Cancer Cancer Remedies Naturopathy

ଗହମଘାସରସ (Wheat Grass Juice) – ପୃଥିବୀର ସଞ୍ଜିବନୀ

ଗହମଘାସରସ (Wheat Grass Juice) – ପୃଥିବୀର ସଞ୍ଜିବନୀ
  • PublishedFebruary 22, 2024
Spread the love

ଏଥିରେ ଶୁଦ୍ଧ ରକ୍ତ ତିଆରି କରିବା ପାଇଁ ଶକ୍ତି ଥାଏ ତେଣୁ ଏହାକୁ Green Blood  ବା ସବୁଜରକ୍ତ କୁହାଯାଏ l କାରଣ ମଣିଷ ରକ୍ତ ଓ ଗହମ ଘାସର ରସର pH ଫ୍ୟାକ୍ଟର 7.4 ଅଟେ l ତେଣୁ ଏହା ରକ୍ତରେ ଶୀଘ୍ର ମିଶେ ଓ ରକ୍ତହୀନତା  (ଏନିମିଆ), ଜଣ୍ଡିସ ଆଦିରେ ଈଶ୍ୱର ପ୍ରଦତ୍ତ   ଅମୃତ ଭଳି କାମ କରିଥାଏ l ଏହି ରସ ଓ ନାଡୀ ଶୋଧନ ପ୍ରାଣାୟାମ କଲେ ମନୁଷ୍ୟର  ସମସ୍ତ ପ୍ରକାର ନାଡୀ ଶୋଧିତ ହୋଇ ସମସ୍ତ ପ୍ରକାର ରକ୍ତ ବିକାର ଦୂର ହୁଏ l ଏଥିରେ ପର୍ଯ୍ୟାପ୍ତ ପରିମାଣରେ କ୍ଲୋରୋଫିଲ୍ (Chlorophyll) ଥାଏ,  ଯାହା ରକ୍ତ ତିଆରି କରିଥାଏ l ଏଥିରେ ଭିଟାମିନ B, C, E, ପ୍ରଚୁର ମାତ୍ରାରେ ଥାଏ,  ଏହା 350 ପ୍ରକାର ରୋଗ ପାଇଁ ଉପକାରୀ ହୋଇଥାଏ  I

ଯଦି ଆପଣ ଭୟଙ୍କର ରୋଗରେ ଗ୍ରସିତ ଓ ଭାବୁଛନ୍ତି ରୋଗ ଛାଡ଼ି ନପାରେ, ଔଷଧ ଖାଇ ଥକି ଗଲେଣି, ତେବେ ଥରେ  ଏହାକୁ ନିଶ୍ଚିତ ଟ୍ରାଏ କରନ୍ତୁ l

  • ଏହା କ୍ୟାନସର କିଲର ଅଟେ, କ୍ୟାନସର  ରୋଗୀ ଏହାକୁ ନିୟମିତ ସେବନ କରିବା ଉଚିତ
  • ଏହା ମଧୁମେହ ଓ ହାର୍ଟ ରୋଗୀମାନଙ୍କ ପାଇଁ ବରଦାନ ଅଟେ l
  • ରକ୍ତ କମିଥିଲେ, ଶରୀରରୁ ବିଷାକ୍ତ ଜିନିଷ ବାହାର କରିବାରେ ସହାୟକ ହୋଇଥାଏ
  • ମୋଟା ବା ଓଜନ କମେଇବାରେ ସାହାଯ୍ୟ କରେ,
  • ଶରୀରର ଶକ୍ତି ବଢାଏ, ତେଣୁ ଖେଳାଳୀ ମାନଙ୍କ ପାଇଁ ବରଦାନ ଅଟେ l
  • ଚର୍ମ ରୋଗ ଓ  ଶରୀରରୁ ଦୁର୍ଗନ୍ଧ ଦୁରା କରେ l
  • କୋଷ୍ଠବଦ୍ଧତା, ଏସିଡ଼ିଟି, ଭଗନ୍ଦର, ପାଇଲସ, ଆଜମା, ଆଖିରୋଗ, ଉଚ୍ଚରକ୍ତ ଚାପ, ବାୟୁ ବିକାର ଆଦିରେ ଅତି ଲାଭ ଦାୟକ l ମୂତ୍ରାଶୟରେ ପଥର ପାଇଁ ମଧ୍ୟ ଉପଯୋଗୀ ହୋଇଥାଏ l

ବିଶେଷ – କେବଳ ମାଟିରୁ 6 ଇଞ୍ଚ ଲମ୍ବର ଘାସ ହିଁ ଉପଯୋଗୀ ହୋଇଥାଏ ଓ କାମ ଦେଇଥାଏ, ମୂଳରେ ଥିବା ଧଳା ଅଂଶ ବ୍ୟବହାର କରିବେ ନାହିଁ l

କିପରି ତିଆରି କରିବେ !!

୯ ଟା କୁଣ୍ଡ ବା ଥାଳିରେ, ଗୋବର ଖତ ଓ ମାଟି ଦେଇ, ଭଲ ଗହମ ମଞ୍ଜି ପାଣିରେ ୫ ଘଣ୍ଟା ବତରେଇ ଛାଣି କପଡାରେ ଗୁଡାଇ ଢାଙ୍କି ରଖି ଗଜା କରି ପ୍ରତ୍ୟେକ ଦିନ ଗୋଟିଏ କୁଣ୍ଡରେ ଲଗାଇ ଅଳ୍ପ ପାଣି ଦିଅନ୍ତୁ , ୯ ଦିନ ପରେ ପ୍ରଥମ କୁଣ୍ଡରୁ ଗହମ ଘାସ କାଟି (ମୁଳରୁ ୧ ସେମି ଛାଡି)ବାଟି/ବା ଗ୍ରାଇଣ୍ଡିଂ କରି ଜୁସ୍ କରି ପିଇବେ ବା ଗହମ ଘାସ (ଶୁଖାଇକରି) ପାଉଡର୍ ପାଣିରେ ୫/୬ ମିନିଟ୍ ବତୁରାଇ ପିଇବେ

WHEAT GRASS (Chlorophyll)

(Super food, Green blood, 17 amino Acid & Vit-A,C,E,K, B Complex, 350 Disease Can be Cured)

Some of them are:

  • Cancer, Ulcer, Gout, Osteoarthritis, Rheumatoid Arthritis, Joint Pain, Swelling,
  • Micro Flora Ecology of Digestive System Disorder, Colon Cleansing, Eliminate Toxin,
  • Reproductive System, Respiratory System, Thalassemia, Anemia, Insomnia,
  • Ear Pain, Dental Pain, Wound, Psoriasis, Alzheimer, Kidney Disorder,
  • Boost Metabolism, Used In Weight Loss (Helps Reduce Carving, Feel Fuller Faster)
  • Lower Cholesterol, Similar to Insulin (Lower the Glycemic Index)

You tube ରେ Video ଦେଖନ୍ତୁ – How to make wheat grass?

ଅଧିକ ଜାଣିବା….

ଗହମ ଘାସ ବା ହ୍ୱିଟ୍ ଗ୍ରାସ (Wheat Grass)ରେ ଭିଟାମିନ A, B, C, E, ପ୍ରୋଟିନ, ଏମିନୋ ଏସିଡ, ଏଞ୍ଜାଇମ୍,  ମିନେରାଲ, ପୋଷକ ତତ୍ତ୍ୱ ଓ କ୍ଲୋରଫିଲ ପ୍ରଚୁର ମାତ୍ରାରେ ଥାଏ l କ୍ଷୀର, ଅଣ୍ଡା, ବାଦାମ ଆଦି ପୌଷ୍ଟିକ ପଦାର୍ଥ ତୁଳନା ରେ ହ୍ୱିଟ୍ ଗ୍ରାସ ଅଧିକ ଶକ୍ତିବର୍ଦ୍ଧକ ଅଟେ l ଗହମ ଘାସ ରସ ସେବନ କଲେ ଆମକୁ ପ୍ରଚୁର ମାତ୍ରାରେ କ୍ଲୋରୋଫିଲ ମିଳିଥାଏ ଯାହା ମଣିଷର ଶରୀରର ରକ୍ତ ସହିତ 40% ମେଳ ଖାଇଥାଏ l ଏହାକୁ ସବୁଜ ରକ୍ତ ମଧ୍ୟ କୁହାଯାଏ l ଗହମ ଘାସ ଗର୍ଭବତୀ ମହିଳାର ଶକ୍ତି, କ୍ୟାଲସିୟମ, ଜୀବନ ତତ୍ତ୍ୱ, ଭିଟାମିନ Eର ଆବଶ୍ୟକତାକୁ ପୂରଣ କରିଥାଏ l

ଏଥିରୁ ବ୍ୟକ୍ତିକୁ କାୟାକଳ୍ପ ମିଳିଥାଏ l ଏହା ଦ୍ୱାରା ଅସୀମ ଶକ୍ତି ସଂଚାର ହୋଇଥାଏ l ଏହାର ନିରନ୍ତର ସେବନ ଗଠିଆ, ମଧୁମେହ, ପକ୍ଷାଘାତ, ଦମା, ଶ୍ୱାସ, ରକ୍ତବିକାର, ମୋତିଆବିନ୍ଦୁ, ଅନିଦ୍ରା,  ପାଣ୍ଡୁ (ରକ୍ତହୀନତା), ଚର୍ମ, ଏଲର୍ଜୀ, ସନ୍ଧିବାତ, ମାସିକ ଋତୁସ୍ରାବ ବିକାର, ପ୍ରଦର, କେଶ ଝଡ଼ିବା, ମୋଟାପଣିଆ, ବବାସିର (ପାଇଲସ),   ଅଲସର୍, ଗୋଡ଼ ହାତ ଫାଟିବା, ହୃଦୟ ରୋଗ, କୋଲେଷ୍ଟେରଲ୍, କମଜୋରି, ପାଚନତନ୍ତ୍ରର ରୋଗ ଯଥା ଅପଚ, ବାୟୁ, ଏସିଡିଟି ରେ ଲାଭ ଦେଇଥାଏ l

ପଥୁରି ବା ଷ୍ଟୋନ ରୋଗରୁ ବଞ୍ଚାଇ ଥାଏ, ଯୌନ ଶକ୍ତିକୁ ଠିକ କରିଥାଏ l

ଏହାର ସେବନ ରକ୍ତକୁ ଶୁଦ୍ଧ କରିଥାଏ l

ପ୍ଲେଟଲେଟସ ତଥା (Hemoglobin) ହିମୋଗ୍ଲୋବିନ୍ ର ମାତ୍ରା କୁ ବଢ଼ାଇଥାଏ, ଶ୍ୱେତ ରକ୍ତ କଣିକା, ଲାଲ ରକ୍ତ କଣିକାରେ ପରିବର୍ତ୍ତନ ହୋଇଥାଏ l ବୃଦ୍ଧାବସ୍ଥାରେ ଦୁର୍ବଳତାକୁ ହଟାଇବା ପାଇଁ ରାମବାଣର ଔଷଧ ପରି କାମ କରେ l

ଏହାକୁ ନିୟମିତ ବ୍ୟବହାର କଲେ କ୍ୟାନସର ଭଳି ଭୟଙ୍କର ରୋଗରେ ଲାଭଦାୟକ ହୋଇଥାଏ l

ଏହା ଦ୍ୱାରା ଶରୀରର ସମସ୍ତ ଅପରିଷ୍କାର ପଦାର୍ଥ ପ୍ରାକୃତିକ ରୂପରେ ବାହାରକୁ ବାହାରି ଯାଇଥାଏ l

ଏନିମିଆ, ତଥା ଥାଲାସେମିଆ ପରି ରକ୍ତ ସମ୍ବନ୍ଧୀୟ ସବୁ ରୋଗ ପାଇଁ ସର୍ବୋତ୍ତମ ଅଟେ l

ପ୍ରତିଦିନ ଖାଲି ପେଟରେ ସେବନ କଲେ ଅଧିକ ଲାଭ ମିଳିଥାଏ l ଏହାକୁ ସେବନ କଲା ପରେ ଅଧାଘଣ୍ଟା ପର୍ଯ୍ୟନ୍ତ କୌଣସି ଜିନିଷ ଖାଆନ୍ତୁ ନାହିଁ ବା ପିଅନ୍ତୁ ନାହିଁ l ରାତିରେ ଖାଇ ସାରି 1 ଘଣ୍ଟା ପରେ ସେବନ କରିବା ଉଚିତ ବା ଚିକିତ୍ସଙ୍କ ପରାମର୍ଶ ଅନୁସାରେ ସେବନ କରନ୍ତୁ l ଏହାକୁ ସେବନ କଲେ କିଛି ଲୋକଙ୍କୁ ପ୍ରଥମେ ଅଳ୍ପ ବାନ୍ତି କିମ୍ବା ଝାଡା ହୋଇପାରେ, ଏହା ଶରୀରରେ ଜମା ହୋଇଥିବା ଅନାବଶ୍ୟକ ପଦାର୍ଥ ଓ ଏକତ୍ରିତ ମଳକୁ ବାହାରକୁ ବାହାର କରିବାରେ ସହାୟତା କରିଥାଏ l

Written By
admin@Arogyaodisha.Org

Leave a Reply

Your email address will not be published. Required fields are marked *

Need Help?
Call Now Button