Diseases Joint Pain

How to Reduce Uric Acid in Odiya – ୟୁରିକ ଏସିଡ କମେଇବା ପାଇଁ ସହଜ ଘରୋଇ ଉପାୟ

How to Reduce Uric Acid in Odiya – ୟୁରିକ ଏସିଡ କମେଇବା ପାଇଁ ସହଜ ଘରୋଇ ଉପାୟ
  • PublishedFebruary 2, 2024
Spread the love

ଏଥିରେ ଶରୀରରେ ଛୋଟ ଛୋଟ ଗଣ୍ଠି ମାନଙ୍କରେ ବଥା ଆରମ୍ଭ ହୁଏ l ଅବହେଳା କଲେ ଏହା ହାଡ଼କୁ ପ୍ରଭାବିତ କରେ ଓ ଚିକିତ୍ସା ମୁସ୍କିଲ ହେବା ଆରମ୍ଭ କରେ l ଏହାକୁ ଚିକିତ୍ସା ନକଲେ ଏହା ଗଣ୍ଠି ବା ଜଏଣ୍ଟ କୁ ନଷ୍ଟ କରିଦିଏ, କିଡନୀରେ ପଥର ଓ କ୍ରୋନିକ କିଡନୀ ରୋଗ ସୃଷ୍ଟି ମଧ୍ୟ କରେ ଅନ୍ୟାନ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରେ ଓ ହାଡ଼କୁ ନଷ୍ଟ କଲେ ପୁଣି ରୀକୋଭରୀ କରିବା କଷ୍ଟ ହୋଇଯାଏ

ଏଲୋପାଥିରେ ଏହି ରୋଗ ପାଇଁ ଥିବା ଔଷଧ କିଡନୀ ଓ ଅନ୍ୟାନ୍ୟ ଅଙ୍ଗ ପାଇଁ ବହୁତ କ୍ଷତି କାରକ ହୋଇଥାଏ l ଏଥିରେ ଆଣ୍ଠୁ, ଏଡି ଓ ଗୋଡ଼ ଆଙ୍ଗୁଳି ଆଦି ବଥା ହେବାର ବଡ଼ କାରଣ ୟୁରିକ ଏସିଡ ବଢିବା ପାଇଁ ହୋଇଥାଏ l ଏହି ରୋଗକୁ ଗଠିଆ ବା ଗାଉଟ (Gout) ମଧ୍ୟ କହନ୍ତି l

ସମୟ ଗଡେଇଲେ ଏହି ରୋଗ ଦୁଃସାଧ୍ୟ ହୋଇଯାଏ l ସାଧାରଣତ 40ବର୍ଷ ଉପରକୁ ଥିବା ଲୋକଙ୍କୁ ଏହି ରୋଗ ହୋଇଥାଏ l ଯଦି ଖାଇବା ପିଇବା ଓ ଜୀବନ ଶୈଳୀ ରେ ସାବଧାନତା ଅବଲମ୍ବନ ନ କରାଯାଏ ତେବେ କମ ବୟସ ରେ ମଧ୍ୟ ଏହି ରୋଗ  ହୋଇପାରେ l ଅଧିକାଂଶ ଲୋକଙ୍କୁ ଏହାର ଲକ୍ଷଣ ଆରମ୍ଭରେ ଜଣାପଡେ ନାହିଁ l ମୋଟା ଲୋକଙ୍କୁ ୟୁରିକ ଏସିଡ ବେଶୀ ହୋଇଥାଏ ତେଣୁ ନିଜର ଓଜନ ବଢିବାକୁ ଦିଅନ୍ତୁ ନାହିଁ l ଓଜନ କମେଇବା ପାଇଁ ଡାଏଟିଂ କରନ୍ତୁ ନାହିଁ,  ବରଂ ଶୁଦ୍ଧ ଓ  ଠିକ ସୁଷମ ଖାଦ୍ୟ ଖାଆନ୍ତୁ l ଏହି ରୋଗରେ ପ୍ରୋଟିନଯୁକ୍ତ ଖାଦ୍ୟ କମାଇବା ଉଚିତ l

ଏହାର ନର୍ମାଲ range

ପୁରୁଷ   3.7 ରୁ 7 mg/dL

ସ୍ତ୍ରୀ       2.4 ରୁ  6 mg/dL

ପ୍ରଥମ ୫ ଦିନ ଏହିପ୍ରୟୋଗ କଲେ ଭଲ

4/5 ଦିନ ଶସ୍ୟ, ଡାଲି, କ୍ଷୀର ବନ୍ଦ କରିଦିଅନ୍ତୁ ଓ ସକାଳୁ 1 ଗ୍ଲାସ ନାଉ ଜୁସ ରେ 50ml ଆମଲା ରସ ମିଶାଇ ପିଇବା ଆରମ୍ଭ କରନ୍ତୁ, ଅଧଘଣ୍ଟା ପର୍ଯ୍ୟନ୍ତ କିଛି ଖିଆ ପିଆ କରନ୍ତୁ ନାହିଁ, ଏହାପରେ 1 ଗ୍ଲାସ ଉଷୁମ ପାଣିରେ 50ml ଏଲୋଭେରା ଜେଲ ମିଶାଇ ପିଅନ୍ତୁ ପୁଣି ଅଧଘଣ୍ଟା ପରେ 1 ଗ୍ଳାସ ପାଣି ପିଅନ୍ତୁ l ଅତି କମରେ 5/10ଦିନ କରନ୍ତୁ l

ସକାଳେ କମଳା, ମୌସୁମୀ ରସ  ପିଅନ୍ତୁ, ସୈନ୍ଧବ ଲବଣ ମିଶେଇ ପାରିବେ,  କମଳା ରସ ଗଣ୍ଠି ଭିତରେ ସଂଗୃହୀତ ହୋଇଥିବା ୟୁରିକ ଏସିଡକୁ ମିଳାଇ ଆଉଥରେ ରକ୍ତରେ ମିଶାଇଦେବ ଫଳରେ  ତାହା କିଡନୀ ଦ୍ୱାରା ଫିଲଟର ହୋଇ ଶରୀରରୁ ବାହାରି ଯିବ l ଦିପହରେ ମଧ୍ୟ କମଳା ରସ ସୈନ୍ଧବ ଲବଣ ମିଶାଇ ଖାଇପାରିବେ, ସାଲାଡ଼ ଖାଆନ୍ତୁ, ବେଳେବେଳେ ଲେମ୍ବୁ ପାଣି ମଧ୍ୟ ପିଅନ୍ତୁ, ଚିନି ବିଲକୁଲ ବନ୍ଦ କରିବେ, ଦିପହରେ ଘୋଳ ଦହି ଖାଇପାରିବେ, ଯେତିକି ପାଣି ପିଉଥିଲେ ଡବଲ ପାଣି ପିଅନ୍ତୁ l ପ୍ରଥମ 5 ଦିନ ପ୍ରତିଦିନ 1 କିଲୋ ପପେୟା ଖାଆନ୍ତୁ, ପପେୟା ନ ମିଳିଲେ ପପେୟା ପତ୍ରରସ 1 କପ ଦିନକୁ  ଦୁଇଥର ପିଅନ୍ତୁ l

ତାପରେ ନିମ୍ନ ଲିଖିତ ଉପାୟ ଷ୍ଟାର୍ଟ କରନ୍ତୁ

ଭିଟାମିନ C ରେ ଭରପୁର ଥିବା ଖାଦ୍ୟ ଖାଆନ୍ତୁ l ଏହା ବ୍ୟତୀତ ନିମ୍ନ ଲିଖିତ ଉପାୟ ପ୍ରୟୋଗ ସବୁ କରନ୍ତୁ l

1) କଞ୍ଚା ଆଳୁ ଚୋପା ସହିତ ଏକ କପ ରସ କାଢି ହାଲକା ଉଷୁମ ପାଣିରେ ମିଶାଇ ସକାଳେ ଖାଲି ପେଟରେ ପିଇବା ଆରମ୍ଭ କରନ୍ତୁ, କିଛି ଦିନରେ ଲାଭ ମିଳିବ

2) ଘୋଳ ଦହି ସେବନ ବହୁତ ଲାଭକାରୀ ଅଟେ

3) ସକାଳେ ଉଠି ଗରମ ପାଣି ପିଅନ୍ତୁ, ଏହା ଗଣ୍ଠି ବଥା ଓ ୟୁରିକ ଏସିଡ ରେ ବହୁତ ଲାଭ ଦିଏ, ଏହାଦ୍ୱାରା ପରିସ୍ରାରେ ଅଧିକ ବିଷ ତତ୍ତ୍ୱ ବାହାରି ଯାଏ l

4) ରସୁଣ ରସ ଦୁଇ ଚାମଚ ବାହାର କରି ମହୁ ମିଶାଇ ସେବନ କଲେ ଲାଭ ଦେଇଥାଏ

5) ସେଓ ବା ଆପେଲରେ ମାଲିକ ଏସିଡ ଥାଏ, ଯାହା ରକ୍ତ ସହ ମିଶି ଆଲକାଲାଇନ କାର୍ବୋନେଟ ତିଆରି କରେ, ଏହା ରକ୍ତରେ ଜମିଥିବା ୟୁରିକ ଏସିଡର ପ୍ରଭାବକୁ ନଷ୍ଟ କରେ ଏବଂ ମୂତ୍ର ଦ୍ୱାରା ୟୁରିକ ଏସିଡକୁ ବାହାର କରିଦିଏ l ଏହା ଫଳରେ ଆର୍ଥରାଇଟିସ, ଆଣ୍ଠୁଗଣ୍ଠି ଓ କିଡନୀ ରୋଗରେ ଫାଇଦା ମିଳେ l

6) 1 ଚାମଚ ଅଶ୍ଵଗନ୍ଧା ପାଉଡର ରେ 1 ଚାମଚ ମହୁ ମିଶାଇ 1ଗ୍ଲାସ ଉଷୁମ ପାଣି ସହିତ ପିଅନ୍ତୁ

7) ପ୍ରତିଦିନ ରାତି ଶୋଇବା ପୂର୍ବରୁ 3ଟି ଅଖରୋଟ ଖାଆନ୍ତୁ

8) ଏଲୋଭେରା ଜୁସ ରେ ଆମଲା ରସ ମିଶାଇ ପିଇଲେ ଆରାମ ମିଳେ

9) ନଡ଼ିଆ ପାଣି ପ୍ରତିଦିନ ପିଅନ୍ତୁ

10) ଖାଇବା ଅଧଘଣ୍ଟା ପରେ 1 ଚାମଚ ଅଳସି ମଞ୍ଜି ଚୋବାଇ ଖାଇଲେ ଲାଭ ମିଳେ

11) ବଥୁଆ ଜୁସ ଖାଲି ପେଟରେ ପିଅନ୍ତୁ ଓ ଦୁଇଘଣ୍ଟା ପର୍ଯ୍ୟନ୍ତ କିଛି ଖାଇବେ ନାହିଁ

12) ଜୁଆଣି (ଆଜୱାଇନ)କୁ  ଖାଇବାରେ ବ୍ୟବହାର କରନ୍ତୁ, ଏହା ହାଇ ୟୁରିକ ଏସିଡ କୁ କମ କରିବାରେ ସାହାଯ୍ୟ କରେ I

13) ପ୍ରତିଦିନ ଦୁଇ ଚାମଚ ସେଓ ର ସିରକା 1 ଗ୍ଲାସ ପାଣିରେ ମିଶାଇ ଦିନକୁ 3 ଥର ପିଅନ୍ତୁ, ଲାଭ ମିଳିବ

14) ଆପେଲ, ଗାଜର ଓ ବିଟ ଜୁସ ପ୍ରତିଦିନ ପିଇଲେ ଦେହର pH ଲେଭେଲ ବଢିଥାଏ ଓ ୟୁରିକ ଏସିଡ କମିଥାଏ I

15) ଲେମ୍ବୁ ପାଣି ପିଅନ୍ତୁ l ଏହା ଦେହକୁ detoxify କରିଥାଏ ଓ କ୍ରିଷ୍ଟାଲକୁ ମିଳାଇ ବାହାର କରିଥାଏ

16) ରାନ୍ଧିବା ପାଇଁ ତିଳ, ଅରିଜିନାଲ ସୋରିଷ ବା ଅଲିଭ ତେଲ ବ୍ୟବହାର କରିବେ, ଉଚ୍ଚ (ଫାଇବର) ତନ୍ତୁ ଜାତୀୟ ଖାଦ୍ୟ ଖାଇବେ l

17) ରାତି ଶୋଇବା ସମୟରେ ଦେଢ଼ ଗ୍ଲାସ ପାଣିରେ ଅର୍ଜୁନ ଛାଲ ଚୁର୍ଣ୍ଣ 1 ଚାମଚ ଓ ଡାଲଚିନି ପାଉଡର ଅଧ ଚାମଚ ମିଶାଇ ଚାହା ପରି ଫୁଟାଇ ଟିକେ ଗରମ ହେଲା ପରେ ଛାଣି 3ମାସ ପର୍ଯ୍ୟନ୍ତ ପିଅନ୍ତୁ I

18) ଦିନରେ ଅତି କମରେ 3/4 ଲିଟର ପାଣି ପିଅନ୍ତୁ, ପାଣି ପର୍ଯ୍ୟାପ୍ତ ମାତ୍ରାରେ ପିଇଲେ ୟୁରିକ ଏସିଡ ପରିସ୍ରା ଦ୍ୱାରା ବାହାରି ଯାଏ, ତେଣୁ ଅଳ୍ପ ସମୟ ବ୍ୟବଧାନରେ ପାଣି ପିଅନ୍ତୁ l

19) ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ ଯେ ଖାଦ୍ୟ ଖାଇବା ସମୟରେ ପାଣି ପିଇବେ ନାହିଁ, ପାଣି ସବୁବେଳେ ଖାଦ୍ୟ ଖାଇବାର ଦେଢ଼ ଘଣ୍ଟା ଆଗରୁ ବା ଦେଢ଼ ଘଣ୍ଟା ପରେ ପିଇବେ I

20) ୟୁରିକ ଏସିଡ଼ ପାଇଁ ସବୁଠାରୁ ଭଲ ନାଉ ଚୋପା ସହ ରସ, ଧଣିଆ 5ପତ୍ର, ପୁଦିନା 5ପତ୍ର, 5ପତ୍ର ତୁଳସୀ, ଏସବୁ ବାଟି, ମିଶାଇ ସକାଳେ ଖାଲି ପେଟ ପିଇଲେ ବହୁତ ଲାଭ ମିଳେ

ଖାଇବେ ନାହିଁ  (ବାରଣ )

ଶାଗ, ପାଳଙ୍ଗ, କ୍ଷୀର, ପନିର, ଡାଲି, ଚାହା, ଚିନି, ବିଲୁକୁଲ ବନ୍ଦ କରିବେ

ସୋୟାବିନ ଓ  ଉଚ୍ଚ ପ୍ରୋଟିନ ଯୁକ୍ତ ଖାଦ୍ୟ ଉତ୍ପାଦ ଖାଇବେନାହିଁ,

ଛତୁ, ପାଳଙ୍ଗ, ମଟର, ଛେନା, ବିନସ, ଆଦି ଖାଇବେ ନାହିଁ

ଫୁଲ କୋବି, କ୍ଷୀର, ଲହୁଣୀ, ଆମିଷ, ତେଲିଆ ଖାଦ୍ୟ, ସମୁଦ୍ର ଖାଦ୍ୟ, ଭେଣ୍ଡି, ମଇଦା, ଧଳା ଭାତ, ବିରି, ଚାହା, ଦହି, କୋଲଡ଼ ଡ୍ରିଙ୍କ, କଫି, ଟମାଟୋ, ଚାଉଳ, ଆଚାର, ଆଦି ବନ୍ଦ କରନ୍ତୁ

କେକ, ପେଷ୍ଟ୍ରି, ଡବାବନ୍ଦ ଖାଦ୍ୟ ବନ୍ଦ କରିବେ

ରାତିରେ କ୍ଷୀର, ଡାଲି ଖାଇବା ଅତ୍ୟନ୍ତ କ୍ଷତିକାରକ

ଫାଷ୍ଟ ଫୁଡ, ଆମିଷ, ମଦ, ଧୂମପାନ ବିଲକୁଲ ବନ୍ଦ କରିବେ,

ଖାଇବେ

କଦଳୀ, ରସୁଣ, ଅଦା, ଜିରା, ଆପେଲ,  ପାନମହୁରୀ, ଧଣିଆ, ଡାଲଚିନି, ବାଜରା, Jowar, ଓଟସ, ସପୁରି, ଚେରି, Lentil (yellow, pink, green), ଷ୍ଟ୍ରବେରି, ଲେମ୍ବୁ, ବ୍ରାଉନ ରାଇସ, ଅଧିକ ଆପେଲ ଖାଇଲେ ସମସ୍ୟା ସମାଧାନ ହୁଏ, ଘର ତିଆରି ଆପେଲ ଜୁସ ବହୁତ ଭଲ ଅଧିକ ପରିମାଣରେ ଭିଟାମିନ C ଓ E ଖାଇବେ, ଚେରୀ, ଷ୍ଟ୍ରବେରି, ବ୍ଲୁବେରି, ଆଦି ବିଭିନ୍ନ ପ୍ରକାର ବେରି ୟୁରିକ ଏସିଡକୁ ନେଚୁରାଲି  କମେଇ ଦିଅନ୍ତି l ତନ୍ତୁ ଜାତୀୟ ଖାଦ୍ୟ ଖାଇବେ, ଆପେଲ, ପପେୟା ଅଧିକ ଭଲ, ବୋଇତାଳୁ, ନାଉ ଆଦି ବହୁତ ଭଲ I ତାଜା ନଡ଼ିଆ ପାଣି ପିଇବେ, କାକୁଡି, ଅଦା, ଲେମ୍ବୁ, ପୁଦିନା, ତୁଳସୀ, ନାଉ(ଲୋକି ବା ଘିଆ) ଜୁସ, ପପେୟା, ଗ୍ରୀନ ଟି, ସେଓ, ଆମଲା, ବନ୍ଧାକୋବି, ଗାଜର, କାକୁଡି, ସିମଳା ମିର୍ଚ୍ଚ, ବିଟ, ଅଙ୍ଗୁର, ପିଜୁଳି, ଚେରୀ, ପପେୟା, ଇତ୍ୟାଦି ଫଳ ଖାଇପାରିବେ I

Herbs

ଗିଲୟ, ପୁନର୍ଣ୍ଣଭା, ଆଲୋଭେରା, ଆମଲା, ମଞ୍ଜିସ୍ଥା, ହରିତକୀ ଇତ୍ୟାଦି…

ବିଶେଷ

ଭୋଜନ କରି ସାରି ମୂତ୍ର ତ୍ୟାଗ କରିବେ, ଏପରି ନିୟମିତ କଲେ ୟୁରିକ ଏସିଡ ବଢେ ନାହିଁ l

ଦିନରେ ଶୋଇବେ ନାହିଁ ଓ ରାତ୍ରି ଉଜାଗର ହେବେ ନାହିଁ

ୟୁରିକ ଏସିଡ କମେଇବା ପାଇଁ ଗୁଡ଼, ତିଳ, ବାଦାମ ଓ ମହୁ ନିଶ୍ଚିତ ଖାଇବା ଉଚିତ I

Written By
admin@Arogyaodisha.Org

Leave a Reply

Your email address will not be published. Required fields are marked *

Need Help?
Call Now Button