindi.

सितोपलादि चूर्ण को एक चुटकी लीजिये, अभी इसमें ज़रूरत के अनुसार थोडा शहद मिला लीजिये. अभी इसको अंगुली की सहायता से धीरे धीरे चाटना है. ऐसा दिन में दो बार करना है. सुबह और शाम. सुबह खाने के एक घंटे के बाद और रात को सोते समय. यह प्रयोग आपको एक से छः महीने तक करना पड़ सकता है. (ऐसा रोग की स्थिति के अनुसार है) यह प्रयोग बेहद सफल प्रयोग है. इसके लिए बस धैर्य की ज़रूरत है.

विशेष – इस प्रयोग को करने से अस्थमा के साथ साथ छाती के समस्त रोगों में फायदा होता है जैसे खांसी, जुकाम, बुखार इत्यादि.

2. दमा के तेज़ दौरे के समय पका हुआ एक केला छिलके सहित सेंके। इस सिके हुए केले का छिलका हटाकर केले के टुकड़े करके उन पर १५ कालीमिर्च पीसकर बुरका दें और दमा रोगी को खिलाएं। दमा के तेज़ दौरे में शीघ्र लाभ मिलेगा। केला गरमा गर्म ही खिलाएं, ठंडा होने पर लाभ नहीं करेगा।

3. केले का थोड़ा सा छिलका उसमे चाक़ू से छेद बनाकर चौथाई चम्मच नमक, कालीमिर्च पीसकर भर दें। छेद पर वापिस गूदा लगा दें और वापिस छिलका लगा दीजिये। इसे रात को खुली जगह रखें। रात को चन्द्रमा की चांदनी में रखना अधिक लाभदायक है। प्रात: इस केले को सेंक लें और छीलकर गरमा गर्म ही खाएं। दमा में आराम मिलेगा।

ଆଜମା ରୋଗୀ ଖାଇସାରି ଅଧିକ ସମୟ ଶୋଇବେ ନାହିଁ l ଦିନରେ ଶୋଇବେ ନାହିଁ,  ଶୋଇଲେ କଫ ବଢେ l

ଖାଇବା 1 ଘଣ୍ଟା ପରେ ପାଣି ପିଇବେ, ଏହା ପୂର୍ବରୁ ବିଲକୁଲ ପିଇବେ ନାହିଁ, ଏକା ଥରେ ବେଶୀ ନ  ପିଇ  ଅଳ୍ପ ଅଳ୍ପ କରି ପିଇଲେ ଭଲ, ମହୁ ମିଶାଇ ପିଇଲେ ବହୁତ ଲାଭଦାୟକ l

ଫଳ ଭିତରେ kiwi ଆଜମା ପାଇଁ ବହୁତ ଉପଯୋଗୀ ଏଥିରେ ଭିଟାମିନ C ଅଛି, ବୈଜ୍ଞାନିକ ମାନଙ୍କ କହିବା କଥା ଯେ ଏହା କୁ ଖାଇଲେ ଶ୍ୱସନ ପ୍ରଣାଳୀର ଏଲରଜିକ  ରିଏକସନ କାରଣରୁ ହେଉଥିବା ଫୁଲାକୁ କମାଇ ଦେଇଥାଏ l ଏହାକୁ ଖାଇଲେ ପିଲାମାନଙ୍କର ନାକରୁ ପାଣି ବୋହିବା ଓ କାଶ ସମସ୍ୟା ବନ୍ଦ ହୋଇଥାଏ l ଆଜିକାଲି ଏହି ଫଳ ବଜାରରେ ମିଳୁଥିବାରୁ ନିହାତି ଆଣି ଖାଇବା ଉଚିତ ଓ ପିଲାମାନଙ୍କୁ ଦେବା ଉଚିତ l

ଆଜମା ରୋଗୀଙ୍କୁ କଦଳୀ କମ ଖାଇବା ଉଚିତ, ରୋଗ ବେଶୀ ବଢିଲେ କଦଳୀ ଖାଇବା ଉଚିତ ନୁହେଁ, ଆଜମା ପାଇଁ ଏହା ଏଲରଜି ହୋଇପାରେ l

ବିନା ଔଷଧ ରେ ଆଜମାରୁ ଆଶ୍ଚର୍ଯ୍ୟଜନକ ଭାବେ ଆରାମ…

ଯେତେବେଳେ ଆଜମାର ଦୋରା ଉଠିବ ବା ଧଇଁସଇଁ ଲାଗିବ ସେତେବେଳେ ସାଙ୍ଗେ ସାଙ୍ଗେ ସ୍ୱର ପରୀକ୍ଷା କରିବେ, ଦେଖିବେ କି ନିଶ୍ୱାସ କେଉଁ ନାକ ପୁଡ଼ାରୁ ଆସୁଛି, ନିଜ ହାତକୁ ନାକ ପୁଡା ପାଖରେ ରଖିଲେ ଜାଣି ପାରିବେ, ଯେଉଁ ପୁଡ଼ାରୁ ନିଶ୍ୱାସ ଆସୁଥିବା ତାକୁ ଶୀଘ୍ର ବନ୍ଦ କରି ଅନ୍ୟଟିରେ ନିଶ୍ଵାସ ପ୍ରଶ୍ୱାସ ଚଲେଇବା ଆରମ୍ଭ କରିଦେବେ l ଏହାକୁ ସ୍ୱର ବଦଳେଇବା କୁହାଯାଏ l ଏହାର 10ମିନିଟ ଭିତରେ ଧଇଁସଇଁ ହେବାର ଲକ୍ଷଣ କମିଯିବ l

ସ୍ଥାୟୀ ରୂପରେ ଶ୍ୱାସ ରୋଗ ଦୂର କରିବା ଉପାୟ

ସ୍ଥାୟୀ ରୂପରେ ରୋଗ ଦୂର କରିବା ପାଇଁ ହେଲେ ରୋଗୀକୁ ପ୍ରଯତ୍ନ ପୂର୍ବକ ଦିନ ରାତି ଅଧିକରୁ ଅଧିକ ଡାହାଣ ପଟେ (ଦକ୍ଷିଣ ସ୍ୱର ବା ସୂର୍ଯ୍ୟ ସ୍ୱର ) ରେ ଶ୍ୱାସ ନେବାପାଇଁ ଅଭ୍ୟାସ କରିବାକୁ ପଡିବ l ଯେପରିକି ସକାଳୁ ଉଠିବା ସମୟରେ, ଖାଇବା ସମୟରେ, ଗାଧୋଇବା ଓ ମଳତ୍ୟାଗ ସମୟରେ, ଖାଇ ସାରିବା ପରେ, ରାତି ଶୋଇବା ସମୟରେ ଇତ୍ୟାଦି..l ସୂର୍ଯ୍ୟ ସ୍ୱର କଫନାଶକ ଓ ଜଠରା଼ଗ୍ନି ବର୍ଦ୍ଧକ ଅଟେ l ତେଣୁ ଯଦି ଭୋଜନ ମଧ୍ୟ ସ୍ୱର ଶାସ୍ତ୍ର ଅନୁସାରେ କରାଯାଏ ନିଶ୍ଚିତ ରୂପେ ଏହି ରୋଗ ସମୂଳେ ନଷ୍ଟ ହୋଇପାରେ l

1) ଏକ କପ ମେଥିରେ କାଢା ତିଆରି କରି ଟିକେ ମହୁ ମିଶାଇ ଓ ଏକ ଚାମଚ ଅଦା ରସ ମିଶାଇ ଧୀରେ ଧୀରେ ପିଅନ୍ତୁ

2) ଆଜମା ଆଟାକ କମ କରିବାକୁ ଦୁଇ ଚାମଚ ମହୁ ଓ 1 ଚାମଚ ହଳଦୀ ମିଶାଇ ଚାଟିଦିଅନ୍ତୁ l

3) ରସୁଣ ମଧ୍ୟ ବହୁତ ଉପଯୋଗୀ, 4/5 ରସୁଣ ଖୋସା/କୋଲା ଓ 30 ml କ୍ଷୀର ରେ ଫୁଟାଇ ପ୍ରତିଦିନ ସେବନ କରନ୍ତୁ, ଏହା ଛଡା ରସୁଣ ଦୁଇ ପାଖୁଡା ବାଟି ଅଦା ରେ ମିଶାଇ ଚା ରେ ପକାଇ ସକାଳ ସନ୍ଧ୍ୟା ପିଇଲେ ବହୁତ ଲାଭ ମିଳେ

4) ଗରମ କଫି ପିଇଲେ ଶ୍ୱାସ ରୋଗରେ ବହୁତ ଆରାମ ମିଳେ l କଫି ରେ ଶ୍ୱାସ ନଳୀ ସଫା ହୋଇଥାଏ ଓ ନିଶ୍ୱାସ ନେବାରେ ଅସୁବିଧା ହୁଏ ନାହିଁ

5) ଟିକେ କର୍ପୂର କୁ ସୋରିଷ ତେଲରେ ପକାଇ ଗରମ କରି ଥଣ୍ଡା ହେଲା ପରେ ତାକୁ କମର ଓ ଛାତିରେ ମାଲିସ କରନ୍ତୁ l ପ୍ରତିଦିନ ଏହା କଲେ ଏହି ରୋଗର ଲକ୍ଷଣ କମିଯାଏ

6) ଶ୍ୱାସ ର ଦେଶୀ ତୁଟୁକା ପାଇଁ ଓସ୍ତ ଗଛ ପତ୍ରକୁ ଛାଇରେ ଶୁଖାଇ, ଏହି ପତ୍ରକୁ କୌଣସି ବାସନରେ ରଖି ଜଳାଇ ଦିଅନ୍ତୁ ତାପରେ ତାକୁ କପଡ଼ାରେ ଛାଣି ଦିଅନ୍ତୁ l ଏବେ ତାକୁ ମହୁ ମିଶାଇ ଚାଟି ଦିଅନ୍ତୁ l ଦୁଇମାସ ପର୍ଯ୍ୟନ୍ତ ଦିନକୁ ଦୁଇ ତିନିଥର କଲେ ଆରାମ ମିଳେ l

7) ପାଣିରେ ତୁଳସୀ ପତ୍ର ପକାଇ ବାଟି ଦିଅନ୍ତୁ, ମହୁ ମିଶାଇ ଖାଆନ୍ତୁ

8) ବଡ଼ ଅଳେଇଚ, ଖଜୁର ଓ ଅଙ୍ଗୁର ସମାନ ମାତ୍ରାରେ ନେଇ ବାଟି ଦିଅନ୍ତୁ ଓ ମହୁ ସହ ଖାଇ ଦିଅନ୍ତୁ, ଶ୍ୱାସ ଓ କାଶ ଦୂର ହୁଏ

9) 1ଗ୍ଲାସ କ୍ଷୀରରେ 1 ଚାମଚ ହଳଦୀ ମିଶାଇ ପିଇଲେ ଏଲର୍ଜୀ ଓ ଆଜମା କଣ୍ଟ୍ରୋଲ ହୁଏ

10) ଖାଇଲା ବେଳେ ପାଣି ପିଇବେ ନାହିଁ, ପାଟି ବାଟେ ନିଶ୍ୱାସ ନେବେ ନାହିଁ, ବାମ୍ଫ ନେଇ ପାରିବେ, ବାମ୍ଫ ନେଲେ ଆରାମ ମିଳେ

ସକାଳେ ଖାଲି ପେଟରେ ଅଧା ଗ୍ଲାସ ପାଣିରେ 30ml ଏଲୋଭେରା, 30ml ନୋନି ଜୁସ ଓ 30ml ଅମୃତରସ ମିଶାଇ   ପିଅନ୍ତୁ, 3 ମାସ ପର୍ଯ୍ୟନ୍ତ କରନ୍ତୁ, ବହୁତ ଲୋକ ଏହାକୁ କରି ସଫଳତା ପାଇଛନ୍ତି l

ଏହା ସହ ପ୍ରାଣାୟାମ କଲେ ଲାଭ ମିଳେ

मेथी दाना – 10 ग्राम।

काली मिर्च – 15 ग्राम।

बुरा शक्कर – 50 ग्राम।

बादाम गिरी – 100 ग्राम।

इन सब पदार्थो को अलग अलग पीसकर एक साथ मिला लीजिये। हर रोज़ रात को गर्म दूध के साथ (दूध अगर देशी गाय का हो तो बेस्ट है) एक चम्मच इस मिश्रण का सेवन करे। इससे बलगम, रेशा, खांसी, ज़ुकाम, साइनस, ब्रोंकाइटिस, कब्ज आदि में बहुत लाभ होता हैं। ज़रुरतानुसार 1 से 3 महीने तक लीजिये। सर्दियों में तो ये नित्य लेने से अत्यंत लाभ होता हैं। गर्मियों में अगर सेवन से गर्मी महसूस हो तो इसकी मात्रा आधी लीजिये।

ଏହି ସବୁ ଉପାୟ କଲେ ତୁରନ୍ତ ଶ୍ୱାସର ପ୍ରଭାବ କମ ହୋଇଥାଏ ଓ ରୋଗୀକୁ ମୃତ୍ୟୁ ମୁହଁରୁ ବାହାର କରା ଯାଇପାରେ l

Lobelia ର ଅନ୍ୟନାମ (Indian tobacco) ବା Asthma weed

ଏଥିରେ Lobeline, Lobelidine, Lobelanine, Isolobelaline ଓ Lobelanidine ନାମକ ଆଲକାଲଏଡ ମିଳିଥାଏ I

Lobelia କୁ ଆଜମା ର ଚିକିତ୍ସାରେ ଉପଯୋଗ କରାଯାଇଥାଏ କାରଣ ଏହା ଏକ ଭଲ ରେସ୍ପିରେଟୋରୀ Stimulant ଅଟେ l ଏହା ଆଜମା ଓ କ୍ରୋନିକ ବ୍ରୋଙ୍କାଇଟିସ ରେ ବ୍ୟବହାର କରଯାଏ l ସିଗାରେଟ ଛଡ଼େଇବା ପାଇଁ ମଧ୍ୟ ବ୍ୟବହାର କରାଯାଏ l ଏହା କଫ ବାହାର ମଧ୍ୟ କରି ଲଙ୍ଗସ କୁ ସଫା କରିଥାଏ l

ଏହାର ପତ୍ର ଓ ଫୁଲକୁ ପାଉଡର କରି 500mg ରୁ 600mg ନେବାକୁ ହୋଇଥାଏ l ଏହାକୁ ଅଦା ସହିତ ଖାଇଲେ ଏହାର ପ୍ରଭାବ ଆହୁରି ବଢିଥାଏ   l

ନୋଟଏହି ଲେଖା ଜ୍ଞାନ ବର୍ଦ୍ଧନ ପାଇଁ ଉଦ୍ଦିଷ୍ଟ l ଔଷଧ ଆରମ୍ଭ କରିବା ପାଇଁ ଚିକିତ୍ସକଙ୍କ ପରାମର୍ଶ ନେବା ଜରୁରୀ l

Written By
subhashreed69@gmail.com

Leave a Reply

Your email address will not be published. Required fields are marked *

Need Help?
Call Now Button