Cancer Cancer Remedies

ପ୍ରତି ଷ୍ଟେଜ ର କ୍ୟାନସର ଚିକିତ୍ସା ସମ୍ଭବ !!! – ପୂରା ପଢ଼ନ୍ତୁ (ଦେଶୀ ଚିକିତ୍ସା )

ପ୍ରତି ଷ୍ଟେଜ ର କ୍ୟାନସର ଚିକିତ୍ସା ସମ୍ଭବ !!! – ପୂରା ପଢ଼ନ୍ତୁ (ଦେଶୀ ଚିକିତ୍ସା )
  • PublishedFebruary 22, 2024
Spread the love

କ୍ୟାନସର ମାନବ ଜାତି ପାଇଁ ବହୁତ ବଡ଼  ରୋଗ ହୋଇ ଯାଇଛି କିନ୍ତୁ ଏହା ଏତେବି  ଭୟଙ୍କର ନୁହେଁ ଯେତେ ଭୟଙ୍କର ଏହାର ଚିକିତ୍ସା ଅଟେ l ଆଧୁନିକ ଚିକିତ୍ସା ପଦ୍ଧତି କୁ ନ ଯାଇ ଆପଣ ଯଦି ନିଜର ଖାଦ୍ୟ ରେ ନିୟନ୍ତ୍ରଣ କରିପାରିବେ ତ ଆପଣ ବହୁତ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ରହିପାରିବେ l ଏବେ ଆପଣ ଜାଣନ୍ତୁ କ୍ୟାନସର ଚିକିତ୍ସା କେତକ ଘରୋଇ ଉପଚାର ଓ କିଛି ସପ୍ଲିମେଣ୍ଟ ଉପରେ ଆଧାରିତ l

90% ରୋଗୀ କ୍ୟାନସରରେ ମରନ୍ତି ନାହିଁ କିନ୍ତୁ ଏହାର ଚିକିତ୍ସାରେ ମରିଯାନ୍ତି ଏହା ଆଶ୍ଚର୍ଯ୍ୟଜନକ ତଥ୍ୟ ଅଟେ l ଯଦି କେହି କେମୋ ନେଇଯାଇଛନ୍ତି ତାହେଲେ ଏହି ପ୍ରୟୋଗ ତାଙ୍କ ଉପରେ କରନ୍ତୁ ନାହିଁ l ରାଜୀବ ଦୀକ୍ଷିତ ଭାଇ ଏହିପରି ବହୁତ କ୍ୟାନସର ରୋଗୀଙ୍କୁ ଠିକ କରିଦେଇଥିଲେ l ଏବଂ ସେ ଯେଉଁ ଦେଶୀ ଉପାୟ ଆପଣେଇ ଥିଲେ ତାହା ଭାରତୀୟ ଗୋମୂତ୍ର, ହଳଦୀ, ପୁନର୍ଣ୍ଣଭା l

ଦେଶୀ ଗାଇ ( କାଳୀ ଗାଇ ହୋଇଥିଲେ ଆହୁରି ଭଲ ) ଗର୍ଭବତୀ ହୋଇ ନଥିବା ଦରକାର l

ତାଜା ଦେଶୀଗାଈର ଗୋମୁତ୍ର (ଗର୍ଭବତୀ ହୋଇ ନଥିବ) (ଗୋମୁତ୍ର ଅର୍କ ହେବନି)  ଷ୍ଟିଲ୍/ମାଟି ପାତ୍ରରେ ନେବେ , ୧୦୦ ମିଲିରୁ ଅଧିକ ନେବେ + ୧ ଚାମଚ ହଳଦି (ବା 10ml ରସ) (ଗ୍ରାଇଣ୍ଡର ମାରି ଗୁଣ୍ଡ କରିବେନି, କୋଲ୍ଡ ପ୍ରେସ୍, କୁଟି ଗୁଣ୍ଡ କରିବେ) + (୫ ଟି ଅମୃତଭଣ୍ଡା ମଞ୍ଜି) + ୫ଗ୍ରାମ୍ ପୂନର୍ନଭା ରସ (୩ ଚାମଚ ମିଶେଇବେ) ଏସବୁ ମିଶାଇ ଢାଙ୍କିକରି ଫୁଟେଇବେ I ଢାଙ୍କଣା ଉପରେ ଥଣ୍ଡାପାଣିବେଲା ବା ବରଫ ରଖିବେ, ଖୋଲା କରି ଫୁଟେଇବେନି, ୭/୮ ମିନିଟ ଗରମ କରି ଗୋଟେ ଥର ଫୁଟେଇବ ଧିମା ଆଞ୍ଚରେ, ତାପରେ ଥଣ୍ଡା କରି ୮ ପରସ୍ତ ସଫାକପଡାରେ ଛାଣି  ଚା ପରି ଧିରେ ଧିରେ ପିଇବେ I ଅଧିକ କଲେ ବଳିପଡିବ, ତେବେ ଅଳ୍ପ ମହୁ ଦେଇ କାଚ ବୋତଲରେ ରଖିବେ ପରେ ଚା ପରି ପିଇବେ I ଆଉ ସନ୍ଧ୍ୟାରେ ଗରମ କରିବେନି I ସକାଳେ ନିତ୍ୟକର୍ମ ସାରି ୬:୦୦ ରେ ପିଇବେ, ପ୍ରତିଦିନ କଲେ ଭଲ ବା ଦୁଇ ଦିନରେ ଥରେ ତିଆରି କରିବେ I ଅଧଘଣ୍ଟା ପର୍ଯ୍ୟନ୍ତ କିଛି ଖାଇବେ ନାହିଁ I ଦିନେ ଦୁଇଦିନ ରଖିଲେ ୧୦୦ ଗ୍ରାମ ଅନୁପାତରେ ୧ ଚାମଚ ମହୁ ମିଶାଇ କାଚ ବୋତଲରେ ରଖିପାରିବେ I

(ୟୁରିଆ, କ୍ରିଏଟିନିନ୍ ବଢିଥିଲେ ବା ବ୍ଲିଡିଙ୍ଗ୍ ହେଉଥିଲେ ବା କେମୋ ସରିଥିଲେ, ପିଇବେ ନାହିଁ)

(ଗେଣ୍ଡୁଫୁଲ ବି ପକାଇ ପାରିବେ)

ନିୟମିତ ହଳଦୀ ସେବନ କରିବେ

ପୁନର୍ଣ୍ଣଭା  

ପୁନର୍ଣ୍ଣଭା ଯାହା ଶରୀରର ସମସ୍ତ ଅଙ୍ଗକୁ ପୁଣି ଥରେ ନୂଆ ଜୀବନ ଦେଇପାରେ,  ଏହା କ୍ୟାନସର ରୋଗୀଙ୍କ ପାଇଁ ଆୟୁର୍ବେଦ ଜଗତରେ ସବୁଠାରୁ ବଡ ଔଷଧ ଅଟେ କାରଣ ଏହା ନୂଆ କୋଷ ତିଆରି କରେ l ଏହି ଔଷଧି ର ନାମ ଋଷିମାନେ ପୁନର୍ଣ୍ଣଭା ରଖିଛନ୍ତି କାରଣ ଏହା ପ୍ରତିକୂଳ ପାଣିପାଗ ରେ ଶୁଖିଗଲେ ମଧ୍ୟ ପ୍ରତିଥର  ନୂଆ ପରି ସବୁଜ ସୁନ୍ଦର ହୋଇଯାଇଥାଏ, ତେଣୁ ଜୀର୍ଣ୍ଣ ଶୀର୍ଣ୍ଣ ମାନବକୁ ଏହା ଦେଲେ ଏହା ତାକୁ ପୁଣି ସୁସ୍ଥ କରିଦେଇଥାଏ l

ଘାରେ ଲଗାଇବା ପାଇଁ

ଗେଣ୍ଡୁ ଫୁଲର ହଳଦୀ ବା କମଳା ରଙ୍ଗର ପାଖୁଡା ନେବେ, ଏଥିରେ ହଳଦୀ ଓ  ଆଠ ପରସ୍ତ ସୂତା କପଡ଼ାରେ ଛାଣିଥିବା ଗୋମୂତ୍ର ନେଇ, ସବୁକୁ ମିଶାଇ ଚଟଣି ବନାଇ ଦିଅନ୍ତୁ l ଯେଉଠି ଘା ହୋଇଥବ ତାହାର ଆକାର ଅନୁସାରେ ଗେଣ୍ଡୁ ଫୁଲର ସଂଖ୍ୟା କମ ବେଶୀ ହୋଇପାରେ l ଏହି ଚଟଣି କୁ ସେଠାରେ ଲଗାଇବେ ଯେଉଁଠି ବାହାର ପଟରେ ଘା ହୋଇଥିବ l ଠିକ ନ ହେବାର ଆହୁରି ଏକ କାରଣ ବି ଡାଇବେଟିସ ବା ଜେନେଟିକ କାରଣ ହୋଇପାରେ l

ଏହାକୁ ଦିନରେ ଅତି କମରେ 3/4 ଥର ଲଗାଇବେ l ଲଗାଇ ଗଜ ପାଟି ହାଲକା ଲଗାଇବେ l ପୁଣି ଦିପହର ଲଗାଇଲା ବେଳେ ପ୍ରଥମ ଟିକୁ ସଫା କରିବେ, ଗୋମୂତ୍ର ରେ ଧୋଇବେ, ଡେଟଲ ଲଗେଇବେ ନାହିଁ, ସଫା କରି ପୁଣି ଚଟଣି ଲଗାଇବେ l ଏହା ବହୁତ ପ୍ରଭାବଶାଳୀ ଅଟେ l

ମନେ ରଖନ୍ତୁ,  କ୍ୟାନସର ରେ ଗୋମୂତ୍ର ନେବାକୁ ପଡେ, ଅର୍କ ନେବେ ନାହିଁ l

ଦେଶୀ ଗାଇ ବିଦେଶୀ ଗାଇ ଜାଣିବେ କିପରି ?

(ଦେଶୀ ଗାଈ ଓ ବିଦେଶୀ ଗାଇରେ ଫରକ)

୧. ଦେଶୀ ଗାଈର ପିଠି ଗୋଲାକୃତି, ବିଦେଶୀ ଗାଈର ପିଠି ସିଧା   ।

୨. ଦେଶୀ ଗାଈର ଚୂଳ ରହେ, ବିଦେଶୀ ଗାଈର ଚୂଳ ନ ଥାଏ ।

୩. ଦେଶୀଗାଈର ସୂର୍ଯ୍ୟକେତୁ ନାଡୀ ଥାଏ, ଯାହା ସୂର୍ଯ୍ୟଙ୍କ କିରଣରେ ଜାଗୃତ ହୁଏ । ସେଥିରୁ ଏକ ବିଶେଷ ଧରଣର କିରୋଟିନ ତତ୍ତ୍ୱ ଉତ୍ପନ୍ନ ହୁଏ, ଯାହାଦ୍ୱାରା କ୍ଷୀରରେ ସ୍ୱର୍ଣ୍ଣ (Gold) ଅଂଶ ନିର୍ମାଣ ହୁଏ । ସେଥିଯୋଗୁଁ ଦେଶୀଗାଈର କ୍ଷୀର ଆଂଶିକ ହଳଦିଆ ଦେଖାଯାଏ । ଦେଶୀଗାଈର ଦୁଧ, ଘିଅ, ଗୋବର, ଗୋମୂତ୍ର ଆଦି ଉପକାରୀ ଗୁଣଯୁକ୍ତ , ବିଦେଶୀ ଗାଈର ସୂର୍ଯ୍ୟକେତୁ ନାଡୀ ନ ଥାଏ । ଦୁଧ ଧଳା ଓ ବେକାର ଅଟେ  ।

ବିଦେଶୀ ଗାଈରୁ ସୃଷ୍ଟି ବଳଦର ମଧ୍ୟ ଚୂଳ ନ ଥାଏ  ।

୪. ଦେଶୀଗାଈର ଗଳାରେ ଗଳକମ୍ବଳ ଥାଏ, ତାକୁ ଆଉଁସିଲେ ଗାଈ ଓ ବଳଦ ଖୁସି ହୁଅନ୍ତି ।

୫. ଦେଶୀ ବଳଦ ଅଧିକ ପରିଶ୍ରମୀ ଏବଂ ଋତୁ ଅନୁକୂଳ ଅଟେ । ବିଦେଶୀ ବଳଦ ଶୀଘ୍ର ଥକିଯାଏ ଏବଂ ଗରମ ସହିପାରେ ନାହିଁ

୬.ଦେଶୀଗାଈର ବାଛୁରୀ ‘ହମା’ ବା ମା’ ଶବ୍ଦ ନିଜର ରଡି ରେ ସୃଷ୍ଟି କରେ, ବିଦେଶୀ ଗାଈର ବାଛୁରୀ ଶବ୍ଦ କର୍କଶ ଓ ତୀବ୍ର ହୁଏ ।

୭. ଦେଶୀଗାଈର ସିଂଘ ପ୍ରାୟ ଲମ୍ବା ହୁଏ, ବିଦେଶୀ ଗାଈର ସିଂଘ ଛୋଟ ଛୋଟ ।

୮. ଦେଶୀଗାଈ ଦେଖିବାକୁ ଖୁସି ଲାଗେ ବିଦେଶୀ ଗାଈ ଅଧିକ ମୋଟା ଓ ଅସୁନ୍ଦର ।

୯. ଦେଶୀଗାଈ କମ୍ ଖାଏ, ବିଦେଶୀ ଗାଈ ଅଧିକ ଖାଏ ।

୧୦. ଦେଶୀଗାଈର କ୍ଷୀର ଶୀଘ୍ର ହଜମ ହୁଏ ଏବଂ ମିଠା, ବିଦେଶୀ ଗାଈର କ୍ଷୀର ଏହିପରି ନୁହେଁ ।

୧୧. ଦେଶୀଗାଈ କ୍ଷୀର ମଣିଷ ସ୍ୱଭାବକୁ ଶାନ୍ତ ଓ ପବିତ୍ର କରେ, ବିଦେଶୀ ଗାଈର କ୍ଷୀର ପିଇଲେ ମଣିଷ ଅଶାନ୍ତ ଓ ପଶୁ ପ୍ରବୃତ୍ତି ଯୁକ୍ତ ହୁଏ ।

୧୨. ଗୋରଚନ ପରି ଅମୂଲ୍ୟ ପଦାର୍ଥ ଦେଶୀ ଗାଈଠାରୁ  ମିଳେ, ବିଦେଶୀ ଗାଈର ନ ଥାଏ  ।

ବନ୍ଦେ ଗୋମାତରମ

ଜୟ ଜୟ ଗୋ ମାତା

ଆପଣଙ୍କ ହାଣ୍ଡିଶାଳରେ ରହିଛି କ୍ୟାନସରର ମହୌଷଧୀ, ଆଉ ଯିବାକୁ ପଡିବନି ଡାକ୍ତରଖାନା

Holy cow! So many patents

କିନ୍ତୁ ସବୁଠାରୁ ଦୁଃଖ ଦାୟକ, ଯେଉଁମାନେ ଗାଈକୁ ଗୋମାତା ବୋଲି ପୂଜା କରନ୍ତି ସେମାନେ ଗୋମୂତ୍ରର ବିଶେଷତ୍ୱ ସମ୍ପର୍କରେ ଅଜ୍ଞ I ଏହି ଲେଖା ପଢିବା ପରେ ସେମାନଙ୍କ ଅଜ୍ଞାନତା ଦୂର ହେବ ବୋଲି ଆଶା କରାଯଏ I ଭାରତର ଦେଶୀ ଗାଈ ମୂତ୍ରର ଔଷଧୀୟ ଗୁଣର ଇତି ମଧ୍ୟରେ 6ଟି ପେଟେଣ୍ଟ  ହୋଇଛି I ଦୁଃଖର କଥା ଗୋଟିଏ ବି ପେଟେଣ୍ଟ ଭାରତ କରିପାରିନାହିଁ I ପେଟେଣ୍ଟ କରିଥିବା ରାଷ୍ଟ୍ର ମଧ୍ୟରେ ଆମେରିକା, ଇଉରୋପୀୟ ରାଷ୍ଟ୍ର ସଂଘ, ଚୀନ, ଜାପାନ ସାମିଲ ଅଛନ୍ତି I ସବୁ ଗବେଷକ ଗୋମୂତ୍ର କୁ ଏକ ଧାରରେ କ୍ୟାନସର ନିରୋଧୀ, ଜୀବାଣୁ, ଭୁତାଣୁ, କୀଟାଣୁ ନିରୋଧୀ, ରୋଗ ପ୍ରତିଷେଧକ ଶକ୍ତି ବର୍ଧକ, ସ୍ଵଛ କାରକ ବୋଲି ସ୍ୱୀକାର କରିଛନ୍ତି I ଆମେରିକା, ଇଉରୋପୀୟ ରାଷ୍ଟ୍ର ସଂଘ ଦୁଇଟିର ପେଟେଣ୍ଟ ପ୍ରମାଣପତ୍ର  ନିମ୍ନରେ ଦିଆଯାଇଛି I ଆଫ୍ରିକୀୟ ମେଡିକାଲ ଜର୍ଣ୍ଣାଲ ତ ସେଠାର ଆଦିବାସୀଙ୍କ ଗୋମୂତ୍ର ବ୍ୟବହାର ସମ୍ପର୍କରେ ଗବେଷଣା କରି କହିଛନ୍ତି ” ଏହା ସ୍ଵର୍ଣ ଝରଣା” I

https://www.downtoearth.org.in/news/science-technology/holy-cow-so-many-patents-58157

Written By
admin@Arogyaodisha.Org

Leave a Reply

Your email address will not be published. Required fields are marked *

Need Help?
Call Now Button