Cancer Cancer Article

Prevention from Cancer – କ୍ୟାନସର ରୁ କିପରି ରକ୍ଷା ପାଇବା

Prevention from Cancer – କ୍ୟାନସର ରୁ କିପରି ରକ୍ଷା ପାଇବା
  • PublishedFebruary 22, 2024
Spread the love

ଅତି ମହତ୍ତ୍ୱପୂର୍ଣ୍ଣ ସୂଚନା

ଧୂମପାନ, ଗୁଟକା, ପାନ ମସଲା, ନିଶାଦ୍ରବ୍ୟ, ମଦ, ତମ୍ବାକୁ ଆଦି ସେବନ କଲେ କ୍ୟାନସର ହୋଇପାରେ l  ବିଶ୍ରାମ କମିଯିବା ଦ୍ୱାରା, ବାସି ଖାଦ୍ୟ, ବହୁତ ସମୟ ଫ୍ରିଜରେ ରହିଥିବା ଖାଦ୍ୟ, ତେଲ ଘିଅକୁ ବାରମ୍ବାର ଗରମ କରି  ଖାଇବା ଦ୍ୱାରା ମଧ୍ୟ କ୍ୟାନସର ହୋଇଥାଏ l ପ୍ଲେନ ଅଟା, ମଇଦା, ରିଫାଇନ ତେଲ ଅଧିକ ସେବନ, ଅପରିଷ୍କାର ପାଣି, ଇତ୍ୟାଦି ଦ୍ୱାରା ମଧ୍ୟ୍ୟ କ୍ୟାନସର ହୋଇପାରେ l

କ୍ୟାନସର କୋଷ ଅମ୍ଳଜାନ ଉପସ୍ଥିତିରେ ବଢିପାରେ ନାହିଁ l ତେଣୁ ଆପଣ ଯଦି ପ୍ରତିଦିନ 1ଘଣ୍ଟା ଓସ୍ତ ଗଛ ମୂଳେ ବସି ଲମ୍ବା ଲମ୍ବା ଶ୍ୱାସ ନେବେ ତେଵେ ଏହାର ସମ୍ଭାବନା ବହୁତ କମିଯିବ, ତା ସହିତ ଯଦି ଘରେ ପ୍ରତିଦିନ 1 ଚାମଚ ଦେଶୀ ଗାଇ ଘିଅ ଜଳାଇବେ ଏହାଦ୍ୱାରା ବହୁତ ଅକ୍ସିଜେନ ମିଳିବ l ( ଆଗରୁ ହୋମ ହେଉଥିଲା ଦେଶୀ ଗାଇ ଘିଅରେ )

ପାଣି – ଆଗରୁ ଆମ ଦେଶରେ ଅରିଜିନାଲ ଗଙ୍ଗା ପାଣି ବହିଯାଉଥିଲା ଯାହା ଅନେକ ରୋଗରୁ ବଞ୍ଚାଉ ଥିଲା କିନ୍ତୁ ତାହାକୁ ଚକ୍ରାନ୍ତ କରି ଦୂଷିତ କରିଦିଆଗଲା, ଏତେ ନଦୀ ବହୁଥିବା ଦେଶରେ ଏବେ ପାଣି ବୋତଲରେ ବିକ୍ରି ହେଲାଣି l ଯଦି ଆପଣଙ୍କ ଘରେ ୱାଟର ପ୍ୟୁରିଫାଇ ଅଛି, ପାଣି ସେଠାରୁ ସିଧା ନ ପିଇ, ତାକୁ ପ୍ରଥମେ ମାଟି ହାଣ୍ଡିରେ ରଖନ୍ତୁ, 8/10 ଘଣ୍ଟା ପରେ ଏହାକୁ ପିଇପାରିବେ, ଯଦି ପାରିବେ ଏହି କଳସି ରେ 5 /10 ଟି ତୁଳସୀ ପତ୍ର ପକାଇ ଦେବେ, ରାତିରେ ଏହି ପାଣି ତମ୍ବା ପାତ୍ରରେ ରଖି ସକାଳେ ପିଅନ୍ତୁ l

 ତୁଳସୀ – ପ୍ରତିଦିନ 4/5 ଟି ତୁଳସୀ ପତ୍ର ଖାଉଥିଲେ କ୍ୟାନସର କଣ ଥଣ୍ଡା ରୋଗ ମଧ୍ୟ ହେବାର ସମ୍ଭାବନା କମିଯାଏ,

ଦେଶୀ ଗାଇ ର କ୍ଷୀର ବହୁତ ରୋଗ ପ୍ରତିରୋଧକ ଶକ୍ତି ଦେଇଥାଏ (ପାର୍ଥକ୍ୟ ଦିଆଯାଇଛି)

ହଳଦୀ – ହଳଦୀ ଶୁଭ କାର୍ଯ୍ୟରେ ଲାଗେ ଓ ଆମ ରୋଷେଇର ଗୋଟିଏ ଅଙ୍ଗ l ଅର୍ଗାନିକ ହଳଦୀ ବା ଖଣ୍ଡ ହଳଦି ଗୁଣ୍ଡ କରି ରାତିରେ ଶୋଇଲା ବେଳେ 1 ଗ୍ଲାସ ଦେଶୀ ଗାଇ କ୍ଷୀରରେ ଅଧା ଚାମୁଚ ମିଶାଇ ପିଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ସବୁ ଋତୁରେ ରୋଗ ସହ ଲଢ଼ିବାର ଶକ୍ତି ମିଳିଥାଏ l ହଳଦୀ କ୍ୟାନସର କିଲର ମଧ୍ୟ ଅଟେ l

ଏଗୁଡିକ ପୂରା ବନ୍ଦ କରନ୍ତୁ

1) ବାସନ – ଇଂରେଜ ଶାସନ ଆଗରୁ ଆମ ଦେଶ “ସୋନେ କି ଚିଡିୟା” ଥିଲା, ସେତବେଳେ ଆମେ ଲୁହା, ତମ୍ବା, ପିତ୍ତଳ, ମାଟି, ରୂପା ଆଦି ବାସନରେ ଖାଉଥିଲେ l କିନ୍ତୁ ଏବେ ଆଲୁମିନିୟମ ରେ ରୋଷେଇ କରୁଛେ ଯାହା “କଳାପାଣି” ଦଣ୍ଡ ଭୋଗୁଥିବା କଏଦୀ ମାନଙ୍କ ପାଇଁ ଥିଲା l ଫଳରେ ମସ୍ତିଷ୍କ ବିକଳାଙ୍ଗ ବା ବ୍ରେନ ସମସ୍ୟା ଦେଖାଦେଉଛି, ଆଜି କାଲି ତ ଆମେ ଆହୁରି ଗରିବ ହୋଇଯାଇ ପ୍ଲାଷ୍ଟିକ ବାସନ କୁ ଅସିଗଲେଣି, ତେଣୁ ସୁସ୍ଥ ରହିବା ପାଇଁ ଏଗୁଡିକରୁ ବଞ୍ଚନ୍ତୁ l

2) ଲୁଣ – ଧଳା ଲୁଣ ସମ୍ପୂର୍ଣ୍ଣ ତ୍ୟାଗ କରନ୍ତୁ, ଇଂରେଜ ଶାସନ ପରେ ପରେ ଏହା ଉତ୍ପନ୍ନ ହୋଇଛି, ଆମ ଦେଶରେ ପ୍ରଥମେ ସୈନ୍ଧବ ଲବଣ, ପାହାଡି ନମକ ଓ କଳା ଲୁଣ ଚାଲିଥିଲା ଯାହା ମିନେରାଲ ଯୁକ୍ତ ଓ ସ୍ୱାସ୍ଥ୍ୟ ଉପଯୋଗୀ l ଏହା ବିଷୟରେ ଅଧିକ ଜାଣିବା ପାଇଁ ଚେଷ୍ଟା କରନ୍ତୁ l

3) ଟୁଥ ପେଷ୍ଟ – ପେଷ୍ଟ ରେ କେମିକାଲ ତତ୍ତ୍ୱ ରହୁଛି ଯାହା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ, ତେଣୁ କମ୍ପୋଜିସନ ପଢି ବିନା ଫ୍ଲୋରାଇଡ଼ ଓ ଆୟୁର୍ବେଦିକ ପେଷ୍ଟ ବ୍ୟବହାର କରିବେ ବା ଦାନ୍ତ କାଠି କରନ୍ତୁ l

4) କୋଲଡ ଡ୍ରିଙ୍କ – ଏହାକୁ ସମ୍ପୂର୍ଣ୍ଣ ବହିଷ୍କାର କରନ୍ତୁ l

5) ରିଫାଇନ ତେଲ – ଭୁଲରେ ବି ବଡ ବଡ଼ କମ୍ପାନୀର ରିଫାଇନ ତେଲ ଆଣନ୍ତୁ ନାହିଁ l ଘଣା ପେଡା ତେଲ ଯେପରିକି ସୋରିଷ ତେଲ, ବାଦାମ ତେଲ ବା ନଡ଼ିଆ ତେଲ, ତିଳ ତେଲ ବ୍ୟବହାର କରନ୍ତୁ l ଅଳସି ତେଲ କୁ ଗରମ କରିବେ ନାହିଁ l ଅଲିଭ ତେଲ ମଧ୍ୟ ଉତ୍ତମ

6) ଚିନି – ଚିନିରେ ଏପରି ଜିନିଷ ଅଛି ଯାହା କ୍ୟାନସର କୋଷକୁ ଖାଦ୍ୟ ଯୋଗାଇ ଥାଏ ତେଣୁ ଏହା ବଦଳରେ ମହୁ ବା ଅଳ୍ପ ନାଲି ଗୁଡ଼ ବ୍ୟବହାର କରି ପାରିବେ, ମହୁ ସବୁଠୁ ଉତ୍ତମ l

7) କଫି, ଚା, ଚକଲେଟ ବି ବନ୍ଦ କରନ୍ତୁ, ଏଗୁଡିକରେ କେଫିନ ତତ୍ତ୍ୱ ଥାଏ ଯାହା କ୍ୟାନସର ର ପ୍ରତିବନ୍ଧକ ଅଟେ l

8) ଆମିଷ – କ୍ୟାନସର ଅମ୍ଳୀୟ ବାତାବରଣ ରେ ବଢିଥାଏ, ମାଂସାହାର ଅମ୍ଳୀୟ ବାତାବରଣ ସୃଷ୍ଟି କରେ, ତେଣୁ ଯଦି ଅଧିକ ଦିନ ବଞ୍ଚିବାର ଇଛା ଥାଏ ଏହାକୁ ତ୍ୟାଗ କରନ୍ତୁ l

9) ଧୂମପାନ – ଧୂମପାନ କରନ୍ତୁ ନାହିଁ ବା ଯେଉଁମାନେ କରୁଛନ୍ତି ତାଙ୍କ ସହ ରହନ୍ତୁ ନାହିଁ, ଗୁଟଖା, ମଦ, ପାନ ମସଲା ସେବନ କରନ୍ତୁ ନାହିଁ

ଆପଣ ଯଦି ଏହି ଜିନିଷ ଗୁଡିକ ଅନୁସରଣ କରିବେ ସୁସ୍ଥ ରହିବେ, ରୋଗ ବି ଆପଣଙ୍କୁ ଛୁଇଁ ପାରିବନି l

କ୍ୟାନସର କୋଷ ଅକ୍ସିଜେନ ବାତାବରଣ ରେ ଜୀବିତ ରହି ପାରନ୍ତି ନାହିଁ ,  ତେଣୁ ଶରୀରରେ ଅକ୍ସିଜେନ ର ପରିବହନ ବଢାଇବା ପାଇଁ ପ୍ରାଣାୟାମ କରନ୍ତୁ l

ଏହି ଲେଖା ସମ୍ପୂର୍ଣ୍ଣ ନୁହେଁ l ଆମକୁ ଯେବେ ପୁଣି ନୂଆ ସୂଚନା ମିଳିବ ଆମେ ତାକୁ ଏଠାରେ ଅପଡେଟ କରିଦେବୁ l ଆଶା କରୁଛୁ ଏଗୁଡିକ ଆପଣଙ୍କର ବହୁତ କାମରେ ଲାଗିବ l

ବିଷାକ୍ତ ପଦାର୍ଥ କୁ ଦେହରୁ କିପରି ବାହାର  କରିବେ

How to detoxify?

1) ଅଦା – ଅଦା ରସ 10ml କରି ଦିନକୁ ଦୁଇଥର ପିଅନ୍ତୁ l ଏହାକୁ ଆମ ଦେଶ ତଥା ବିଦେଶ ରେ ମଧ୍ୟ ମାନିଲେଣି l

2) ହଳଦୀ – କଞ୍ଚା ହଳଦୀ କ୍ୟାନସର କୋଷ କୁ ମାରିବା ପାଇଁ ବହୁତ ଭଲ, ଏହା ସୁପର ଫୁଡ ଭଳି କାମ କରେ, ହଳଦୀ ନିୟମିତ ଖାଆନ୍ତୁ l

3) ରସୁଣ – କଞ୍ଚା ରସୁଣ 5 / 5 ଖୋସା ଦୈନିକ ଖାଆନ୍ତୁ

4) ଗହମ ଘାସ ରସ – ପ୍ରତିଦିନ ପିଅନ୍ତୁ

5) ଅଳସି – ଖାଇବାରେ ଅଳସି ତେଲ ବ୍ୟବହାର କରନ୍ତୁ l ଏହାକୁ ଗରମ କରିବେ ନାହିଁ l ଦେଶୀ ଗାଇ ଛେନା ରେ ଏପରି ମିଶାଇବେ ଯେପରି ମିଶିଛି ବୋଲି ଜଣାପଡିବ ନାହିଁ, ତା ପରେ ଏହାକୁ ଖାଇବେ, କ୍ୟାନସର ପାଇଁ ଏହା ସୁପର ଫୁଡ ଅଟେ l

6) ଦେଶୀ ଗାଇ ମୂତ୍ର ପିଇବା ଆରମ୍ଭ କରନ୍ତୁ

7) ଫଲିକ ଏସିଡ ଯୁକ୍ତ ଖାଦ୍ୟ ପଦାର୍ଥ

8) ପରିବା ଓ ଫଳ – ଫୁଲକୋବି, ବନ୍ଧାକୋବି, ଗାଜର, ବିଟ, ବ୍ରାକୋଲି, ଅଖରୋଟ, ସୂଜନା ଶାଗ ଜୁସ, ବିଭିନ୍ନ ଫଳ ଖାଆନ୍ତୁ l ଏଥିରେ ପ୍ରବଳ ଏଣ୍ଟି ଆକ୍ସିଡେଣ୍ଟ ଥାଏ l

9) ତୁଳସୀ, ପୁଦିନା, ନିମ ଏଗୁଡ଼ିକୁ ଆୟୁର୍ବେଦରେ ସର୍ବ ରୋଗ ନାଶକ କହନ୍ତି, ନିମ ପତ୍ର 7/8 ପତ୍ର ନିୟମିତ ଖାଆନ୍ତୁ, ମଝିରେ ମଝିରେ ଗ୍ୟାପ୍ ଦେବେ

10) ଲେମ୍ବୁ ଓ ଅଙ୍ଗୁର – ଲେମ୍ବୁ ପାଣି ପିଇ ଉପବାସ ରଖି ପାରିବେ ଓ ଅଙ୍ଗୁର ରସ 6 ମାସ ପିଇଲେ ବହୁତ ଭଲ ପରିଣାମ ମିଳେ, ଏହା ବ୍ୟତୀତ କମଳା ରସ, ନଡ଼ିଆ ପାଣି, ସପୁରି ରସ, ଗାଜର ରସ, ଦୁବରସ, ଗହମ ରସ, ପାଳଙ୍ଗ ରସ, କାକୁଡି ରସ, ଲୋକି ରସ, ବନ୍ଧା କୋବି ରସ, ପୁଦିନା ଓ ଟମାଟୋ ରସ ଆଦି ନେଇପାରିବେ l

ଏହି ରୋଗରେ ତାଜା ଫଳ ଖାଇପାରିବେ ଓ ପରିବା ଯେଉଁ ଗୁଡିକ କଞ୍ଚା ଖାଇହେବ ଖାଇବେ ବା ଅଳ୍ପ ସିଝାଇ (ଦର  ଦର କଞ୍ଚା) ଖାଇଲେ ଭଲ l

ଆପଣ ଏହାକୁ ପୂରା ପଢିଲେ, ଏବେ ଆପଣଙ୍କ ଦାୟିତ୍ୱ ଆପଣ ଏହାକୁ ଅନ୍ୟମାନଙ୍କୁ ଜଣାଇବେ ଫଳରେ ଲୋକମାନେ ଏହି ଭୟଙ୍କର ରୋଗରୁ ରକ୍ଷା ପାଇବେ l

ଏହା ଛଡା କିଛି product ମିଳେ ଯାହା ବହୁତ ଦରକାରୀ ଅଟେ l

1) ନୋନି ଜୁସ – କ୍ୟାନସର ଓ ଟ୍ୟୁମର ପାଇଁ

2) ଏଲୋଭେରା ଜୁସ – ଶରୀରରୁ ବିଜାତୀୟ ପଦାର୍ଥ ବାହାର କରିବା

3) ସି ବକଥର୍ନ – ଏଥିରେ ଅତ୍ୟଧିକ ଏଣ୍ଟି ଆକ୍ସିଡେଣ୍ଟ ଥାଏ ତେଣୁ ଏହାକୁ ସଞ୍ଜିବନୀ କୁହାଯାଏ

4) କ୍ଲୋରୋଫିଲ୍ – ଏହି କ୍ୟାନସର କାରକ ଫ୍ରି ରେଡ଼ିକାଲ ସହ ଲଢେଇ ଓ PH ଵାଲାନସ କରିଥାଏ l

5) ଗହମ ଘାସ ରସ ବା ହ୍ୱିଟ୍ ଗ୍ରାସ୍ ଜୁସ୍

6) ବେରି – ବିଭିନ୍ନ ପ୍ରକାର ବେରିର ମିଶ୍ରଣ

Written By
admin@Arogyaodisha.Org

Leave a Reply

Your email address will not be published. Required fields are marked *

Need Help?
Call Now Button