Acidity Diseases

Acidity (ଅମ୍ଳ ପିତ୍ତ) ରୁ ରକ୍ଷା ପାଇବାର ଉପାୟ

Acidity (ଅମ୍ଳ ପିତ୍ତ) ରୁ ରକ୍ଷା ପାଇବାର ଉପାୟ
  • PublishedFebruary 2, 2024
Spread the love
  • ବାସି ଖାଦ୍ୟ ଖାଆନ୍ତୁ ନାହିଁ
  • ଉପଚାର କରିବା ପୂର୍ବରୁ ପ୍ରଥମେ ବମନ ଓ ବିରେଚନ କରିବା ଆବଶ୍ୟକ l ଲୁଣ ପାଣି ମିଶାଇ ପିଇଲେ ବମନ ହୋଇପାରେ, ଓ ବିରେଚନ ପାଇଁ ରାତିରେ  ତ୍ରିଫଳା ଚୂର୍ଣ୍ଣ ଶୋଇବା ପୂର୍ବରୁ ପାଣି ସହ ପିଇବା ଆବଶ୍ୟକ l
  • କମଳା ରସ ସହିତ ଭଜା ଜିରା ଓ ସୈନ୍ଧବ ଲଵଣ ମିଶାଇ ପିଇଲେ ଅମ୍ଳପିତ୍ତ ଶୀଘ୍ର ନଷ୍ଟ ହୁଏ l
  • ତ୍ରିଫଳା କୁ ଦେଶୀ ଗାଇ କ୍ଷୀର ସହ ମିଶାଇ ପିଇଲେ ପିଇଲେ ଏସିଡ଼ିଟି ନଷ୍ଟ ହୁଏ l
  • ପିପଲୀ ଚୂର୍ଣ୍ଣ ଓ ଧଣିଆ ମଧ୍ୟ ଖାଇପାରିବେ
  • ପାନମହୁରୀ 25 ଗ୍ରାମ, ମୁନକା 50 ଗ୍ରାମ ରାତିରେ ପାଣିରେ ବତୁରାଈ, ସକାଳେ ତାକୁ ସେହି ପାଣି ସହିତ ଖାଇଲେ ଆରାମ ମିଳେ l
  • ରାତି ରେ ଟିକେ ଚୂନ ପାଣିରେ ପକାଇ ରଖି, ସକାଳେ ସେହି ପାଣିକୁ ଛାଣି ପିଇଲେ ଅମ୍ଳ ପିତ୍ତ ଠିକ ହୁଏ l
  • ନିମ ପତ୍ର ମହୁ ମିଶାଇ ଖାଇପାରିବେ l
  • 250ଗ୍ରାମ ପ୍ରବାଳ ଭସ୍ମ ମହୁ ସହିତ ମିଶାଇ ଚାଟିଲେ ପିତ୍ତର ତୀବ୍ରତା ଓ ଅମ୍ଳତା ଶୀଘ୍ର ନଷ୍ଟ ହୁଏ l
  • 125 ଗ୍ରାମ ମୁକ୍ତା ପିଷ୍ଟି ମହୁ ସହିତ ମିଶାଇ ଖାଇଲେ ପିତ୍ତ ସନ୍ତୁଳିତ ରହେ l
  • କ୍ଷୀରରେ ମୁନକ୍କା ମିଶାଇ ଫୁଟେଇବେ ଓ ତାପରେ ଥଣ୍ଡା କରି ପିଇଲେ ଏସିଡ଼ିଟି ନଷ୍ଟ ହୁଏ l
  • ଭୟଙ୍କର ଏସିଡ଼ିଟି ହେଲେ ଜିରା 3 ରୁ 5 ଗ୍ରାମ ଚୋବେଇ ଚୋବେଇ ଖାଆନ୍ତୁ ଓ 10 ମିନିଟ ପରେ ହାଲକା ଉଷୁମ ପାଣି ପିଅନ୍ତୁ  l ଚୁଟକି ରେ ସମସ୍ୟା ସମାଧାନ ହୋଇଯିବ l

ଏସବୁ ତୁଟୁକା ବହୁତ ଲୋକଙ୍କ ଉପରେ ପ୍ରୟୋଗ ହୋଇଛି ଓ ଏହା ଯାଦୁ ପରି କାମ କରେ l ଆପଣ ଏହାକୁ ଆପଣେଇ ପାରିବେ ଓ ରେଜଲ୍ଟ ଜଣାଇବେ l

  • ଦେଶୀ ଗାଈର ଘୋଳ ଦହି, ମିଶ୍ରି, ଗୋଲମରିଚ, ସୈନ୍ଧବ ଲବଣ ମିଶାଇ ପ୍ରତିଦିନ ପିଇଲେ ଏସିଡ଼ିଟି ଶୀଘ୍ର ଭଲ ହୁଏ l
  • ଖାଦ୍ୟ ଠିକ ସମୟରେ ଖାଇବେ
  • ଅଦା ଶୁଣ୍ଠୀ ପାଉଡର ମହୁ ବା ଉଷୁମ ପାଣି ସହ ପିଇବେ ଖାଇବା ଆଗରୁ
  • ପ୍ରତିଦିନ ସକାଳେ ହାଲକା ଉଷୁମ ପାଣି ପିଇଲେ ଏସିଡ଼ିଟି ରେ ଲାଭ ମିଳେ
  • ସକାଳେ ମହୁ ସହ ଲେମ୍ବୁ ମିଶାଇ ଚାଟି ଦିଅନ୍ତୁ
  • ଜିରା, ପାନମହୁରୀ, ଜୁଆଣି ଏସବୁ ଶୁଖାଇ ଗୁଣ୍ଡ କରି ମହୁ ସହ ମିଶାଇ ଖାଇବା ଆଗରୁ ଖାଆନ୍ତୁ l
  • ରସୁଣ, ଜିରା 10ଗ୍ରାମ, ଦେଶୀଗାଇ ଘିଅ ରେ ଭାଜି ଖାଇବା ପୂର୍ବରୁ ଖାଆନ୍ତୁ
  • ଖାଇ ସାରିବା ପରେ ସକାଳେ ସନ୍ଧ୍ୟା 10/20 ଗ୍ରାମ ଗୁଡ଼ ପାଟିରେ ରଖି ଧୀରେ ଧୀରେ ଚୁଚୁମିବେ, ଏଥିରେ ମୁହଁ ରୁ ଖଟା ପାଣି ଆସିବା ବନ୍ଦ ହେବ, ଅମ୍ଳପିତ୍ତ ନଷ୍ଟ ହେବ, ପେଟରେ ବାୟୁ ହେବନାହିଁ, ଖାଇ ସାରି ଗୁଡ଼ ଚୁଚୁମିଲେ ବହୁତ ପ୍ରକାର ଲାଭ ମିଳେ l ଗୁଡ଼ ନାଲି ଓ ପୁରୁଣା ହେଲେ ଭଲ l
  • କଳା ଛୋଟ ହରିଡ଼ା ଚୂର୍ଣ୍ଣ 10 ଗ୍ରାମ ଓ 10 ଗ୍ରାମ ଗୁଡ଼ ମିଶାଇ ଖାଇ, ପାଣି ପିଇବେ, ସନ୍ଧ୍ୟାରେ ଖାଇବାର ଅଧଘଣ୍ଟା ପରେ କେବଳ 7 ଦିନ ପ୍ରୟୋଗ କଲେ ଅମ୍ଳପିତ୍ତ ନଷ୍ଟ ହୁଏ
  • ମୁଲେଥି ଚୂର୍ଣ୍ଣ ପାଣିରେ ମିଶାଇ ସେବନ କଲେ ଲାଭ ମିଳେ
  • ଏସିଡ଼ିଟି ହେଲେ ସାଲାଡ଼ ରୂପରେ ମୂଳା, କଳା ଲୁଣ, ଗୋଲମରିଚ ମିଶାଇ ଖାଇଲେ  ଫାଇଦା ମିଳେ
  • କଞ୍ଚା ପାନମହୁରୀ ଚୋବାଇଲେ ଏସିଡ଼ିଟି ନଷ୍ଟ ହୁଏ
  • ଖାଇ ସରିବା ପରେ ସକାଳ ସନ୍ଧ୍ୟା ଗୋଟିଏ ଲବଙ୍ଗ ପାଟିରେ ଚୁଚୁମୁ ଥିବେ, ଫଳରେ ଅମ୍ଳପିତ୍ତ ଠିକ ହୁଏ, ଲବଙ୍ଗ କଫ, ପିତ୍ତ ଓ ବାତ ନାଶକ l ଲବଙ୍ଗ ଦ୍ୱାରା ଭୋକ ବଢିଥାଏ, ଖାଇବା ରୁଚି ବଢିଥାଏ, କୃମି ନାଶକ ମଧ୍ୟ ହୋଇଥାଏ l ଲବଙ୍ଗ ବଲଗମ ନଷ୍ଟ କରେ, ଶ୍ୱାସ ସମସ୍ୟା ହଟାଏ ଶ୍ୱେତରକ୍ତ କଣିକା ବୃଦ୍ଧିରେ ସାହାଯ୍ୟ କରେ l ଲବଙ୍ଗ ବେଶୀ ଖାଇବେନି – ଅର୍ଶ ହୋଇପାରେ
  • ଖାଇବାର ଅତିକମ ରେ 1 ଘଣ୍ଟା ପରେ ପାଣି ପିଇବେ, ଆଗରୁ ପିଇଲେ ଯେତେ ଔଷଧ ଖାଇଲେ ମଧ୍ୟ ଏସିଡ଼ିଟି ବଢିବ
  • ଖାଇ ସାରି ବାମ କଡ ମାଡି ଶୋଇବା ଉଚିତ
  • ଖାଇବା ଅଧଘଣ୍ଟା ଆଗରୁ ଓ ଖାଇବା ଅଧଘଣ୍ଟା ପରେ 10ml  ଏଲୋଭେରା ଜୁସ ପିଇଲେ ହାଇପର ଏସିଡ଼ିଟି ଓ ଅଲସର ରେ ବହୁତ ଲାଭ ମିଳେ
  • କପାଳ ଭାତି ଓ ଭସ୍ତ୍ରୀକା ପ୍ରାଣାୟାମ ଏସିଡ଼ିଟି ପାଇଁ ଭଲ, ମନେରଖନ୍ତୁ କପାଳଭାତି ଧୀର ଗତିରେ କରିବେ l

ଯେଉଁ ଲୋକ ଋତୁ ଅନୁସାରେ, ନିଜ ପ୍ରକୃତି ଅନୁସାରେ ଓ ଭୋକ ଠାରୁ କମ ଭୋଜନ କରେ ତାଙ୍କୁ ରୋଗ ପ୍ରାୟ ହୁଏନାହିଁ

ଖାଇପାରିବେ

ଦେଶୀ ଗାଇ କ୍ଷୀର, ଡାଳିମ୍ବ ରସ, କମଳା, ଅଙ୍ଗୁର, ପାନମହୁରୀ, ଆମଲା, ଅଞ୍ଜିର, ଆଲୋଭେରା, ରସଯୁକ୍ତ ପଦାର୍ଥ…

ନଡ଼ିଆ ଓ ଡାବ ପାଣି ଏସିଡ଼ିଟି ରେ ବହୁତ  ଲାଭ

ଗୁଡ଼, ପାଚିଲା କଦଳୀ ବାଦାମ  ଖାଇଲେ ଏସିଡ଼ିଟି ଶୀଘ୍ର ଠିକ ହୁଏ

ପାଣିରେ କିଛି ପୁଦିନା ପତ୍ର ପକାଇ ଫୁଟାଇ,  ଖାଇବା ଘଣ୍ଟାଏ ପରେ ପିଅନ୍ତୁ

ଖାଇବା ଅଧା ଘଣ୍ଟା ଆଗରୁ ସାଲାଡ଼ ଖାଆନ୍ତୁ, ତାଜା ପରିବା ବେଶୀ ଖାଆନ୍ତୁ,

ସୋମ୍ଫ (ଫେନେଲ) ଅର୍କ…. ଏସିଡ଼ିଟି, ଅଳସର ପାଇଁ ବହୁତ ଭଲ

ଚିନିଆଳୁ, ପାଳଙ୍ଗ, ତରଭୁଜ, କାକୁଡି, ଗାଜର , ଲବଙ୍ଗ, ଅଁଳା, ମହୁ, କଦଳୀ ଫୁଲ, ନାଉ, ପୁଦିନା, ଦଲିଆ, ଧଣିଆ, ମୁଗ ଡାଲି, ଗଜାମୁଗ, ଡାଳିମ୍ବ, କିସମିସ୍, ଅମୃତଭଣ୍ଡା, ବନ୍ଧାକୋବି, ବେଲ, ପୁଦିନା,  ବିଟ୍ ଲୁଣ, ସୈନ୍ଧବ ଲବଣ, 

ଖାଇବେ ନାହିଁ….

ଏହି ରୋଗରେ ଚା ଧୀରେ ଧୀରେ ଛାଡ଼ି ଦେବା ଉଚିତ l ଖଟା, ମାଂସ,  ମଦ, ତେଲ, ଉଡଦ ଡାଲି, ବ୍ରଏଲର୍, ଆଇଁଷ, ଲାଳୁଆ ଜିନିଷ, ଚିନି, ଫାଷ୍ଟ୍ ଫୁଡ୍, ଜଙ୍କ୍ ଫୁଡ୍, ଚା, କଫି,  ମଦ,  ବେସନ, ମଇଦା ଜିନିଷ, ବାହାର ଖାଦ୍ୟ, ଧଳା ଲୁଣ, ଥଣ୍ଡା କୋଲଡ଼ ଡ୍ରିଙ୍କ ବନ୍ଦ କରିବେ,

ଗ୍ୟାଷ୍ଟିକ/ପେଟ ସମସ୍ୟା ପାଇଁ ସ୍ୱର ଚିକିତ୍ସା

ଭୋଜନ କଲାବେଳେ  ଓ ଖାଇସାରିଲା ପରେ ଯଦି ଡାହାଣ ନାକ (ସୂର୍ଯ୍ୟ ସ୍ୱର) ରେ ନିଶ୍ୱାସ ପ୍ରଶ୍ୱାସ ନିଆଯାଏ, ଅଜୀର୍ଣ୍ଣ, ଭୋକ ନଲାଗିବା, ହଜମ ନହେବା ଆଦି ସମସ୍ୟା ଦୂର ହୁଏ l

ଯଦି ରୋଗୀ ସବୁବେଳେ ଡାହାଣ ନାକ ବାଟେ ନିଶ୍ୱାସ ଗଲାବେଳେ ଭୋଜନ କରେ ଓ ଖାଇବା ବେଳେ ପାଣି ପିଇବା ବନ୍ଦ କରେ ଓ ଖାଇବା ପରେ 15 – 20 ମିନିଟ ବାମ କଡ ମାଡି, ଡାହାଣ ପଟେ ନିଶ୍ୱାସ ଚଳାଏ ତେଵେ ଖାଦ୍ୟ ସହଜରେ ହଜମ ହୋଇଯାଏ, ଓ ପେଟ ସମ୍ବନ୍ଧୀୟ ଅନ୍ୟାନ୍ୟ ରୋଗ ଦୂର ହୋଇଯାଏ, ବଦହଜମି ମଧ୍ୟ ଧୀରେ ଧୀରେ ଦୂର ହୁଏ କାରଣ ଦକ୍ଷିଣ ସ୍ୱର (ସୂର୍ଯ୍ୟ ନାଡୀ ) ପିତ୍ତ ବର୍ଦ୍ଧକ ହୋଇଥିବାରୁ ପାଚକ ଅଗ୍ନିକୁ ବଳ ମିଳେ ଓ ମନ୍ଦ ଅଗ୍ନି ଦୂର ହୋଇ ପେଟ ରୋଗ ନଷ୍ଟ ହୁଏ l

ଦକ୍ଷିଣ ସ୍ୱର ଚାଲିଲେ ଶରୀର ଉଷ୍ଣତା (ଗରମ ) ବଢେ, ଓ ବାମ ସ୍ୱର ଚାଲିଲେ ଶୀତଳତା ବଢେ l ତେଣୁ ଥଣ୍ଡା, କାଶ, କଫ, ଆଦି ରୋଗରେ ଯଦି ଡାହାଣ ସ୍ୱର ଚଳାଯାଏ ତେଵେ ରୋଗୀ ଶୀଘ୍ର ସୁସ୍ଥ ହେବ, ନିମ୍ନ ରକ୍ତ ଚାପରେ ମଧ୍ୟ ଲାଭ ମିଳେ l

ସେହିପରି ଯେତେବେଳେ ଗରମ ଅଧିକ ହୁଏ ଝାଞ୍ଜି ବା ଲୁ ହୁଏ, ବାମ ସ୍ୱର (ଚନ୍ଦ୍ର ନାଡୀ) ଚଳେଇଲେ ଗରମ ଲାଗେ ନାହିଁ l

ବାନ୍ତି ବନ୍ଦ ପାଇଁ ଉପାୟ ଜାଣିବା ପାଇଁ Click Here

ପାଣି ପିଇବାର ନିୟମ ଜାଣିବା ପାଈଁ  Click Here

ଏହି ଉପଚାର ଆପଣଙ୍କୁ ଫାଇଦା ଦେଲେ ଅନ୍ୟମାନଙ୍କୁ ସେୟାର କରନ୍ତୁ ଓ ଆମକୁ ମଧ୍ୟ ରେଜଲ୍ଟ ଜଣାନ୍ତୁ ଗ୍ୟାଷ୍ଟିକ୍ ସମସ୍ୟାର ସମ୍ପୂର୍ଣ ସମାଧାନ ପାଇଁ ଯୋଗାଯୋଗ କରନ୍ତୁ

Written By
admin@Arogyaodisha.Org

Leave a Reply

Your email address will not be published. Required fields are marked *

Need Help?
Call Now Button