Brain Diseases

ପାରାଲିସସ (ପକ୍ଷାଘାତ) ର ଘରୋଇ ଉପଚାର

ପାରାଲିସସ (ପକ୍ଷାଘାତ) ର ଘରୋଇ ଉପଚାର
  • PublishedFebruary 2, 2024
Spread the love

1) ଗାଇ ଘିଅ 2-2 ଟୋପା ଅଳ୍ପ ଗରମ କରି ରାତିରେ ଶୋଇବା ସମୟରେ ନାକରେ ପକାନ୍ତୁ l
ମସ୍ତିଷ୍କରେ ଜମା ହୋଇଥିବା ରକ୍ତ କୁ ବାହାର କରିବାର ଶକ୍ତି ଗାଇ ଘିଅରେ ଥାଏ
2) ରାଇ ଓ ଅକରାକରା କୁ ସମାନ ମାତ୍ରାରେ ମିଶାଇ କୁଟି ପାଉଡର କରନ୍ତୁ, ତାପରେ ମହୁ ସହ
ମିଶାଇ ପେଷ୍ଟ କରି ଦିଅନ୍ତୁ ଓ ଦିନକୁ ତିନିଥର ଜିଭ ଉପରେ ଘସନ୍ତୁ, ଲକୱା ସମସ୍ୟା ଦୂର ହେବ
3) 250ml ଗାଇ କ୍ଷୀର ସହ 8 – 10 ପାଖୁଡା ରସୁଣ କଲି ପକାଇ ଫୁଟାନ୍ତୁ l ଗାଢା ହୋଇଗଲେ
ରୋଗୀକୁ ପିଆନ୍ତୁ, ଆରାମ ମିଳିବ
4) ଶୁଣ୍ଠୀ ଓ ଉଡ଼ଦ କୁ ପାଣିରେ ଫୁଟାଇ ସେହି ପାଣି ପିଇଲେ ଲକୱା ରେ ବହୁତ ଆରାମ ମିଳେ
5) କପା ଗଛର ଚେରକୁ ଗୁଣ୍ଡ କରି 1 ଚାମଚ ନେଇ ମହୁ ମିଶାଇ ଚାଟିଲେ ଲାଭ ମିଳେ
6) ରସୁଣ ର 5 – 6 କଞ୍ଚା କଲି (ଖୋସା / ପାଖୁଡା) ମହୁ ସହିତ ବାଟି ଚାଟିଲେ ଆରାମ ମିଳେ
7) ଉଡ଼ଦ + କୋଞ୍ଚ ମଞ୍ଜି (ବୀଜ) + ଏରଣ୍ଡ ଚେର (ଜଡ଼ା) + ବଳା + ହିଙ୍ଗୁ + ସୈନ୍ଧବ ଲୁଣ +
ମହୁ ସବୁ ସମାନ ମାତ୍ରାରେ ନେଇ କାଢା ତିଆରି କରି ପିଆନ୍ତୁ, ଆରାମ ମିଳିବ

8) 250ଗ୍ରାମ ସୋରିଷ ତେଲରେ କିଛି ଗୋଲମରିଚ ଗୁଣ୍ଡ ପକାଇ ଉଷୁମ କରି ମାଲିସ କରିବେ
9) ଯେଉଁ ପଟେ ପାରାଲିସସ୍ ହୋଇଛି ତାର ବିପରୀତ ପଟ ନାକରେ କଲୋଞ୍ଜି ତେଲ 1 ବୁନ୍ଦା
ପ୍ରତିଦିନ ସକାଳ ସନ୍ଧ୍ୟା ପକାଇ ଶ୍ୱାସ ଟାଣିନେବେ, ବା ବେକ ଲଟକାଇ ରଖିବେ କିଛି ସମୟ ଓ
କଲୋଞ୍ଜି ତେଲ ଅଧ ଚାମୁଚ ଓ ମହୁ ମିଶାଇ ଖାଲି ପେଟରେ ସକାଳ ସନ୍ଧ୍ୟା ଚାଟିବେ
10) ଅଲିଭ ତେଲ ବା ତିଳ ତେଲରେ ଗୋଲମରିଚ ଗୁଣ୍ଡପକାଇ ଅଳ୍ପ ଆଞ୍ଚରେ ଗରମକରି (ଫୁଟେଇ)
ମାଲିସ କରନ୍ତୁ
ଯୋଗାସନ – ଅନୁଲୋମ ବିଲୋମ, ସକାଳୁ ଉଠି ୧୦୦ ଥର ଲମ୍ବା ଶ୍ୱାସ ନିଅନ୍ତୁ
ଖାଇବେ – ଡ୍ରାଏ ଫୁଡ୍, କ୍ଷୀର ବାଦାମ ଘିଅ, ଆମଲା(ଅଁଳା)
ବାମପଟ – ହାର୍ଟ୍ ସାଇଡ , ସମୟ ଲାଗେ
ଡାହାଣ ପଟ – ଶିଘ୍ର ବା ଜଲଦି ଠିକ୍ ହୁଏ
ସେହିପରି ରୋଗ ସଧାରଣତଃ ପୂରୁଣା ହେଲେ ସମୟ ଲାଗେ, କମ ବୟସର ଲୋକ ୪୦-୪୫ ବୟସର
ଲୋକଙ୍କର ଶିଘ୍ର ଭଲହୁଏ
ବିଶେଷ – ଔଷଧ ଓ ଡାଏଟ ଚାର୍ଟ ପାଇଁ ପରାମର୍ଶ କରିପାରିବେ

Written By
subhashreed69@gmail.com

Leave a Reply

Your email address will not be published. Required fields are marked *

Need Help?
Call Now Button